Posted inଖେଳ

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ଲଢ଼େଇ କରି ହାରିଲା ଭାରତ

ଭୁବନେଶ୍ୱର ୨୨।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୪ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରିଯାଇଛି। ପ୍ରଥମାର୍ଦ୍ଧରେ ଅଷ୍ଟ୍ରେଲିଆ ପ୍ରଭାବୀ ରହିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ମିଳିଥିବା ପେନାଲ୍ଟି କର୍ନର ମିସ୍‌ ଯୋଗୁ ଦଳ ମ୍ୟାଚ ଡ୍ର ରଖିବା ସୁଯୋଗ ହାତଛଡ଼ା କରିଥିଲା। ଅଷ୍ଟ୍ରେଲିଆର ଲାଚଲାନ ଶାର୍ପ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ମ୍ୟାଚ ପରେ ଭାରତ ୫ଟି ମ୍ୟାଚ ଖେଳି ୨ ବିଜୟ, ୧ ଶୁଟ୍‌ଆଉଟ ବିଜୟ ଓ ୨ ପରାଜୟ ସହିତ ୮ ପଏଣ୍ଟରେ ସ୍ଥିର ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୫ ମ୍ୟାଚରେ ୨ ବିଜୟ, ୧ ଶୁଟ୍‌ ଆାଉଟ ବିଜୟ, ୧ ଶୁଟ୍‌ ଆଉଟ ପରାଜୟ ଓ ୧ ପରାଜୟ ସହିତ ୯ ପଏଣ୍ଟରେ ପହଞ୍ଚତ୍ ଯାଇଛି।
ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ସ୍ପିଡ୍‌ ଗେମ୍‌ ଖେଳି ଅଷ୍ଟ୍ରେଲିଆ ଫାଇଦା ପାଇଥିଲା। ଭାରତ ତୁଳନାରେ ଅଷ୍ଟ୍ରେଲିଆର ପାସିଂ ଏବଂ ଫିନିଶିଂ ଭଲ ରହିଥିଲା। ମ୍ୟାଚର ୬ଷ୍ଠ ମିନିଟରେ ଅଧିନାୟକ ଆରନ ଜେଲସ୍କିଙ୍କ ପାସ୍‌କୁ ଗୋଲରେ ପରିଣତ କରିଥିଲେ ଡେଲାନ ଉଥରସ୍ପୁନ। ପ୍ରଥମ କ୍ବାର୍ଟର ଶେଷ ବେଳକୁ ଅଷ୍ଟ୍ରେଲିଆ ୧-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ ଅଷ୍ଟ୍ରେଲିିଆ ଚମତ୍କାର ଖେଳିଥିଲା। ଆକ୍ରମଣାତ୍ମକ ରଣନୀତିରେ ଡାହାଣ ପଟରୁ ବଲ୍‌ ଆଣି ଅଷ୍ଟ୍ରେଲିଆ ଖେଳାଳିମାନେ ଭାରତ ଡି’ ଏରିଆ ମଧ୍ୟରେ ପ୍ରବେଶ କରିଥିଲେ। ଲାଚଲାନ ଶାର୍ପ ବଲ୍‌କୁ ଅତି ଚତୁରତାର ସହିତ ଟମ୍‌ ୱିକହାମ୍‌ଙ୍କ ନିକଟକୁ ବଢ଼ାଇ ଦେଇଥିଲେ। ୱିକ୍ହାମ ତାହାକୁ ଗୋଲରେ ପରିଣତ କରି ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଅଷ୍ଟ୍ରେଲିଆ ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ।
କ୍ବାର୍ଟର ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୩୫ତମ ମିନିଟରେ ଭାରତ ମ୍ୟାଚରେ ପ୍ରଥମଥରପାଇଁ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ରୂପିନ୍ଦରପାଲ ସିଂ ତାହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ଏହାର ୧ ମିନିଟ ପରେ ଅର୍ଥାତ୍‌ ୩୬ତମ ମିନିଟରେ ଭାରତ ଦ୍ୱିତୀୟ ପେନାଲ୍ଟି କର୍ନର ପାଇଥିଲା। ଏଥର ରୂପିନ୍ଦର ମାରିଥିବା ଶଟ୍‌ ଅଷ୍ଟ୍ରେଲିଆ ଗୋଲକିପରଙ୍କ ହାତରେ ବାଜି ଫେରି ଆସୁଥିବାବେଳେ ରାଜ କୁମାର ପାଲ୍‌ଙ୍କ ରିବାଉଣ୍ଡ ଶଟ୍‌ରୁ ଭାରତ ପ୍ରଥମ ଗୋଲ ପାଇଥିଲା। ଗତ ବେଲଜିୟମ ବିପକ୍ଷ ମ୍ୟାଚରେ ପଦାର୍ପଣ କରିିଥିବା ରାଜଙ୍କ ପାଇଁ ଏହାଥିଲା ପ୍ରଥମ ଅନ୍ତର୍ଜାତୀୟ ଗୋଲ। ଏହାପରେ ୨ ମିନିଟ ମଧ୍ୟରେ ୨ଟି ଗୋଲ ଦେଇ ଅଷ୍ଟ୍ରେଲିଆ ବଡ଼ ଅଗ୍ରଣୀ ନେଇ ଯାଇଥିଲା। ୪୧ତମ ମିନିଟରେ ଲାଚଲାନ ଶାର୍ପ ଏବଂ ୪୩ତମ ମିନିଟରେ ଡାନିଏଲ ବାଲେ ଏହି ଗୋଲ ୨ଟି ଦେଇଥିଲେ। ତୃତୀୟ କ୍ବାର୍ଟର ଶେଷ ବେଳକୁ ଅଷ୍ଟ୍ରେଲିଆ ୪-୧ରେ ଅଗ୍ରଣୀ ନେଇ ଯାଇଥିଲା। ଶେଷ କ୍ବାର୍ଟରରେ କିନ୍ତୁ ଭାରତ ଆକର୍ଷଣୀୟ ଖେଳିଥିଲା। ୪୬ତମ ମିନିଟରେ ରାଜ ବ୍ୟକ୍ତିଗତଭାବେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ୫୨ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ରୂପିନ୍ଦର ଗୋଲରେ ପରିଣତ କରିବାରୁ ମ୍ୟାଚ ରୋମାଞ୍ଚକ ମୋଡ଼ ନେଇଥିଲା। ଶେଷ ୮ ମିନିଟରେ ଗୋଲ ପରିଶୋଧ ପାଇଁ ଭାରତ ଆପ୍ରାଣ ଉଦ୍ୟମ କରିଥିଲା। ମ୍ୟାଚ ଶେଷ ହେବାପାଇଁ ଆଉ ୩୩ ସେକେଣ୍ଡ ଥିବାବେଳେ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଥିଲା। ଦଳକୁ ମିଳିଥିବା ପେନାଲ୍ଟି କର୍ନର ସୁଯୋଗର ସଦ୍‌ବ୍ୟବହାର କରିପାରି ନ ଥିଲେ ରୂପିନ୍ଦର। ସେ ଗୋଲପୋଷ୍ଟ ବାହାରେ ବଲ୍‌ ମାରି ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକଙ୍କୁ ନିରାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri