Posted inଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ : ଶୁଟ୍‌ଆଉଟରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ଭୁବନେଶ୍ୱର ୨୩।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ଶୁଟ୍‌ଆଉଟ ୩-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ ଗୋଲରେ ବରାବର ରହିଥିଲା। ଫଳରେ ଏହି ମ୍ୟାଚରୁ ଭାରତ ୨ ଓ ଅଷ୍ଟ୍ର୍ରେଲିଆ ୧ ପଏଣ୍ଟ ପାଇଛି। ଭାରତ ଏହାକୁ ମିଶାଇ ମୋଟ ୬ ମ୍ୟାଚ ଖେଳିଥିବାବେଳେ ୨ ବିଜୟ, ୨ ଶୁଟ୍‌ଆଉଟ ବିଜୟ ଓ ୨ ପରାଜୟ ସହ ୧୦ ପଏଣ୍ଟ ପାଇଛି। ସେହିପରି ଅଷ୍ଟେଲିଆ ୬ ମ୍ୟାଚରୁ ୨ ବିଜୟ, ୧ ଶୁଟ୍‌ ଆଉଟ ବିଜୟ, ୨ ଶୁଟ୍‌ ଆଉଟ ପରାଜୟ ଓ ୧ ପରାଜୟ ସହ ୧୦ ପଏଣ୍ଟ ପାଇଛି। ହରମନପ୍ରୀତ ସିଂ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
ମ୍ୟାଚରେ ପରାଜୟରୁ ଶିକ୍ଷାଲାଭ କରିଥିବା ଭାରତ ଦ୍ୱିତୀୟ ମ୍ୟାଚର ପ୍ରଥମ କ୍ବାର୍ଟରରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ଖେଳିଥିଲା। ତେବେ ଅଷ୍ଟ୍ରେଲିଆ ସ୍ବାଭାବିକ ସ୍ପିଡ୍‌ ଗେମ୍‌ ଖେଳି ଭାରତ ଉପରେ ଚାପ ପକାଇଥିଲା। ଡି ଏରିଆ ମଧ୍ୟରେ ତ୍ରୁଟି ଯୋଗୁ ପ୍ରଥମ କ୍ବାର୍ଟରରେ ଅଷ୍ଟ୍ରେଲିଆକୁ ୪ଟି ପେନାଲ୍ଟି କର୍ନର ମିଳିଥିଲା। ମ୍ୟାଚ ଆରମ୍ଭର ତତ୍‌କ୍ଷଣାତ ଅର୍ଥାତ୍‌ ୩୧ ସେକେଣ୍ଡରେ ଦଳ ପ୍ରଥମ ସୁଯୋଗ ସୃଷ୍ଟି କରିଥିଲା। ଗୋଲ କିପର ପି.ଆର. ଶ୍ରୀଜେଶଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାହା ସେଭ୍‌ ହୋଇ ଯାଇଥିଲା। ୭ମ ମିନିଟରେ ଅଷ୍ଟ୍ରେଲିଆ କ୍ରମାଗତ ୨ଟି ପେନାଲ୍ଟି କର୍ନର ପାଇଥିଲା। ଦ୍ୱିତୀୟ ସୁଯୋଗରେ ଅଷ୍ଟ୍ରେଲିଆ ଗୋଲ କରିଥିଲେ ହେଁ ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ ଭିଡିଓ ରେଫରାଲ ମାଗିଥିଲେ। ସେଥିରେ ଗୋଲ ହେବା ପୂର୍ବରୁ ବଲ୍‌ ଅଷ୍ଟ୍ରେଲିଆର ଆରନ ଜେଲସ୍କିଙ୍କ ଗୋଡ଼ରେ ବାଜିଥିବା ସ୍ପଷ୍ଟ ହୋଇଥିଲା। ଫଳରେ ଗୋଲଟି ନାକଚ ହୋଇ ଯାଇଥିଲା। ୧୨ତମ ମିନିଟ ପେନାଲ୍ଟି କର୍ନରକୁ ମଧ୍ୟ ଶ୍ରୀଜେଶ୍‌ ଚମତ୍କାର ସେଭ୍‌ କରିଥିଲେ। ଦ୍ୱିତୀୟ କ୍ବାର୍ଟର ଆରମ୍ଭରେ ଅର୍ଥାତ୍‌ ୧୬ତମ ମିନିଟରେ ଭାରତ ପାଇଁ ଅଗ୍ରଣୀ ନେବାର ଭଲ ସୁଯୋଗ ମିଳିଥିଲା। ମାତ୍ର ଅଷ୍ଟ୍ରେଲିଆ ଗୋଲପୋଷ୍ଟରେ ବଡ଼ ଗ୍ୟାପ ଥିଲେ ହେଁ ଗୁର୍‌ସାହିବଜିତ ସିଂ ମାରିଥିବା ବଲଟି ବାହାରେ ଚାଲି ଯାଇଥିଲା। ଅଷ୍ଟ୍ରେଲିଆ ୧୮ ଓ ୨୩ତମ ମିନିଟରେ ୨ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ ମିସ୍‌ ହୋଇଥିଲା। ତେବେ ସେହି ୨୩ ତମ ମିନିଟରେ ଭାରତ ଗୋଲକିପର କ୍ରିଷ୍ଣନ ବାହାଦୁର ପାଠକଙ୍କ ତ୍ରୁଟି ଯୋଗୁ ଅଷ୍ଟ୍ରେଲିଆର ଟ୍ରେଣ୍ଟ ମିଟନ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଅଷ୍ଟ୍ରଲିଆର ଏହି ଖୁସି ବେଶି ସମୟ ତିଷ୍ଠିପାରି ନ ଥିଲା। ୨୫ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ନରକୁ ରୂପିନ୍ଦରପାଲ ସିଂ ଗୋଲରେ ପରିଣତ କରି ମ୍ୟାଚକୁ ସମାନସ୍ତରକୁ ନେଇ ଆସିଥିଲେ। ଏହାର ୨ ମିନିଟ ପରେ ଅର୍ଥାତ୍‌ ୨୭ତମ ମିନିଟରେ ଭାରତକୁ ପେନାଲ୍ଟି କର୍ନର ମିିଳିଥିଲା। ହରମନପ୍ରୀତ ସିଂ ଏହାକୁ ମିସ୍‌ କରିଥିଲେ। ମାତ୍ର ଅଷ୍ଟ୍ରେଲିଆ ଖେଳାଳିଙ୍କ ତ୍ରୁଟି ଯୋଗୁ ଭାରତକୁ କ୍ରମାଗତ ୨ୟ ପେନାଲ୍ଟି କର୍ନର ମିଳିଥିଲା। ଏଥର କିନ୍ତୁ ହରମନପ୍ରୀତ ଭୁଲ ନ କରି ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୨-୧ ଗୋଲରେ ଅଗ୍ରଣୀ ନେଇଥିଲା।
ଆରମ୍ଭରୁ ଅଷ୍ଟ୍ରେଲିଆ ଆକ୍ରମଣ ଆରମ୍ଭ କରିଥିଲା। ତେଣୁ ୩୧ତମ ମିନିଟରେ ହିଁ ଦଳକୁ ପେନାଲ୍ଟି କର୍ନର ମିଳି ଯାଇଥିଲା। ଏହା ସେଭ୍‌ ହୋଇଥିଲେ ହେଁ କ୍ରମାଗତ ୨ଟି ପେନାଲ୍ଟି କର୍ନର ପାଇଥିଲା ଅଷ୍ଟ୍ରେଲିଆ। ମାତ୍ର ଏଥର ମଧ୍ୟ ଅଷ୍ଟ୍ରେଲିଆ ଖେଳାଳିମାନେ ସଫଳ ହାଇ ନ ଥିଲେ। ୩୩ତମ ମିିନିଟରେ ଡି ଏରିଆ ମଧ୍ୟରେ ଜରମନପ୍ରୀତ ସିଂଙ୍କ ଷ୍ଟିକ୍‌ ଚେକ୍‌ ପାଇଁ ଭାରତକୁ ଦଣ୍ଡ ସ୍ବରୂପ ଅଷ୍ଟ୍ରେଲିଆକୁ ପେନାଲ୍ଟି ଷ୍ଟ୍ରୋକ୍‌ ଅଫର ଦିଆ ଯାଇଥିଲା। ଫଳରେ ଅଷ୍ଟ୍ରେଲିଆ ମ୍ୟାଚକୁ ସମାନସ୍ତରକୁ ଆଣିବା ପାଇଁ ଶତ ପ୍ରତିଶତ ସୁଯୋଗ ଆସିଥିଲା। ମାତ୍ର ଭାରତକୁ ଭାଗ୍ୟଦେବୀ ସହାୟ ହୋଇଥିଲେ। ଅଷ୍ଟ୍ରେଲିଆର ଟିମ୍‌ ବ୍ରାଣ୍ଡ୍‌ ମାରିଥିବା ଶଟ୍‌ ଗୋଲପୋଷ୍ଟ ବାହାରେ ଚାଲି ଯାଇଥିଲା। ଏହାପରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିଲେ ହେଁ ଆଉ ଗୋଲ ହୋଇପାାରି ନ ଥିଲା। ଫଳରେ ଭାରତର ଅଗ୍ରଣୀ ବଳବତ୍ତର ରହିଥିଲା। ପୂର୍ବତନ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ କିନ୍ତୁ ସହଜରେ ହାର ମାନିବାକୁ ପ୍ରସ୍ତୁତ ନ ଥିଲା। ତୃତୀୟ କ୍ବାର୍ଟର ଆରମ୍ଭରେ ଅର୍ଥାତ୍‌ ୪୬ତମ ମିନିଟରେ ଭାରତୀୟ ଗୋଲକିପର ପାଠକଙ୍କ ତ୍ରୁଟି ଯୋଗୁ ଅଷ୍ଟ୍ରେଲିଆର ଆରନ ଜେଲସ୍କିି ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ୨-୨ ସ୍ଥିତିକୁ ନେଇ ଆସିଥିଲେ। ଏହାପରେ ଭାରତ କେତେକ ଭଲ ମୁଭ୍‌ ନେଇଥିଲେ ହେଁ ଫିିନିଶିଂ କରିପାରି ନ ଥିଲା। ମ୍ୟାଚ ଶେଷ ହେବାପାଇଁ ୬ ମିନିଟ ଥିବାବେଳେ ରାଜ କୁମାର ପାଲ୍‌ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଫିଜିଓଙ୍କ ସହାୟତାରେ ସେ ପଡ଼ିଆ ବାହାରକୁ ଯାଇଥିଲା। ମ୍ୟାଚ ଶେଷ ହେବାପାଇଁ ୧ ମିନିଟ ଥିବବେଳେ ନୀଳକାନ୍ତ ଶର୍ମାଙ୍କ ଶକ୍ତିଶାଳୀ ଶଟ୍‌କୁ ଅଷ୍ଟ୍ରେଲିଆ ଗୋଲକିପର ଚମତ୍କାରଭାବେ ସେଭ୍‌ କରି ଦେଇଥିଲେ। ୧୨ ସେକେଣ୍ଡ ବାକିଥିବାବେଳେ ଅଷ୍ଟ୍ରେଲିଆ ଏକ ପେନାଲ୍ଟି କର୍ନର ପାଇଥିଲା। ମାତ୍ର ଭାରତୀୟ ରକ୍ଷଣଭାଗ ତାହାକୁ ଚମତ୍କାର ଭାବେ ସେଭ୍‌ କରି ଦେଇଥିଲେ। ଫଳରେ ମ୍ୟାଚ ଶୁଟ୍‌ ଆଉଟକୁ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି: ଲାହୋରରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ

ଭବାନୀପାଟଣା,୧।୫: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ସମସ୍ତ ମ୍ୟାଚ୍କୁ ଗୋଟିଏ ସ୍ଥାନରେ ଆୟୋଜନ କରିବାକୁ...

ମୟଙ୍କ ଯାଦବଙ୍କୁ ବଡ ଉପହାର ଦେଲା ବିସିସିଆଇ, କିନ୍ତୁ ରହିଛି ଖରାପ ଖବର

ମୁମ୍ବାଇ,୧ା୫: ପେସ୍‌ ବୋଲିଂ ସେନ୍‌ସେସନ୍‌ ମୟଙ୍କ ଯାଦବ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ...

ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ...

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri