ଏଥର ୨୨ କୋଟିର ବ୍ୟବସାୟ

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜନତା ମଇଦାନଠାରେ ଚାଲିଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଅତିଥିଭାବେ ଯୋଗଦେଇ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବୟନଶିଳ୍ପ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ, ବିଭାଗୀୟ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ବିଭାଗୀୟ ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ‘ସହାୟ’ ଏବଂ ‘ସ୍ବାଭିମାନ’ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ‘ସହାୟ’ ପକ୍ଷରୁ ଦିବ୍ୟାଙ୍ଗ ପିଲାମାନେ ଫ୍ୟୁଜନରେ ‘ଦଶାବତାର’ ନୃତ୍ୟ ପରିବେଷଣ କରିଥିଲେ। ସେହିଭଳି ଦୃଷ୍ଟିବାଧିତ ଗୋପାଳ ସାହୁ ନିଜ ହୃଦୟସ୍ପର୍ଶୀ କଣ୍ଠରେ ‘ତେରି ମେରି କାହାନୀ…’ ଓ ‘ସୁନୋନା…’ ଗୀତ ପରିବେଷଣ କରିବା ପରେ ସମ୍ବଲପୁରୀ ନୃତ୍ୟ ରଙ୍ଗବତୀ ପରିବେଷଣ କରାଯାଇଥିଲା। ପରେ ପରେ ଅସିତ ମହାପାତ୍ର ଓ ମୋହିତ ମହାପାତ୍ର ତବ୍‌ଲା ଓ ବଂଶୀବାଦନ କରିଥିଲେ। ସାର୍ଥକ ଦ୍ୱିବେଦୀଙ୍କ କ୍ୟାସିଓ ବାଦନ ପରେ ପରିବେଷିତ ଶାସ୍ତ୍ରୀୟ ନୃତ୍ୟ ଅନ୍ୟତମ ଆକର୍ଷଣ ସାଜିଥିଲା। ସେହିଭଳି ମିଥିଳେଶ ପଟ୍ଟନାୟକ ଓ ଶକ୍ତିସ୍ବରୂପ ବୀର ପ୍ରଥମେ ଏକକ ଓ ପରେ ଡୁଏଟ୍‌ ଗାନ କରିଥିଲେ। ଦୀର୍ଘ ୧୩ ଦିନ ବ୍ୟାପୀ ଚାଲିଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ଚଳିତବର୍ଷ ୧୦ କୋଟି ୫୪ ଲକ୍ଷ ୬୩ ହଜାର ଟଙ୍କାର ହସ୍ତଶିଳ୍ପ ବିକ୍ରିବଟା ହୋଇଥିବାବେଳେ ୮ କୋଟି ୨୨ ଲକ୍ଷ ୧୦ ହଜାର ଟଙ୍କାର ହସ୍ତତନ୍ତ ବିକ୍ରିହୋଇଛି। ସେହିଭଳି ଫୁଡ୍‌କୋର୍ଟରେ ମୋଟ ୩ କୋଟି ୧୪ ଲକ୍ଷ ୭୬ ହଜାର ଟଙ୍କାର ବ୍ୟବସାୟ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏତେ କୋଟି ଟଙ୍କାର ମାଲିକାଣୀ ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ ଦାଖଲ କରିଥିବା...

୩୭ ଏମ୍‌ପି ପ୍ରାର୍ଥୀରୁ ୧୭ କୋଟିପତି, କଳାହାଣ୍ଡି ଲୋକ ସଭା ପ୍ରାର୍ଥୀ ମାଳବିକା ସବୁଠୁ ଧନୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

ସୁଚରିତା ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୪।୫: ପୁରୀ ଲୋକ ସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରାର୍ଥୀ ବଦଳାଇବା...

ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଆସିଲା ଏଡିଆର ରିପୋର୍ଟ: ଦଶମ ପାସ୍‌ କରି ନାହାନ୍ତି ୩ ପ୍ରାର୍ଥୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

ପୁଣି ଦଳ ଡେଇଁଲେ ଦେବାଶିଷ, ଭାଜପା ଛାଡ଼ି କଂଗ୍ରେସରେ ହେଲେ ସାମିଲ

ଭୁବନେଶ୍ୱର,୪।୫: ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା। ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା!, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୪।୫: ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା। ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri