ଏନ୍‌ଟିପିସିରେ ଘୋର କୋଇଲା ସଙ୍କଟ

ତାଳଚେର, ୩୦ା୭ (ନି.ପ୍ର.)

ଅନୁଗୋଳ ଜିଲା କଣିହାଁ ସ୍ଥିତ ମହାରତ୍ନ କମ୍ପାନୀ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଭରତପୁର କୋଇଲା ଖଣିଠାରେ ଅତଡା ଖସିବା ଘଟଣା ପରେ ଗତ ୨୫ ତାରିଖରୁ ସମସ୍ତ ଖଣି ବନ୍ଦ ରହିଛି। ଫଳରେ ପ୍ରକଳ୍ପକୁ କୋଇଲା ପହଞ୍ଚିପାରୁ ନ ଥିବାରୁ ଷ୍ଟକ ସରିଆସିଲାଣି। ଆବଶ୍ୟକ ପରିମାଣର କୋଇଲା ନ ଥିବା ଯୋଗୁ ପ୍ରକଳ୍ପରେ ୩ଟି ୟୁନିଟ୍‌କୁ ବନ୍ଦ କରିଦିଆଯାଇଥିବା ଜଣାପଡିଛି। ତୁରନ୍ତ କୋଇଲା ଯୋଗାଣ ନ ହେଲେ ପ୍ରକଳ୍ପର ଅନ୍ୟ ୟୁନିଟ୍‌ଗୁଡିକ ବନ୍ଦ ହୋଇଯିବାର ଆଶଙ୍କା ଉପୁଜିଛି।
କଣିହାଁରେ ୩ ହଜାର ମେଗାଓ୍ବାଟ (୫ ଶହ ମେଗାୱାଟ ବିଶିଷ୍ଟ ୬ଟି) ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ ରହିଛି। ଏହି ପ୍ରକଳ୍ପ ପାଇଁ ଦୈନିକ ୫୫ ହଜାର ମେଟ୍ରିକ ଟନ କୋଇଲା ଆବଶ୍ୟକ ହୋଇଥାଏ। କଣିହାଁ କୋଇଲା ଖଣିରୁ ୨୫/୩୦ ହଜାର ଓ ତାଳଚେର ଲିଙ୍ଗରାଜରୁ ୨୫/୩୦ ହଜାର ମେଟ୍ରିକ ଟନ କୋଇଲା ମିଳିଥାଏ। ହେଲେ ଭରତପୁର ଦୁର୍ଘଟଣା ପରେ ଗତ ୨୫ ତାରିଖରୁ ସମସ୍ତ କୋଇଲା ଖଣି ବନ୍ଦ ରହିଛି। ଫଳରେ ଏନ୍‌ଟିପିସିକୁ ଆଦୌ କୋଇଲା ଯୋଗାଣ ହୋଇପାରୁନାହିଁ। ଷ୍ଟକରେ ଗଚ୍ଛିତ କୋଇଲାକୁ ଗତ କିଛି ଦିନ ହେଲା ବିଦ୍ୟୁତ୍‌ ଉପତ୍ାଦନ ନିମନ୍ତେ ବ୍ୟବହାର କରାଯାଉଥିଲା। ଏବେ ଷ୍ଟକରେ ୫୦ ହଜାର ମେଟ୍ରିକ ଟନରୁ କମ କୋଇଲା ଥିବା ଏନଟିପିସି ସୂତ୍ରରୁ ଜଣାପଡିଛି, ଯାହା ଅଧା ଦିନ ପାଇଁ ମଧ୍ୟ ଯଥେଷ୍ଟ ନୁହେଁ। ଆବଶ୍ୟକ ପରିମାଣରେ କୋଇଲା ମିଳୁ ନ ଥିବା ଓ ଷ୍ଟକ ଶେଷ ହୋଇଯାଉଥିବା କାରଣରୁ ପ୍ରକଳ୍ପ କର୍ତ୍ତୃପକ୍ଷ ପ୍ଲାଣ୍ଟର ୧, ୪ ଓ ୫ ନମ୍ବର ୟୁନିଟକୁ ବନ୍ଦ କରି ସାରିଲେଣି। ଏଭଳି ସ୍ଥିତି ଜାରି ରହିଲେ ଅନ୍ୟ ୟୁନିଟଗୁଡିକୁ ଏନ୍‌ଟିପିସି କର୍ତ୍ତୃପକ୍ଷ ବନ୍ଦ କରିବାକୁ ବାଧ୍ୟହେବେ ବୋଲିି ଜଣାପଡିଛି ା ରବିବାର କାର୍ଯ୍ୟକ୍ଷମ ୩ଟି ୟୁନିଟରୁ ୧୫ଶହ ମେଗାୱାଟ ବଦଳରେ ୯୮୦.୯୪ ୟୁନିଟ ବିଦ୍ୟୁତ୍‌ ଉପତ୍ାଦନ ହୋଇଥିଲା। ପ୍ଲାଣ୍ଟରୁ ଦୈନିକ ଓଡ଼ିଶାକୁ ୫୨୩ ମେଗାୱାଟ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ ା ଓଡ଼ିଶା ବ୍ୟତୀତ ତାମିଲନାଡୁ, କେରଳ, କର୍ନାଟକ, ତେଲେଙ୍ଗାନା, ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ ସମେତ ଉତ୍ତର, ଦକ୍ଷିଣ ଓ ପୂର୍ବ ଭାରତର ପ୍ରାୟ ୧୭ ରାଜ୍ୟକୁ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ। ହେଲେ ଏହି ସବୁ ଜୋନକୁ ଏବେ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି। ଏ ସମ୍ପର୍କରେ ଏନ୍‌ଟିପିସିର ଜନସମ୍ପର୍କ ଅଧିକାରୀ ଅମିତ କୁମାର ବେହେରା କହିଛନ୍ତି, ରବିବାର ୧ ହଜାର ମେଗାୱାଟରୁ କମ୍‌ ବିଦ୍ୟୁତ୍‌ ଉପତ୍ାଦନ ହୋଇଛି ା କୋଇଲା ନ ମିଳିଲେ ଅନ୍ୟ ୟୁନିଟଗୁଡିକୁ ବନ୍ଦ କରିବାକୁ ପଡିବ।
ତେବେ ବାରମ୍ବାର ଏପରି ପରିସ୍ଥିତି ଉପୁଜୁଥିବା ସତ୍ତ୍ୱେ କାହିଁକି ପ୍ରକଳ୍ପ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରୁନାହାନ୍ତି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପାଇଁ ପ୍ଲାଣ୍ଟ ଅଧିକାରୀଙ୍କ ଅବହେଳା ଦାୟୀ ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri