ଏନ୍‌କାଉଣ୍ଟରକୁ ଡରୁନାହାନ୍ତି ଅପରାଧୀ 

କେନ୍ଦ୍ରାପଡା ଅଫିସ, ୧୯ା୯: ଅପରାଧୀଙ୍କୁ କାବୁ କରିବା ପାଇଁ କେନ୍ଦ୍ରାପଡ଼ାରେ ବାରମ୍ବାର ପୋଲିସ ଏନ୍‌କାଉଣ୍ଟର କରୁଛି। ଗତ ୧୫ ମାସ ମଧ୍ୟରେ ଜିଲା ପୋଲିସ ୧୧ ଜଣ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରି ଗୁରୁତର କରିଛି । ଏହାସତ୍ତ୍ୱେ ଅପରାଧୀଙ୍କ ମନରେ ଭୟ ସଞ୍ଚାର ହେଉନାହିଁ। ଗତ ୨ମାସରେ ୩ଟି ଗୁଳିକାଣ୍ଡ ଘଟଣାକୁ ନେଇ ପୋଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରାଧୀମାନେ ଗୁଳି ଫୁଟାଇ ଫେରାର ହୋଇଯାଉଥିବା ବେଳେ ପୋଲିସ କିଛି କରିପାରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବୁଧବାର ପୂର୍ବାହ୍ନରେ ମାର୍ଶାଘାଇ ଥାନା ମାଣିତିରା ଗ୍ରାମରେ ଗୁଳିକାଣ୍ଡ ଘଟଣାରେ ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ଏହି ଗ୍ରାମର ଉମେଶ ଚନ୍ଦ୍ର ସାହୁଙ୍କ ପୁଅ ଗଗନ ବିହାରୀ ସାହୁ(୨୮)। ଏନେଇ ସାଧାରଣରେ ଆତଙ୍କ ଖେଳିଯାଇଛି। ଗଗନ ବିହାରୀ ପ୍ରତିଦିନ ପରି ଘରକୁ ଫେରୁଥିବା ବେଳେ ମଣିକୁଣ୍ଡା ଛକ ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ୩ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପୂର୍ବରୁ ଗତ ଜୁଲାଇ ୧୩ ସନ୍ଧ୍ୟାରେ ସହରର ଗୁଲନଗରଠାରେ ଧର୍ମରକ୍ଷା ସେନାର ଜିଲା ଆବାହକ ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କୁ ୨ ଜଣ ଯୁବକ ଗୁଳିକରି ଫେରାର ହୋଇଯାଇଥିଲେ । ସେହିପରି ଗତ ଅଗଷ୍ଟ ୧୫ରେ ରାତି ପ୍ରାୟ ୧୦ଟାରେ ସଦର ଥାନା ଅନ୍ତର୍ଗତ କଳପଡା ପୋଲ ଉପରେ ଗୁଳିକାଣ୍ଡ ହୋଇଥିଲା । ଏହି ଘଟଣାରେ ପାଟକୁରା ଥାନା ଅନ୍ତର୍ଗତ ବଛରାଇ ଗ୍ରାମର ରାଜେଶ ମୁଦୁଲି ଓ ଅଙ୍ଗୁଳାଇ ଗ୍ରାମର ରଞ୍ଜନ ଭୂୟଁ। ଗୁରୁତର ହୋଇଥିଲେ । ବାରମ୍ବାର ଗୁଳିକାଣ୍ଡ ଘଟଣା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି । ଏ ସମ୍ପର୍କରେ ବୁଦ୍ଧିଜୀବୀ ଚିତ୍ତରଞ୍ଜନ ଦାସ, ସନ୍ତୋଷ କୁମାର କର, ବାନାମ୍ବର ସାହୁ, ଆଶିଷ କୁମାର ସେନାପତି ପ୍ରମୁଖ କୁହନ୍ତି, ମଙ୍ଗଳବାର କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂ ଜିଲା ଗସ୍ତ କରି ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ଫାଇଭ-ଟି ସମ୍ପର୍କରେ ବୁଝାଇଲେ । ଏହାର ୨୪ ଘଣ୍ଟା ପୂରି ନ ଥିବା ବେଳେ ଜିଲାରେ ପୁନର୍ବାର ଗୁଳି ଫୁଟିଛି। ଏଠାରେ କଥାରେ କଥାରେ ଗୁଳି ଫୁଟୁଥିବା ବେଳେ ବନ୍ଧୁକ କେଉଁଠାରୁ ଆସୁଛି ସେନେଇ ଜିଲା ସ୍ପେଶାଲ ସ୍କ୍ବାର୍ଡ ଅଥବା ଜିଲା ପୋଲିସକୁ କୌଣସି ସୂଚନା ମିଳୁନାହିଁ। ପୂର୍ବରୁ ଟେଣ୍ଟର ଫିକ୍ସିଂ ଓ ଦାଦାବଟି ପାଇଁ ବନ୍ଧୁକ ଉଠୁଥିଲା ବେଳେ ଏବେ ସାଧାରଣ କଥାରେ ବନ୍ଧୁକ ଗର୍ଜୁଛି ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଲଗାତାର ଗୁଳିକାଣ୍ଡ ସମ୍ପର୍କରେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା କୁହନ୍ତି, ବାବୁଲି ଗୁଳିକାଣ୍ଡ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମଣିକୁଣ୍ଡା ଗୁଳିକାଣ୍ଡ ଘଟଣାର ପ୍ରାଥମିକ ତଦନ୍ତ ଚାଲିଛି । ଗଗନବିହାରୀ ଜଣେ ଯୁବ ଔଷଧ ବ୍ୟବସାୟୀ ହୋଇଥିବାରୁ ବ୍ୟବସାୟିକ ଶତ୍ରୁତା, ଦାଦାବଟି ସମ୍ପର୍କରେ ତଦନ୍ତ ହେବ ବୋଲି ସେ କହିଛନ୍ତି। ଏଥିସହ ପ୍ରେମ ବ୍ୟାପାର ଓ ଗଣେଶ ଭସାଣିରେ ଗ୍ରାମ ଗଣ୍ଡଗୋଳ ସମ୍ପର୍କରେ ତନଖି କରାଯାଇ ଖୁବ୍‌ଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି ଏସ୍‌ଡିପିଓ ପଣ୍ଡା ଆଶାବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri