Posted inଜାତୀୟ

ଏନ୍‌ଡିଏକୁ ବହୁମତ

ନୂଆଦିଲ୍ଲୀ,୨୦।୫(ଆଇଏଏନ୍‌ଏସ୍‌): ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ଏହି କ୍ଷମତାସୀନ ମେଣ୍ଟକୁ ପ୍ରାୟ ୨୯୬ ଆସନରେ ସଫଳତା ମିଳିବ ଏବଂ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା)କୁ ୧୨୭ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ସେହିପରି ଉଭୟ ମେଣ୍ଟରେ ସାମିଲ ନ ଥିବା ଆଞ୍ଚଳିକ ଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ୧୧୯ ଆସନ ଦଖଲ କରିବାରେ ସକ୍ଷମ ହେବେ ବୋଲି ରବିବାର ଅଧିକାଂଶ ଏକ୍‌ଜିଟ୍‌ ପୋଲ ଭବିଷ୍ୟବାଣୀ କରିଛନ୍ତି। ଭୋଟ ହାରକୁ ଦେଖିଲେ ମୋଟାମୋଟି ଭାବେ ଏନ୍‌ଡିଏକୁ ୪୨.୩%, ଉପାକୁ ୨୯.୬% ଏବଂ ଅନ୍ୟଙ୍କୁ ୨୮.୧% ମିଳିବ ବୋଲି ଆକଳନ କରାଯାଇଛି। ଏକ୍‌ଜିଟ୍‌ ପୋଲକୁ କଂଗ୍ରେସ ହାସ୍ୟାସ୍ପଦ ବୋଲି ଅଭିହିତ କରିଥିବାବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ଏହା ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛନ୍ତି। ତେବେ କେଉଁ ସର୍ବେକ୍ଷଣ ସଂସ୍ଥାର ଆକଳନ କେତେ ସତ ତାହା ଗୁରୁବାର ଭୋଟ ଗଣତି ପରେ ସ୍ପଷ୍ଟ ହେବ।
୨୦୧୯ ସାଧାରଣ ନିର୍ବାଚନ ରବିବାର ସନ୍ଧ୍ୟା ୬ଟାରେ ଶେଷ ହେବା ପରେ ଏକ୍‌ଜିଟ୍‌ ପୋଲକୁ ନେଇ ନିର୍ବାଚନ କମିଶନଙ୍କ କଟକଣା ଉଠିଛି। ଭାରତରେ କିଏ ସରକାର ଗଠନ କରିବ ତାକୁ ନେଇ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଓ ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶ ପାଇଛି ବୁଥ୍‌ ଫେରନ୍ତା ମତଦାତାଙ୍କଠାରୁ ସଂଗୃହୀତ ତଥ୍ୟର ସାମଗ୍ରିକ ଆକଳନ। ଏକ୍‌ଜିଟ୍‌ ପୋଲଗୁଡ଼ିକ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ କେନ୍ଦ୍ରରେ ଏନ୍‌ଡିଏ ପୁଣିଥରେ କ୍ଷମତାସୀନ ହେବାକୁ ଯାଉଛି। ଭିଏମ୍‌ଆର୍‌-ଟାଇମ୍ସ ନାଓର ସର୍ଭେ ଅନୁସାରେ ଏନ୍‌ଡିଏକୁ ୩୦୬, ଉପାକୁ ୧୩୨ ଓ ଅନ୍ୟ ଦଳଗୁଡ଼ିକୁ ୧୦୪ ଆସନରେ ସଫଳତା ମିଳିବ। ସେହିପରି ସିଭୋଟର-ରିପବ୍ଲିକ୍‌ ଏକ୍‌ଜିଟ୍‌ ପୋଲର ଆକଳନ ଅନୁଯାୟୀ ଏନ୍‌ଡିଏ ୨୮୭ ଏବଂ ଉପା ୧୨୮ ଆସନ ଦଖଲ କରିବାରେ ସକ୍ଷମ ହେବେ। ଅନ୍ୟ ଦଳଗୁଡ଼ିକୁ ୧୨୭ ଆସନରେ ସଫଳତା ମିଳିବ। ଜନ୍‌ କୀ ବାତ୍‌ ସଂସ୍ଥାର ଆକଳନ ହେଉଛି ଏନ୍‌ଡିଏ ୩୦୫ ଆସନ ଦଖଲ କରି ପୂର୍ଣ୍ଣ ବହୁମତ ପାଇବାକୁ ଥିବାବେଳେ ଉପା ହାତକୁ ୧୨୪ ଆସନ ଯିବ ଏବଂ ଅନ୍ୟ ଦଳଗୁଡ଼ିକ ୧୧୩ ଆସନରେ ସଫଳ ହେବେ। ଅନ୍ୟପକ୍ଷରେ ଏନ୍‌ଡିଏ ୨୮୬, ଉପା ୧୨୨ ଏବଂ ଅନ୍ୟ ଦଳଗୁଡ଼ିକ ୧୩୪ ଆସନରେ ବିଜୟୀ ହେବେ ବୋଲି ନ୍ୟୁଜ୍‌ ନେଶନ୍‌ ପୂର୍ବାନୁମାନ କରିଛି। ଅନ୍ୟତମ ପ୍ରମୁଖ ସର୍ବେକ୍ଷଣ ସଂସ୍ଥା ଚାଣକ୍ୟ-ନ୍ୟୁଜ୍‌ ୨୪ ଅନୁସାରେ ଏନ୍‌ଡିଏ ୩୫୦ ଆସନରେ ସଫଳତା ହାସଲ କରିବାକୁ ଥିବାବେଳେ ଉପା ୯୫ ଓ ଅନ୍ୟ ଦଳଗୁଡ଼ିକ ୯୭ ଆସନରେ ବିଜୟୀ ହେବେ। ଇଣ୍ଡିଆ ଟୁଡେ-ଆଜ୍‌ତକ୍‌ ଅନୁସାରେ ଏନ୍‌ଡିଏ ୩୩୯-୩୬୫ ଆସନରେ ବିପୁଳ ସଫଳତା ସହ ସରକାର ଗଠନ କରିବ। ଉପା ୭୭ରୁ ୧୦୮ ଆସନରେ ସନ୍ତୁଷ୍ଟ ହେବ ଓ ଅନ୍ୟ ଦଳଗୁଡ଼ିକ ୬୯-୯୫ ଆସନରେ ବିଜୟୀ ହେବେ। ଅନ୍ୟପକ୍ଷରେ ଏନ୍‌ଡିଏ ୨୪୨ ଆସନରେ ସଫଳତା ହାସଲ କରିବ ଏବଂ ମ୍ୟାଜିକ୍‌ ନମ୍ବର ଛୁଇଁବା ପାଇଁ ୩୦ ଆସନ ନିଅଣ୍ଟ ହେବ ବୋଲି ନେତା-ନ୍ୟୁଜ୍‌ ଏକ୍ସ ପକ୍ଷରୁ ଆକଳନ କରାଯାଇଛି। ଏହି ସର୍ବେକ୍ଷଣ ସଂସ୍ଥା ଅନୁସାରେ ଉପା ହାତକୁ ୧୬୪ ଆସନ ଯିବ। ଏବିପି-ନେଲସନ୍‌ ମଧ୍ୟ ଅନୁରୂପ ଆଶଙ୍କା ବ୍ୟକ୍ତ କରିଛି। ଏନ୍‌ଡିଏ ୨୬୭, ଉପା ୧୨୭ ଓ ଅନ୍ୟାନ୍ୟ ୧୪୮ ଆସନ ପାଇବେ
ଏନ୍‌ଡିଏକୁ…
ବୋଲି ଏହି ସଂସ୍ଥା କହିଛି। ନ୍ୟୁଜ୍‌ ୧୮ ଅନୁସାରେ ଏନ୍‌ଡିଏ ୨୯୨-୩୧୨ ଏବଂ ଉପା ୬୨-୭୨ ଆସନ ପାଇବ। ସିଭୋଟର-ଆଇଏଏନ୍‌ଏସ୍‌ ଅନୁଯାୟୀ ଭାଜପା ୨୩୬ ଆସନରେ ବିଜୟୀ ହେବ କିନ୍ତୁ ଏକାକୀ ସରକାର ଗଠନ କରିପାରିବ ନାହିଁ। ଏନ୍‌ଡିଏ ୨୮୭ ଆସନରେ ସଫଳତା ସହ ସଂଖ୍ୟାଗରିଷ୍ଠତା ହାସଲ କରିବ। ସେହିପରି ୨୦୧୪ରେ ୪୪ ଆସନ ପାଇଥିବା କଂଗ୍ରେସ ଏଥର ୮୦ ଆସନରେ ବିଜୟୀ ହେବ। ଉପା ପୂର୍ବରୁ ୫୯ ଆସନ ଦଖଲ କରିଥିବାବେଳେ ଏଥର ୧୨୮ଟି ହାସଲ କରିପାରେ ବୋଲି ସିଭୋଟର-ଆଇଏଏନ୍‌ଏସ୍‌ କହିଛି। ଏହି ଏକ୍‌ଜିଟ୍‌ ପୋଲର ଆକଳନ ଅନୁସାରେ ବିପିଏଫ୍‌ ୧, ଜେଡିୟୁ+ଏଲ୍‌ଜେପି ୨୦, ଶିବସେନା ୧୫, ଏନ୍‌ପିପି ୧, ଏନ୍‌ଡିପିପି ୧, ଶିରୋମଣି ଅକାଳି ଦଳ ୧, ଏପିପିଏମ୍‌ ୧, ଏଆଇଏଡିଏମ୍‌କେ+ ୧୦ ଏବଂ ଅପ୍‌ନା ଦଳ ଗୋଟିଏ ଆସନ ପାଇବେ। ସେହିପରି ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ଭାଜପା କ୍ଷତିଗ୍ରସ୍ତ ହେବ। ଏଠାରେ ଗୈରିକ ଦଳକୁ ୪୦ ଆସନ ଦଖଲ କରିବା କଷ୍ଟକର ହୋଇପଡ଼ିବ। ସମାଜବାଦୀ ପାର୍ଟି (ଏସ୍‌ପି), ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏବଂ ରାଷ୍ଟ୍ରୀୟ ଲୋକଦଳ (ଆର୍‌ଏଲ୍‌ଡି) ମେଣ୍ଟ ୪୦ ଆସନ ପାଇବ ଓ ଭାଜପା ୩୮କୁ ଖସିଯିବ। ପ୍ରକାଶ ଯେ, ୨୦୧୪ ସାଧାରଣ ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀ ଅପ୍‌ନା ଦଳ ୟୁପିର ୮୦ ଆସନରୁ ୭୧ଟିରେ ବିଜୟୀ ହୋଇଥିଲେ।
ସୂଚନାଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ୫୪୩ ଆସନ ମଧ୍ୟରୁ ଭାଜପା ୨୮୩ (କୁହୁକ ସଂଖ୍ୟା ୨୭୨ଠାରୁ ୧୧ ଅଧିକ) ଆସନ ଦଖଲ କରି ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ୩ ଦଶନ୍ଧି ମଧ୍ୟରେ କୌଣସି ଦଳକୁ ଏତେସଂଖ୍ୟକ ଆସନରେ ସଫଳତା ମିଳି ନ ଥିଲା। ସେହିପରି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ୩୩୭ ଆସନରେ ସଫଳତା ମିଳିଥିଲା। ବିରୋଧୀ କଂଗ୍ରେସକୁ ମାତ୍ର ୪୪ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୧୯ ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ହୋଇଥିଲା। ଏପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟରେ ୨୦ ରାଜ୍ୟର ୯୧ ଆସନରେ ଭୋଟଗ୍ରହଣ କରାଯାଇଥିଲା। ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟର ୯୭ ଆସନରେ ମତଦାନ ହୋଇଥିବାବେଳେ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟରେ ୧୪ ରାଜ୍ୟର ୧୧୫ ଲୋକ ସଭା ଆସନରେ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏପ୍ରିଲ ୨୯ରେ ୯ ରାଜ୍ୟର ୭୧ ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ କରାଯାଇଥିଲା। ସେହିପରି ମେ ୬ରେ ପଞ୍ଚମ ପର୍ଯ୍ୟାୟରେ ୭ ରାଜ୍ୟର ୫୧ ଆସନରେ ମତଦାନ ହୋଇଥିଲା। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ମେ ୧୨ରେ ଅନୁଷ୍ଠିତ ହୋଇଥିଲା। ଏହି ପର୍ଯ୍ୟାୟରେ ୭ ରାଜ୍ୟର ୫୯ ଆସନରେ ଭୋଟ ହୋଇଥିଲା। ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୮ ରାଜ୍ୟର ୫୯ ଆସନରେ ମତଦାନ କରାଯାଇଥିଲା। ତାମିଲନାଡୁର ଭେଲୋର ଆସନରେ ଭୋଟଗ୍ରହଣ କରାଯାଇନାହିଁ। ସମସ୍ତ ୫୪୨ ଆସନ ପାଇଁ ଗୁରୁବାର ଭୋଟ ଗଣତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?