Posted inଖେଳ

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ମନପ୍ରୀତ ଅଧିନାୟକ

ନୂଆଦିଲ୍ଲୀ, ୧୪।୧- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ ପାଇଁ ସୋମବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ନେଦରଲାଣ୍ଡ୍ସ। ମନପ୍ରୀତ ସିଂ ଅଧିନାୟକ ଭାବେ ଅପରିବର୍ତ୍ତିତ ରହିଥିବାବେଳେ ତାଙ୍କ ଡେପୁଟି ଭାବେ ଦାୟିତ୍ୱ ତୁଲାଇବେ ହରମନପ୍ରୀତ ସିଂ। ଆହତ ସମସ୍ୟା ଯୋଗୁ ଦୀର୍ଘ ୧ ବର୍ଷ ଧରି ଦଳରୁ ଦୂରେଇ ରହିବାପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଚିଙ୍ଗଲେନସାନା ସିଂ। ସେହିପରି ସମାନ କାରଣରୁ ଗତବର୍ଷ ଜୁନ୍‌ରେ ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ଖେଳିପାରି ନ ଥିବା ସୁମିତ ମଧ୍ୟ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି। ପୂର୍ବ ପ୍ରତିଯୋଗିତା ଗୁଡ଼ିକ ଭଳି ଏଥର ମଧ୍ୟ ଭାରତୀୟ ଦଳରେ ଓଡ଼ିଶାର ଦୁଇ ତାରକା ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ସ୍ଥାନ ପାଇଛନ୍ତି। ସମ୍ପ୍ରତି ବିଶ୍ୱର ୫ ନମ୍ବରରେ ଥିବା ଭାରତ ୩ ନମ୍ବର ଦଳ ନେଦରଲାଣ୍ଡ୍ସ ସହିତ ଚଳିତମାସ ୧୮ ଓ ୧୯ ତାରିଖରେ ମ୍ୟାଚ ଖେଳିବ। ଦୁଇ ଦଳ ମଧ୍ୟରେ ୨୦୧୮ ହକି ବିଶ୍ୱକପ କ୍ୱାର୍ଟର ଫାଇନାଲ ମୁକାବିଲା ହୋଇଥିଲା। ଏଥିରେ ନେଦରଲାଣ୍ଡ୍ସ ବିଜୟୀ ହୋଇଥିଲା। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ ନେଦରଲାଣ୍ଡ୍ସ (ଜାନୁୟାରୀ ୧୮-୧୯), ବେଲଜିୟମ(ଫେବୃୟାରୀ ୮-୯), ଅଷ୍ଟ୍ରେଲିଆ (ଫେବୃୟାରୀ ୨୧-୨୨) ବିପକ୍ଷରେ ଭାରତ ଖେଳିବାକୁ ଯାଉଛି। ଏଥିରେ ଆମେ ନିଜକୁ ସଜାଡ଼ି ନେଇ ଅଲିମ୍ପିକ୍ସ ପ୍ରସ୍ତୁତି ଉପରେ ଫୋକସ କରୁଛୁ ବୋଲି ରିଡ୍‌ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ-
ପି.ଆର. ଶ୍ରୀଜେଶ, କ୍ରିଷ୍ଣନ ବାହାଦୁର ପାଠକ, ହରମନପ୍ରୀତ ସିଂ(ଉପ ଅଧିନାୟକ), ଗୁରିନ୍ଦର ସିଂ, ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ବୀରେନ୍ଦ୍ର ଲାକ୍ରା, ରୂପିନ୍ଦରପାଲ ସିଂ, ମନପ୍ରୀତ ସିଂ (ଅଧିନାୟକ), ବିବେକ ସାଗର ପ୍ରସାଦ, ଚିଙ୍ଗଲେନସାନା ସିଂ, ନୀଳକାନ୍ତ ଶର୍ମା, ସୁମିତ, ଗୁରଜାନ୍ତ ସିଂ, ଏସ.ଭି. ସୁନୀଲ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଆକାଶଦୀପ ସିଂ, ଗୁରସାହିବଜିତ ସିଂ, କୋଥାଜିତ ସିଂ ଖାଡାଙ୍ଗବାମ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri