ଏମଏନଆରଇଜିଏସ୍‌ କାମ ବେଳେ ଗଣ୍ଡଗୋଳ : ଠିକାଦାରଙ୍କୁ ଘେରିଲେ ଶ୍ରମିକ

ବାହାନଗା, ୨୮ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତରେ ଏମ୍‌ଜିଏନଆରଇଜିଏସ୍‌ (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ନିର୍ମାଣ ହେଉଥିବା ରାସ୍ତା କାମ ବେଳେ ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ କାମ ବନ୍ଦ ରହିଛି। ଫଳରେ ଗୁରୁବାର ଗୋଟିଏ ଶ୍ରମିକ ଗୋଷ୍ଠୀ ସମ୍ପୃକ୍ତ ଠିକାଦାରଙ୍କୁ ଘେରାଉ କରିଥିଲେ। ସରପଞ୍ଚ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ଅଞ୍ଜି ପଞ୍ଚାୟତ ଖରିଦା ଗ୍ରାମରେ ପ୍ରଥମ ପର୍ଯ୍ୟାୟରେ ୪ଲକ୍ଷ ଟଙ୍କା ବ୍ୟୟରେ ବିଦୁଅଞ୍ଜି ଆରଡି ରାସ୍ତାଠାରୁ ପୂର୍ଣ୍ଣଦାସଙ୍କ ଘର ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି।  ପଞ୍ଚାୟତର ଅଞ୍ଜି, ଖରିଦା, ଜୟୀନଗର ଗ୍ରାମର ୧ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ପ୍ରତ୍ୟେକ ଦିନ କାମ କରନ୍ତି। ଏମାନଙ୍କ ମଧ୍ୟରୁ ଜୟୀନଗର ଗ୍ରାମରୁ ଆସୁଥିବା ୪୦ରୁ ଅଧିକ ଶ୍ରମିକ ଓ ଖରିଦା ଗ୍ରାମରୁ ଆସୁଥିବା ୬୦ରୁ ଅଧିକ ଶ୍ରମିକଙ୍କ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳ ହୋଇଥିଲା। ଫଳରେ କାମ ଦୁଇ ଦିନ ହେଲା ବନ୍ଦ ହୋଇଯାଇଥିଲା। ଗୁରୁବାର ସକାଳେ ଜୟୀନଗର ଗ୍ରାମର ଶ୍ରମିକମାନେ କାମ କରିବାକୁ ଆସିବା ମାତ୍ରେ ଖରିଦା ଗ୍ରାମର ୬୦ରୁ ୭୦ଜଣ ଶ୍ରମିକ ଆସି ଠିକାଦାର ରଶ୍ମୀରଞ୍ଜନ ତ୍ରିପାଠୀଙ୍କୁ କରିଥିବା କାମର ପ୍ରାପ୍ୟ ମାଗିବା ସହିତ ଘେରାଉ କରିଥିଲେ। ସ୍ଥାନୀୟ ସରପଞ୍ଚ ତପନ କୁମାର ରାଉତ ପହଞ୍ଚ ଶ୍ରମିକମାନଙ୍କୁ ବୁଝାଶୁଝା କରିବା ସହିତ ପୂର୍ବପରି ଖରିଦା ଗ୍ରାମର ପ୍ରବାସୀ ଶ୍ରମିକ ଓ ଗ୍ରାମର ଅନ୍ୟ ଶ୍ରମିକମାନେ କାମ କରିପାରିବେ ବୋଲି ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡିଥିଲା।
ଏହି ଘେରାଉରେ ଗ୍ରାମର ଉପେନ୍ଦ୍ର ମହାଳିକ, ଜ୍ୟୋତିରଞ୍ଜନ ବେହେରା, ସୃଷ୍ଟିରଞ୍ଜନ ବେହେରା, ସଞ୍ଜୟ ବେହେରା, ରାଜେଶ ପତି, ପ୍ରଭାକର ମହାଳିକ, ସଞ୍ଜୟ ବେହେରା, ମାନସ ମଳିକ, ରନତ୍ାକର ପୁହାଣ, ତାପସ ପଣ୍ଡା, ଗଜେନ୍ଦ୍ର ନାୟକ ଓ ମନୋରଞ୍ଜନ ସେଠୀ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

ତେଲକୋଇ ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ଫକୀର ନାଏକ

କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri