ଜାନୁୟାରୀ ୪ରୁ ଶିଶିର ସରସ ମେଳା: ଯୋଗଦେବେ ୨୫ ରାଜ୍ୟର କାରିଗର

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ଗ୍ରାମୀଣ ଉତ୍ପାଦକମାନଙ୍କ ସାମଗ୍ରୀକୁ ବିପଣନ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଜାନୁୟାରୀ ୪ରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଶିଶିର ସରସ ମେଳା। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓର୍‌ମାସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଜାତୀୟସ୍ତରୀୟ ମେଳାରେ ଓଡ଼ିଶା ସମେତ ୨୫ ରାଜ୍ୟର କାରିଗର ଅଂଶଗ୍ରହଣ କରିବେ। ମୋଟ ୩୦୦ ଷ୍ଟଲ୍‌ରେ ଚଳିତବର୍ଷ ଏକ ମିନି ଇଣ୍ଡିଆ ବଜାର ସୃଷ୍ଟି କରାଯିବ। ଉତ୍ତର-ପୂର୍ବ ରାଜ୍ୟର ବାଉଁଶ ଶିଳ୍ପ, ଘରସଜ୍ଜା ସାମଗ୍ରୀ, ଶୀତ ପୋଷାକ, ଉତ୍ତର ପ୍ରଦେଶର ହସ୍ତତନ୍ତ, ସିଲ୍‌କ ଏବଂ ରଟ୍‌ ଆଇରନ ସାମଗ୍ରୀ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଟସର କପଡ଼ା ଓ ଲୁଗା, ରାଜସ୍ଥାନ, ଗୁଜରାଟ ଏବଂ ମହାରାଷ୍ଟ୍ରର ଖାଦ୍ୟ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁର ହସ୍ତତନ୍ତ ଓ ଘରକରଣା ସାମଗ୍ରୀ, ପଞ୍ଜାବର ଫୁଲକରୀ ପୋଷାକ ସହତି ଜମ୍ମୁ ଓ କଶ୍ମୀରର ଶୀତ ପୋଷାକ ମେଳାର ପ୍ରମୁଖ ଆକର୍ଷଣ ରହିବ।
ସେହିଭଳି ଓଡ଼ିଶାର ୩୦ ଜିଲାରୁ ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ମେଳାରେ ସାମିଲ ହେବେ। ଟେରାକୋଟା ସାମଗ୍ରୀ, ବିଭିନ୍ନ ପ୍ରକାର ମସଲା, ହସ୍ତତନ୍ତ ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ, କାଇଁଚରୁ ପ୍ରସ୍ତୁତ ସାମଗ୍ରୀ ଏବଂ ସବାଇ ଘାସରୁ ପ୍ରସ୍ତୁତ ଘରକରଣା ସାମଗ୍ରୀ ମେଳାରେ ଉପଲବ୍ଧ ହେବ। ଶୁକ୍ରବାର ଏସ୍‌ପିଆର୍‌ସି ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ଚଳିତବର୍ଷ ମେଳା ପରିସରକୁ ପରିଷ୍କାର ରଖିବା ସହ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ ପାନୀୟ ଜଳ ସୁବିଧା, କଡ଼ା ସୁରକ୍ଷା ବ୍ୟବସ୍ଥା, ଆଲୋକ ସୁବିଧା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୧୨ ଷ୍ଟଲକୁ ନେଇ ସ୍ବତନ୍ତ୍ର ଫୁଡ୍‌କୋର୍ଟ କରାଯାଇଛି। ବିହାର, ଗୁଜରାଟ, ମହାରାଷ୍ଟ୍ର, ତେଲଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ହରିୟାଣା ଓ କେରଳର ଖାଦ୍ୟ ସହ ଗ୍ରାହକ ଏଠାରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଖାଇପାରିବେ। ବାରିପଦା ମୁଢ଼ିମାଂସ, କେନ୍ଦ୍ରାପଡ଼ା ରସାବଳି, ପାରମ୍ପରିକ ଓଡ଼ିଆ ପିଠା ଓ ମିଲେଟ ମିଶନ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଫୁଡ୍‌ଷ୍ଟଲ୍‌ରେ ବିକ୍ରି ହେବ। ବ୍ୟବସାୟୀମାନେ ଗ୍ରାହକଙ୍କଠାରୁ ଯେପରି ଉଚିତ୍‌ ଦର ନେବେ ତାହା ଉପରେ ଚଳିତବର୍ଷ କର୍ତ୍ତୃପକ୍ଷ ନଜର ରଖିବେ ବୋଲି ମନ୍ତ୍ରୀ କହିଛନ୍ତି। ଖବରଦାତା ସମ୍ମିଳନୀରେ ଓର୍‌ମାସର ସିଇଓ ଏସ୍‌.ଆର. ପ୍ରଧାନ, ଯୁଗ୍ମ ସଚିବ ସ୍ବୟଂପ୍ରଭା ମହାନ୍ତି ଉପସ୍ଥିତ ଥିବାବେଳେ ମନ୍ତ୍ରୀ ଜେନା ନୂତନ ଡାଏରୀ ଓ କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ଚାଇନାର ପ୍ରାଧାନ୍ୟ, ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ ଜିନପିଙ୍ଗ

ବେଜିଂ,୧୬।୭: ଏକ ସର୍ଭେରେ ଚାଇନା ଆମେରିକା ତୁଳନାରେ ଭଲ ସ୍ଥିତିରେ ଥିବା ଦର୍ଶାଯାଇଛି। ସମ୍ପ୍ରତି, ପିଉ ରିସର୍ଚ୍ଚ ସେଣ୍ଟର 2026 ଆରମ୍ଭରେ ୩୬ଟି ଦେଶରେ ଏକ ସର୍ଭେ…

ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜ ଉପରେ ଟିକସ ଲଗାଇପାରିବେ କି? ଜାଣନ୍ତୁ କ’ଣ କହୁଛି ଅନ୍ତର୍ଜାତୀୟ ଆଇନ

ତେହରାନ,୧୬।୭: ବିଶ୍ୱ ରାଜନୈତିକ ଏବଂ ରଣନୈତିକ ମୋର୍ଚ୍ଚାରେ ଆମେରିକା ଏବଂ ଇରାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ପୁଣିଥରେ ସଂଘର୍ଷର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହି ଗୁରୁତ୍ୱପୂର୍ଣ୍ଣ…

ମାତ୍ର ୧ ଟଙ୍କାରେ ୧ ଲକ୍ଷ କୋଟି ଟଙ୍କା ବିବାଦର ସମାଧାନ କରିବେ ସୁପ୍ରିମକୋର୍ଟ: ଜାଣନ୍ତୁ ଚର୍ଚ୍ଚିତ ମାମଲା ବିଷୟରେ

ନୂଆଦିଲ୍ଲୀ,୧୬।୭: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ କଲ୍ୟାଣୀ ପରିବାର ସହିତ ଜଡିତ ପାରିବାରିକ ବିବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମୋଡ଼ରେ ପହଞ୍ଚିଛି। ପ୍ରାୟ ୧…

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ, କହିଲେ ପୁଣି ସେମିତି କରିବାକୁ ଯାଉଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ସମୟରେ, କେନ୍ଦ୍ରର ମୋଦି ସରକାର ପୁଣି ଥରେ ସୀମା ନିର୍ଦ୍ଧାରଣ ବିଲ…

ଡାକ୍ତର ସ୍ବାମୀଙ୍କୁ ହତ୍ୟା, ପୁଅକୁ ଛୁରାମାଡ଼; ପାଖରେ ବସି ଫୋନ୍‌ ଦେଖୁଥିଲେ ସ୍ତ୍ରୀ

ବେଙ୍ଗାଲୁରୁ,୧୬ା୭: କର୍ନାଟକର ହୁବାଲିରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଡାକ୍ତରଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ ଭିତରୁ ମିଳିଛି। ତାଙ୍କ ଆଠ…

ଜୁଲାଇ ୧୯ରୁ ଏହି ୪ ରାଶିଙ୍କ ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ: ଶନି-ମଙ୍ଗଳ ଆଣିବେ ବମ୍ପର ରୋଜଗାର

ଜୁଲାଇ ମାସର ଅବଶିଷ୍ଟ ଦିନଗୁଡ଼ିକ ଗ୍ରହ ପରିବର୍ତ୍ତନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ୧୯ ଜୁଲାଇରେ ଏକ ଶୁଭ ଯୋଗ ସୃଷ୍ଟି ହେଉଛି। ପ୍ରାୟ ରାତି…

ଶ୍ରୀକ୍ଷେତ୍ରରେ ବଡ଼ ଅଘଟଣ, ଅଣନିଶ୍ବାସୀ ହୋଇ ଚାଲିଗଲା ଭକ୍ତଙ୍କ ପ୍ରାଣ!

ପୁରୀ,୧୬।୭: ଶ୍ରୀକ୍ଷେତ୍ର ପୁରୀରେ ବଡ଼ ଅଘଟଣ ଘଟିଯାଇଛି । ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ପୁରୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି…

ସି ଜିନପିଙ୍ଗଙ୍କ ଶୟନ କକ୍ଷକୁ କରାଗଲା ଟାର୍ଗେଟ, ୮୦ ବର୍ଷ ପର୍ଯ୍ୟନ୍ତ ଅନୁତାପ କଲା ଜାପାନ, ଏବେ ସେହି କାମ କରିବାକୁ ଯାଉଛି…

ନୂଆଦିଲ୍ଲୀ/ବେଜିଂ,୧୬।୭: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଜାପାନ ଏକ ନିଷ୍ପତ୍ତି ନେଇଥିଲା: ଏହା ବିଶ୍ୱର ଏକ ପ୍ରମୁଖ ସାମରିକ ଶକ୍ତି ହେବ ନାହିଁ, ଆକ୍ରମଣାତ୍ମକ ଗୁପ୍ତଚର କାର୍ଯ୍ୟ କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri