ଏନ୍‌ଏଚ୍‌ ନିର୍ମାଣ,ମରାମତି ପୂର୍ବରୁ ରାଜ୍ୟର ପରାମର୍ଶ ନିଆଯାଉ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ(ଏନ୍‌ଏଚ୍‌)ଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ନେଇ ବିଧାନସଭା ପୂର୍ତ୍ତ ବିଭାଗ ସ୍ଥାୟୀ କମିଟିରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଶେଷ କରି ରାଜ୍ୟ ସରକାରଙ୍କ ସହ ଆଲୋଚନା ନ କରି ଜାତୀୟ ରାଜପଥଗୁଡିକର ନିର୍ମାଣ କରାଯାଉଛି। ପରେ ରାସ୍ତାର ଓସାର, ସ୍ଥଳ ବିଶେଷରେ ୱାଟର ଲଗିଂ ସମସ୍ୟା ଦେଖାଦେଉଛି। ଅସରାଏ ବର୍ଷା ହେଲେ ରାଜଧାନୀସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମିବା ପ୍ରସଙ୍ଗ ଆଲୋଚନା ହୋଇଥିଲା। ତେଣୁ ରାଜ୍ୟରେ ଏନ୍‌.ଏଚ୍‌. ନିର୍ମାଣ, ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ଏନ୍‌ଏଚ୍‌ଏଆଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁ ବୋଲି କମିଟି ପରାମର୍ଶ ଦେଇଛି। ସେହିପରି କମିଟିର ସଦସ୍ୟମାନେ ବୈଠକରେ ନିଜ ନିଜ ନିର୍ବାଚନମଣ୍ଡଳୀର ରାସ୍ତା,କୋଠାବାଡ଼ି ସମ୍ପର୍କିତ ପ୍ରସ୍ତାବ ରଖିଥିଲେ। ବୈଠକରେ ପୂର୍ତ୍ତ ବିଭାଗ କମିଶନର ତଥା ସଚିବ କ୍ରିଷ୍ଣନ କୁମାର ବିଭାଗ ସମ୍ପର୍କିତ ବିବରଣୀ ଉପସ୍ଥାପନ କରିଥିଲେ। ଗତ ୫ ବର୍ଷରେ ଧାର୍ଯ୍ୟଲକ୍ଷ୍ୟଠାରୁ ବିଭାଗ ଅଧିକ ରାସ୍ତା ଏବଂ ପୋଲ ନିର୍ମାଣ କରିଛି। ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତୁଳନାରେ ପୂର୍ତ୍ତ ବିଭାଗ ପ୍ରଦର୍ଶନ ଉତ୍ତମ ରହିଛି। ହେଲେ ପୂର୍ବାପେକ୍ଷା ବିଭାଗର ଅନୁଦାନ ହ୍ରାସ ପାଇଥିବା ସଚିବ ଉଲ୍ଲେଖ କରିଥିଲେ। ତେଣୁ ଷ୍ଟାଣ୍ଡିଂ କମିଟି ସଦସ୍ୟ ଅନୁଦାନ ବୃଦ୍ଧି ସମ୍ପର୍କିତ ଦାବି ଅର୍ଥ ଏବଂ ଯୋଜନା ଓ ସଂଯୋଜନା ବିଭାଗ ନିକଟରେ ରଖାଯାଉ ବୋଲି ମତ ଦେଇଥିଲେ। ଏହି ବୈଠକରେ ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲଙ୍କ ସମେତ ବିଧାୟକ ଅମର ପ୍ରସାଦ ଶତପଥୀ, ତାରାପ୍ରସାଦ ବାହିନୀପତି, ବିକ୍ରମ ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପ୍ରକାଶ ସୋରେନ ଏବଂ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ବିଧାନସଭାର ୫୫ ନଂ. ରୁମ୍‌ରେ ଶୁକ୍ରବାର ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁରୂପ ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଡ୍ରେନ୍‌, ସ୍ବେରେଜ ବ୍ୟବସ୍ଥା ସମ୍ପର୍କିତ ଆଲୋଚନା କରାଯାଇଥିଲା। ସେହିପରି ଉତ୍ତର-ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ରାଜଧାନୀସ୍ଥିତ କଳାରାହାଙ୍ଗ ନିକଟରେ ଏକ ରେଲୱେ ଓଭରବ୍ରିଜ(ଆରଓବି) ପାଇଁ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri