Posted inଖେଳ

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଭୁବନେଶ୍ୱର ଆସିବ ବେଲଜିୟମ

ଭୁବନେଶ୍ୱର, ୫।୨(କ୍ରୀଡ଼ା ପ୍ରତିନିଧି)- ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ଏହାର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ବିଶ୍ୱ ଚାମ୍ପିୟନ ବେଲଜିୟମ ସହିତ ଖେଳିବ। ଚଳିତ ମାସ ୮ ଓ ୯ ତାରିଖରେ ଏହା କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ୨୦୧୮ରେ ଏହି କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଲଜିୟମ ନିଜ ସ୍ମରଣୀୟ ଭେନ୍ୟୁରେ ମ୍ୟାଚ ଖେଳିବା ପାଇଁ ବୁଧବାର ଭୁବନେଶ୍ୱରରେ ପହଞ୍ଚତ୍ବ। ଗତବର୍ଷ ପ୍ରୋ ଲିଗ୍‌ର ପ୍ରଥମ ସଂସ୍କରଣରେ ଭାରତ ଖେଳି ନ ଥିଲା। ଦ୍ୱିତୀୟ ସଂସ୍କରଣରେ ଦଳ ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ନେଦରଲାଣ୍ଡ୍ସକୁ ହରାଇ ଅଭିଯାନ ଆରମ୍ଭ କରିଛି। ଜାନୁୟାରୀ ୧୮ ତାରିଖରେ ପ୍ରଥମ ମ୍ୟାଚରେ ଭାରତ ୫-୨ ଗୋଲରେ ବିଜୟୀ ହୋଇଥିବାବେଳେ ୧୯ ତାରିଖ ଦ୍ୱିତୀୟ ମ୍ୟାଚ ନିର୍ଦ୍ଧାରିତ ସମୟରେ ୩-୩ ଗୋଲରେ ବରାବର ରହିବାପରେ ଶୁଟ୍‌ ଆଉଟରେ ଘରୋଇ ଦଳ ୩-୧ ଗୋଲରେ ବିଜୟୀ ହୋଇଥିଲା।
ପ୍ରକାଶ ଯୋଗ୍ୟ ଯେ, ବିଶ୍ୱର ବିଭିନ୍ନ ସ୍ଥାନରେ ହକି ପ୍ରୋ ଲିଗ୍‌ ମ୍ୟାଚ ଅନୁଷ୍ଠିତ ହେଉଛି। ଜାନୁୟାରୀ ୨୪ରେ ଭାଲେନ୍ସିଆରେ ସ୍ପେନ-ଜର୍ମାନୀ ମ୍ୟାଚ ୨-୨ ଗୋଲରେ ଶେଷ ହେବାପରେ ଶୁଟ୍‌ ଆଉଟରେ ଜର୍ମାନୀ ୪-୩ ଗୋଲରେ ବିଜୟୀ ହୋଇଥିଲା। ୨୫ରେ ଭାଲେନ୍ସିଆରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ୫-୧ ଗୋଲ ବ୍ୟବଧାନରେ ବିଜୟୀ ହୋଇ ଆଗକୁ ବଢ଼ିଛି। ୨୫ରେ ସିଡ୍‌ନୀରେ ଅନୁଷ୍ଠିତ ଅଷ୍ଟ୍ରେଲିଆ-ବେଲଜିୟମ ମ୍ୟାଚ ୨-୨ ଗୋଲରେ ବରାବର ରହିଥିଲା। ଶୁଟ୍‌ଆଉଟରେ ବେଲଜିୟମ ୪-୨ ଗୋଲରେ ବିଜୟୀ ହୋଇଥିଲା। ୨୬ରେ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ବେଲଜିୟମ ୪-୨ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ୩୧ ତାରିଖରେ ଭାଲେନ୍ସିଆରେ ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ୍ସ ୪-୩ ଗୋଲରେ ସ୍ପେନକୁ ପରାସ୍ତ କରିଥିଲା। ଫେବୃୟାରୀ ୧ରେ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ମଧ୍ୟ ନେଦରଲାଣ୍ଡ୍ସ ୪-୨ ଗୋଲରେ ବିଜୟୀ ହୋଇଥିଲା। ଫେବୃୟାରୀ ୧ରେ ସିଡ୍‌ନୀରେ ଅନୁଷ୍ଠିତ ଅଷ୍ଟ୍ରେଲିଆ-ଗ୍ରେଟ ବ୍ରିଟେନ ମ୍ୟାଚ ୪-୪ ଗୋଲରେ ଶେଷ ହୋଇଥିଲା। ଶୁଟ୍‌ ଆଉଟରେ ଅଷ୍ଟ୍ରେଲିଆ ୩-୧ ଗୋଲରେ ବିଜୟୀ ହୋଇଥିଲା। ୨ ତାରିଖରେ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ୫-୧ ଗୋଲରେ ବ୍ରିଟେନକୁ ମାତ୍‌ ଦେଇଥିଲା। ଫେବୃୟାରୀ ୧ରେ ଅକ୍‌ଲାଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡକୁ ବେଲ୍‌ଜିୟମ ୬-୨ ଗୋଲରେ ପରାସ୍ତ କରିଥିଲା। ୨ ତାରିଖରେ ଦ୍ୱିତୀୟ ମ୍ୟାଚରେ ବେଲଜିୟମ ୩-୧ ଗୋଲରେ ବିଜୟୀ ହୋଇଥିଲା। ଅର୍ଥାତ୍‌ ଭାରତକୁ ଭେଟିବା ପୂର୍ବରୁ ବେଲଜିୟମ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। କଳିଙ୍ଗ ଷ୍ଟାଡିୟମର ଘରୋଇ ପରିବେଶରେ କଡ଼ା ଟକ୍କର ଦେବାକୁ ଭାରତ ପ୍ରସ୍ତୁତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri