ଏନ୍‌ଟିପିସିରେ ଘୋର କୋଇଲା ସଙ୍କଟ

ତାଳଚେର, ୩୦ା୭ (ନି.ପ୍ର.)

ଅନୁଗୋଳ ଜିଲା କଣିହାଁ ସ୍ଥିତ ମହାରତ୍ନ କମ୍ପାନୀ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଭରତପୁର କୋଇଲା ଖଣିଠାରେ ଅତଡା ଖସିବା ଘଟଣା ପରେ ଗତ ୨୫ ତାରିଖରୁ ସମସ୍ତ ଖଣି ବନ୍ଦ ରହିଛି। ଫଳରେ ପ୍ରକଳ୍ପକୁ କୋଇଲା ପହଞ୍ଚିପାରୁ ନ ଥିବାରୁ ଷ୍ଟକ ସରିଆସିଲାଣି। ଆବଶ୍ୟକ ପରିମାଣର କୋଇଲା ନ ଥିବା ଯୋଗୁ ପ୍ରକଳ୍ପରେ ୩ଟି ୟୁନିଟ୍‌କୁ ବନ୍ଦ କରିଦିଆଯାଇଥିବା ଜଣାପଡିଛି। ତୁରନ୍ତ କୋଇଲା ଯୋଗାଣ ନ ହେଲେ ପ୍ରକଳ୍ପର ଅନ୍ୟ ୟୁନିଟ୍‌ଗୁଡିକ ବନ୍ଦ ହୋଇଯିବାର ଆଶଙ୍କା ଉପୁଜିଛି।
କଣିହାଁରେ ୩ ହଜାର ମେଗାଓ୍ବାଟ (୫ ଶହ ମେଗାୱାଟ ବିଶିଷ୍ଟ ୬ଟି) ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ ରହିଛି। ଏହି ପ୍ରକଳ୍ପ ପାଇଁ ଦୈନିକ ୫୫ ହଜାର ମେଟ୍ରିକ ଟନ କୋଇଲା ଆବଶ୍ୟକ ହୋଇଥାଏ। କଣିହାଁ କୋଇଲା ଖଣିରୁ ୨୫/୩୦ ହଜାର ଓ ତାଳଚେର ଲିଙ୍ଗରାଜରୁ ୨୫/୩୦ ହଜାର ମେଟ୍ରିକ ଟନ କୋଇଲା ମିଳିଥାଏ। ହେଲେ ଭରତପୁର ଦୁର୍ଘଟଣା ପରେ ଗତ ୨୫ ତାରିଖରୁ ସମସ୍ତ କୋଇଲା ଖଣି ବନ୍ଦ ରହିଛି। ଫଳରେ ଏନ୍‌ଟିପିସିକୁ ଆଦୌ କୋଇଲା ଯୋଗାଣ ହୋଇପାରୁନାହିଁ। ଷ୍ଟକରେ ଗଚ୍ଛିତ କୋଇଲାକୁ ଗତ କିଛି ଦିନ ହେଲା ବିଦ୍ୟୁତ୍‌ ଉପତ୍ାଦନ ନିମନ୍ତେ ବ୍ୟବହାର କରାଯାଉଥିଲା। ଏବେ ଷ୍ଟକରେ ୫୦ ହଜାର ମେଟ୍ରିକ ଟନରୁ କମ କୋଇଲା ଥିବା ଏନଟିପିସି ସୂତ୍ରରୁ ଜଣାପଡିଛି, ଯାହା ଅଧା ଦିନ ପାଇଁ ମଧ୍ୟ ଯଥେଷ୍ଟ ନୁହେଁ। ଆବଶ୍ୟକ ପରିମାଣରେ କୋଇଲା ମିଳୁ ନ ଥିବା ଓ ଷ୍ଟକ ଶେଷ ହୋଇଯାଉଥିବା କାରଣରୁ ପ୍ରକଳ୍ପ କର୍ତ୍ତୃପକ୍ଷ ପ୍ଲାଣ୍ଟର ୧, ୪ ଓ ୫ ନମ୍ବର ୟୁନିଟକୁ ବନ୍ଦ କରି ସାରିଲେଣି। ଏଭଳି ସ୍ଥିତି ଜାରି ରହିଲେ ଅନ୍ୟ ୟୁନିଟଗୁଡିକୁ ଏନ୍‌ଟିପିସି କର୍ତ୍ତୃପକ୍ଷ ବନ୍ଦ କରିବାକୁ ବାଧ୍ୟହେବେ ବୋଲିି ଜଣାପଡିଛି ା ରବିବାର କାର୍ଯ୍ୟକ୍ଷମ ୩ଟି ୟୁନିଟରୁ ୧୫ଶହ ମେଗାୱାଟ ବଦଳରେ ୯୮୦.୯୪ ୟୁନିଟ ବିଦ୍ୟୁତ୍‌ ଉପତ୍ାଦନ ହୋଇଥିଲା। ପ୍ଲାଣ୍ଟରୁ ଦୈନିକ ଓଡ଼ିଶାକୁ ୫୨୩ ମେଗାୱାଟ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ ା ଓଡ଼ିଶା ବ୍ୟତୀତ ତାମିଲନାଡୁ, କେରଳ, କର୍ନାଟକ, ତେଲେଙ୍ଗାନା, ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ ସମେତ ଉତ୍ତର, ଦକ୍ଷିଣ ଓ ପୂର୍ବ ଭାରତର ପ୍ରାୟ ୧୭ ରାଜ୍ୟକୁ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ। ହେଲେ ଏହି ସବୁ ଜୋନକୁ ଏବେ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି। ଏ ସମ୍ପର୍କରେ ଏନ୍‌ଟିପିସିର ଜନସମ୍ପର୍କ ଅଧିକାରୀ ଅମିତ କୁମାର ବେହେରା କହିଛନ୍ତି, ରବିବାର ୧ ହଜାର ମେଗାୱାଟରୁ କମ୍‌ ବିଦ୍ୟୁତ୍‌ ଉପତ୍ାଦନ ହୋଇଛି ା କୋଇଲା ନ ମିଳିଲେ ଅନ୍ୟ ୟୁନିଟଗୁଡିକୁ ବନ୍ଦ କରିବାକୁ ପଡିବ।
ତେବେ ବାରମ୍ବାର ଏପରି ପରିସ୍ଥିତି ଉପୁଜୁଥିବା ସତ୍ତ୍ୱେ କାହିଁକି ପ୍ରକଳ୍ପ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରୁନାହାନ୍ତି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପାଇଁ ପ୍ଲାଣ୍ଟ ଅଧିକାରୀଙ୍କ ଅବହେଳା ଦାୟୀ ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ବଜେଟ ଉପସ୍ଥାପନ ପୂର୍ବରୁ ଚର୍ଚ୍ଚାରେ ନିର୍ମଳା ସୀତାରାମନ୍‌ଙ୍କ ବଜେଟ ଲୁକ୍‌, ଏଥର କଟ୍ଟମ କାଞ୍ଚିଭରମ

ନୂଆଦିଲ୍ଲୀ,୧।୨: ପ୍ରତିବର୍ଷ ବଜେଟରେ ଦେଶର ଧ୍ୟାନ କେବଳ ଆର୍ଥିକ ତଥ୍ୟ ଉପରେ ନୁହେଁ ବରଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ପାରମ୍ପରିକ ପୋଷାକ ଉପରେ ମଧ୍ୟ କେନ୍ଦ୍ରିତ ହୁଏ।…

୨୦୨୫ରେ ଦେଶ ଛାଡିଛନ୍ତି ୭ ଲକ୍ଷରୁ ଅଧିକ ପାକିସ୍ତାନୀ, ରିପୋର୍ଟରେ ବଡ଼ ଦାବି

ଇସଲାମାବାଦ,୧।୨: ୨୦୨୫ ମସିହାରେ ୭,୬୦,୦୦୦ ରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବାକୁ ଦେଶ ଛାଡିଥିଲେ। ଏହି ସଂଖ୍ୟା ଦେଶରେ ବଢୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗର…

 ବିରି ମାଡ଼ଦେଖି କୋଳଥ ଚେପା : ଗୋରୁ ମାଫିଆଙ୍କୁ ଗୋଡ଼ାଇଲା ବେଳେ, ସ୍କୁଟିରୁ ପଡ଼ିଲେ ଗଞ୍ଜେଇ ବେପାରୀ  

ଭଞ୍ଜନଗର,୧।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଡହ ଅଞ୍ଚଳରେ କିଛି ଗୋରୁ ମାଫିଆ ଗୋରୁ ଧରି ଯାଉଥିଲେ। ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ…

ବଜେଟ ଭାଷଣ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୨: ବଜେଟ ୨୦୨୬ ପାଇଁ ଦୀର୍ଘ ପ୍ରତୀକ୍ଷା ଆଜି ଶେଷ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ବଜେଟ (ବଜେଟ ୨୦୨୬-୨୭ ଲାଇଭ ଅପଡେଟ୍ସ)…

ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ: ଜଣାପଡୁନି କାରଣ ଚିନ୍ତାରେ…

ଭୁବନେଶ୍ୱର,୧।୨: ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

New Rules 1 February 2026: ବଜେଟ ପୂର୍ବରୁ ସିଗାରେଟଠାରୁ LPG ପର୍ଯ୍ୟନ୍ତ ବଢିଲା ଏସବୁର ଦର

ନୂଆଦିଲ୍ଲୀ,୧।୨: ପ୍ରତି ମାସରେ, ପ୍ରତ୍ୟେକ ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ଘଟେ, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଥାଏ। ରବିବାର ଅର୍ଥାତ…

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri