ଏଥର ପ୍ରଦୂଷଣମୁକ୍ତ ଦଶହରା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଭୁବନେଶ୍ୱରରେ ଏଥର ଦେଖିବାକୁ ମିଳିବ ପ୍ଲାଷ୍ଟିକ୍‌ ଓ ଶବ୍ଦ ପ୍ରଦୂଷଣମୁକ୍ତ ଦଶହରା। ସହରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ପୂଜାକୁ ଶବ୍ଦ, ବାୟୁ ଓ ପରିବେଶ ପ୍ରଦୂଷଣରୁ ମୁକ୍ତ ରଖିବାକୁ ପ୍ରଚେଷ୍ଟା କରାଯିବ। ଗତବର୍ଷ ଭଳି ଏଥର ମଧ୍ୟ ପୂଜାର ମୁଖ୍ୟ ଉଦ୍ଦେଶ୍ୟ ରହିବ ଯଥାସମ୍ଭବ କମ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର। ସମସ୍ତ ପୂଜା କମିଟି ଏନେଇ ସହଯୋଗ କରିବାକୁ ସହମତି ପ୍ରକାଶ କରିଥିବାବେଳେ ରାଜଧାନୀର ପ୍ରମୁଖ ପୂଜାମଣ୍ଡପଗୁଡ଼ିକ ଏ ଦିଗରେ ଅଧିକ ସଚେତନ ହେବେ। କେବଳ ଏତିକି ନୁହେଁ, ଅଯଥା ଶକ୍ତି ଅପଚୟ ନ କରିବା ଉପରେ ମଧ୍ୟ ପୂଜା ମଣ୍ଡପଗୁଡିକ ଗୁରୁତ୍ୱ ଦେବେ। ଅଧିକାଂଶ ମଣ୍ଡପ ମୂର୍ତ୍ତି ପ୍ରସ୍ତୁତ ପାଇଁ ରାସାୟନିକ ରଙ୍ଗର ବ୍ୟବହାର ନ କରି ଭେଜିଟେବୁଲ କଲର୍‌ ବା ପ୍ରାକୃତିକ ରଙ୍ଗର ବ୍ୟବହାର କରିବେ।
୨୦୧୯ ଦୁର୍ଗାପୂଜା ଯେପରି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେଥିଲାଗି ପୂଜାମଣ୍ଡପଗୁଡିକ ସମସ୍ତ ବ୍ୟବସ୍ଥା ଆପଣାଇବାକୁ ରାଜଧାନୀ ଶାନ୍ତି କମିଟି ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିଭଳି ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ପ୍ରତି ପୂଜାମଣ୍ଡପରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ କୁହାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଶବ୍ଦ ପ୍ରଦୂଷଣ ଉପରେ ଲାଗିଥିବା କଟକଣା ଯୋଗୁ ଚଳିତ ବର୍ଷ ପୂଜାରେ ପ୍ରତି ପୂଜାମଣ୍ଡପ ଏକ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ମାଇକ୍ରୋଫୋନ୍‌ ଓ ସାଉଣ୍ଡ ସିଷ୍ଟମ ବ୍ୟବହାର କରିବେ। ମାଇକ୍ରୋଫୋନ୍‌ରେ କେବଳ ଶ୍ଳୋକାବୃତ୍ତି, ଚଣ୍ଡୀପାଠ, ଗୀତାପାଠ ଓ ଅନ୍ୟାନ୍ୟ ପୂଜାକର୍ମ କରିବେ। ମେଲୋଡି ଓ ଭଜନ ସମାରୋହରେ କେବଳ ସାଉଣ୍ଡ ବକ୍ସ ଆଇନ୍‌ ଅନୁମୋଦନ ଅନୁଯାୟୀ ବ୍ୟବହାର କରାଯିବ। ଗୀତ ବଜାଇବାବେଳେ ଯେପରି ସ୍ଥାନୀୟ ଲୋକ ହଇରାଣ ହେବେନି ସେଥିପାଇଁ ଭଲ୍ୟୁମ୍‌ର ଏକ ନିର୍ଦ୍ଦିଷ୍ଟ ଲିମିଟ୍‌ ରହିବ। ସେହିଭଳି ଭସାଣି ବେଳେ ଡିଜେ ଓ ଧୁମ୍‌ଧଡାକ ଗୀତ ପରିବର୍ତ୍ତେ ପୂଜା କମିଟି ପକ୍ଷରୁ ପାରମ୍ପରିକ ବାଦ୍ୟର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯିବ।

ପ୍ଳାଷ୍ଟିକ୍‌ ମୁକ୍ତ ପୂଜା
ଆସନ୍ତା ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଲାଗିବାକୁ ଥିବାବେଳେ ଚଳିତ ପାର୍ବଣର ମୁଖ୍ୟ ପ୍ରସଙ୍ଗ ରହିବ ପ୍ଲାଷ୍ଟିକ୍‌ ମୁକ୍ତ ପୂଜା। ମଣ୍ଡପଗୁଡ଼ିକ ଯଥାସମ୍ଭବ କମ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର କରି ପୂଜା ଆୟୋଜନ କରିବା ସହ ଏନେଇ ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ କରିବେ। ରାଜଧାନୀର ଅଧିକାଂଶ ମଣ୍ଡପରେ ପଲିଥିନ୍‌ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯିବ। ପାଉଚ୍‌ ପାଣିକୁ ମଧ୍ୟ ବର୍ଜନ କରାଯିବ। ଚନ୍ଦ୍ରଶେଖରପୁରସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏଶନ୍‌ (ଡିସିଓଏ) ଏବଂ ନୟାପଲ୍ଲୀ ପୂଜା କମିଟି ପ୍ଲାଷ୍ଟିକ୍‌ ଫ୍ରି ପୂଜା ଆୟୋଜନ କରିବାକୁ ଘୋଷଣା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବାବେଳେ ଝାରପଡ଼ା, ଶହୀଦନଗର ଭଳି ଅନ୍ୟ କେତେକ ପୂଜା ମଣ୍ଡପ ମଧ୍ୟ ଏହାକୁ ଅନୁକରଣ କରିବେ। ଏପରିକି କିଛି ମଣ୍ଡପ ଏଥର ଚାରା ବଣ୍ଟନ କରିବାକୁ ଘୋଷଣା କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ରାସାୟନିକ ରଙ୍ଗର ବ୍ୟବହାର ନ କରିବାକୁ ମଣ୍ଡପଗୁଡ଼ିକ ଏଥର ଗୁରୁତ୍ୱ ଦେଉଥିବାବେଳେ ନଦୀ ପରିବର୍ତ୍ତେ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯିବ। ଚଳିତବର୍ଷ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ ରାଜଧାନୀ ଶାନ୍ତି କମିଟି ପକ୍ଷରୁ ସମସ୍ତଙ୍କୁ ନିବେଦନ କରାଯାଇଥିବା କମିଟି ସମ୍ପାଦକ ନବକିଶୋର ବେହେରା କହିଛନ୍ତି।
ଚାନ୍ଦା ଆଦାୟ କ୍ଷେତ୍ରରେ ଯେପରି ଲୋକଙ୍କୁ ଜୋର୍‌ ଜବରଦସ୍ତ କରାଯିବନାହିଁ ସେଥିପ୍ରତି ପ୍ରାଥମିକତା ଦିଆଯିବ। କିଛି ମଣ୍ଡପ ଏ ଦିଗରେ ପଦକ୍ଷେପ ନେଇ ଆଗରେ ରହିଥିବାବେଳେ ଆଉ କିଛି ଏହାକୁ ସମର୍ଥନ କରିଛନ୍ତି। ତଥାପି କିଛି ପୂଜା ମଣ୍ଡପ ଏହା ବିରୋଧରେ ଯାଇ ଅନୈତିକ ଭାବେ ଛୋଟ ଛୋଟ ବେପାରୀଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥଳେ ଭିଏସ୍‌ଏସ୍‌ ନଗର ସାର୍ବଜନୀନ ଦୁର୍ଗାପୂଜା ସମିତି ଆଗରୁ ରହିଆସିଥିବା ପରମ୍ପରା ଅନୁଯାୟୀ ମା’ଙ୍କ ପୂଜା ପାଇଁ ସଂଗୃହୀତ ଦାନ ଓ ଖର୍ଚ୍ଚର ହିସାବ ଅଡିଟ୍‌ କରିବା ସହ ତାହାକୁ କଲୋନୀ ବାସିନ୍ଦାଙ୍କୁ ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri