ଏପ୍ରିଲରେ ଔଦ୍ୟୋଗିକ ଉତ୍ପାଦନ ଠପ୍‌

ମୁମ୍ବାଇ,୧୩।୬: କରୋନାକୁ ରୋକିବା ଲାଗି ସାରା ଦେଶରେ ମାର୍ଚ୍ଚ ୨୫ଠାରୁ ଘୋଷଣା ହୋଇଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ବନ୍ଦ ରହିଥିଲା। ଏହି ସମୟରେ ଦେଶର ଶିଳ୍ପ ୟୁନିଟଗୁଡିକରୁ ଉତ୍ପାଦନ ରେକର୍ଡ ହ୍ରାସ ପାଇଛି। ଏଭଳି କାରଣ ଲାଗି ଏପ୍ରିଲରେ ଔଦ୍ୟୋଗିକ ଉତ୍ପାଦନ ୫୫.୫% ନିମ୍ନରେ ରହିଥିବା ଜଣାପଡିଛି। ମାର୍ଚ୍ଚରେ ଏହା ୧୬.୭% ଖସିଥିଲା। ବର୍ତ୍ତମାନ କଟକଣା କୋହଳ କରାଯାଉଥିବାରୁ ଶିଳ୍ପଗୁଡିକରେ ଉତ୍ପାଦନ ବଢ଼ିବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ହେଲେ ସବୁ କିଛି ଟ୍ରାକ୍‌କୁ ଫେରିବା ଲାଗି କଷ୍ଟକର ହେବ। କାରଣ ଶିଳ୍ପଗୁଡିକରେ ବର୍ତ୍ତମାନ ଶ୍ରମିକ,ଲଜିଷ୍ଟିକ ଏବଂ କଞ୍ଚାମାଲ ସମସ୍ୟା ଲାଗି ରହିଛି।
ସରକାର ଶୁକ୍ରବାର ଏ ସମ୍ପର୍କରେ ଡାଟା ଜାରି କରିଛନ୍ତି। ଏପ୍ରିଲରେ ଅଧିକାଂଶ ଶିଳ୍ପ ସଂସ୍ଥା ଉତ୍ପାଦନ ବନ୍ଦ ରଖିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ବିସ୍ତୃତ ଡାଟା ସରକାର ଜାରି କରିନାହାନ୍ତି। ଏପ୍ରିଲ ଆଇଆଇପି ଡାଟାକୁ ଅନ୍ୟ ମାସ ସହ ତୁଳନା କରିବା ଉଚିତ ନୁହେଁ ବୋଲି ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଯୁକ୍ତିରେ କୁହାଯାଇଛି। ଔଦ୍ୟୋଗିକ ଉତ୍ପାଦନ ସୂଚୀ(ଆଇଆଇପି)ରେ ମାନୁଫାକଚରିଂର ଅଂଶ ୭୮% ରହିଛି। ଏପ୍ରିଲ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବା ଯୋଗୁ ମାନୁଫାକଚରିଂ ୬୪.୨% ଖସିଥିବା ଜଣାପଡିଛି। ମାର୍ଚ୍ଚରେ ମାତ୍ର ୭ ଦିନ ଲକ୍‌ଡାଉନ ରହିଥିବା ବେଳେ ମାନୁଫାକଚରିଂ ୨୦.୬% ହ୍ରାସ ଘଟିଛି।
ଏଥିରୁ ଜଣାପଡୁଛି ଯେ, ଦେଶର ଶିଳ୍ପ କ୍ଷେତ୍ର ଚାପରେ ରହିଛି। ମାନୁଫାକଚରିଂ ସମସ୍ତ ୨୩ ଉପକ୍ଷେତ୍ରରେ ଗତ ମାସଗୁଡିକରେ ହ୍ରାସ ଧାରା ଜାରି ରହିଛି। ଏହି ସମୟରେ ଖଣି କ୍ଷେତ୍ର କାର୍ଯ୍ୟକଳାପ ୨୭.୩% ଖସିଛି। ଚାହିଦା କମିବା ଯୋଗୁ ବିଦ୍ୟୁତ୍‌ ଉତ୍ପାଦନ ୨୨% ହ୍ରାସ ଘଟିଛି। ୨୦୧୯-୨୦ରେ ଶିଳ୍ପ ଉତ୍ପାଦନ ୦.୭% ହ୍ରାସ ଘଟିଛି। ଏହା ୨୦୧୮-୧୯ରେ ୩.୮% ଅଭିବୃଦ୍ଧି ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri