Posted inଜାତୀୟ

ଭୀମା-କୋରେଗାଓ୍ବଁ ମାମଲା: ଲିଓ ଟଲଷ୍ଟୟଙ୍କ ମହାନ୍‌ କୃତି ‘ଓ୍ବାର ଆଣ୍ଡ୍‌ ପିସ୍‌’କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୧।୮: ଏବେ ଭୀମା-କୋରେଗାଓ୍ବଁ ହିଂସାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବିଚାରପତି ସରଙ୍ଗ କୋତଓ୍ବାଲ ବୁଧବାର ଅଭିଯୁକ୍ତ ବର୍ନନ ଗୋଞ୍ଜାଲଭେସ୍‌ଙ୍କୁ ପଚାରିଥିଲେ ଯେ, ସେ କାହିଁକି ନିଜ ଘରେ ଓ୍ବାର ଆଣ୍ଡ୍‌ ପିସ୍‌ ଭଳି ଆପତ୍ତି ଜନକ ସାମଗ୍ରୀ ରଖିଥିଲେ। ବର୍ନନଙ୍କ ଆଇନଜୀବୀ ମିହିର ଦେଶାଇଙ୍କ ଏକ ଉତ୍ତରରେ ବିଚାରପତି ଏଭଳି ପ୍ରଶ୍ନ କରିଥିଲେ। ଯେହେତୁ ‘ଓ୍ବାର ଆଣ୍ଡ୍‌ ପିସ’ ଲିଓ ଟଲଷ୍ଟୟଙ୍କ ମହାନ ସାହିତି୍ୟକ କୃତି ତେଣୁ ଏହାକୁ ନେଇ ବିଚାରପତିଙ୍କ ମନ୍ତବ୍ୟକୁ କେତେକ ଲୋକେ ନାପସନ୍ଦ କରି ସୋସିଆଲ୍‌ ମିଡ଼ିଆରେ ଭିନ୍ନ ଭିନ୍ନ କମେଣ୍ଟ ଦେଇଥିଲେ। ଏହାକୁ ନେଇ ବିଚାରପତି ସ୍ପଟୀକରଣ ଦେଇଥିଲେ ଯେ, କୋର୍ଟରେ ଟଲଷ୍ଟୟଙ୍କ ଦ୍ୱାରା ରଚିତ ହୋଇଥିବା ପୁସ୍ତକ ସମ୍ପର୍କରେ ପଚରାଯାଇ ନ ଥିଲା। ବିଶ୍ୱଜିତ୍‌ ରାୟଙ୍କ ଦ୍ୱାରା ରଚିତ ପୁସ୍ତକ ‘ଓ୍ବାର ଆଣ୍ଡ୍‌ ପିସ୍‌ ଇନ୍‌ ଜଙ୍ଗଲମହଲ: ପିପୁଲ୍‌, ଷ୍ଟେଟ୍‌ ଆଣ୍ଡ ମାଓଇଷ୍ଟ’ ନାମକ ଆପତ୍ତିଜନକ ପୁସ୍ତକ ଉପରେ କୋର୍ଟରେ ପଚରା ଯାଇଥିଲା। ଏଭଳି ପୁସ୍ତକ କାହିଁକି ବହୁଳ ପରିମାଣରେ ବର୍ନନଙ୍କ ଘରେ ଥିଲା ସେ ନେଇ ମିହିରଙ୍କୁ ପ୍ରଶ୍ନ କରାଯାଇଥିଲା। ସୂଚନାଯୋଗ୍ୟ, ଭୀମା-କୋରେଗାଓ୍ବଁ ମାମଲାରେ ୫ ଜଣ ଅଭିଯୁକ୍ତଙ୍କ ଘରୁ ଏହି ପୁସ୍ତକ ସମେତ ଆପତ୍ତିଜନକ ସାମଗ୍ରୀ ପୋଲିସ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri