ଜଳବାୟୁ ପରିବର୍ତ୍ତନ ମୁକାବିଲା ଜରୁରୀ

ନୂଆଦିଲ୍ଲୀ/ନ୍ୟୁୟର୍କ,୨୧ା୯: ଜଳବାୟୁ ପରିବର୍ତ୍ତନ ସଙ୍କଟ ମୁକାବିଲାରେ ବିଫଳତାକୁ ନେଇ ଚିନ୍ତିତ ଓ ଭବିଷ୍ୟତକୁ ନେଇ ଉତ୍କଣ୍ଠିତ ଅଗଣିତ ସ୍ବଳ୍ପବୟସ୍କ ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶୁକ୍ରବାର ଏଭଳି ଭାବେ ବିଶ୍ୱ ଜଳବାୟୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି, ଯାହାର ନାମ ରଖାଯାଇଛି ‘ଫ୍ରାଇଡେ ଫର୍‌ ଫ୍ୟୁଚର’। ଆମେରିକାର ନ୍ୟୁୟର୍କରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପୂର୍ବରୁ ବିଶ୍ୱବ୍ୟାପୀ ଏଭଳି ବିକ୍ଷୋଭ କାର୍ଯ୍ୟକ୍ରମ ଚାଲିଛି। ବିକ୍ଷୋଭ ବେଳର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଉତ୍ସର୍ଜନ ବୃଦ୍ଧି ବିରୋଧରେ ମୁଣ୍ଡ ଟେକିଥିବା ଏହି ଆନ୍ଦୋଳନ କେବଳ ୟୁରୋପୀୟ ଦେଶରେ ସୀମିତ ହୋଇ ରହିନାହିଁ। ଏଥିରେ ପ୍ରାୟ ସବୁ ମହାଦେଶର ଲକ୍ଷ ଲକ୍ଷ ଜନତା ବିଶେଷକରି କିଶୋରୀକିଶୋର ଓ ଯୁବତୀଯୁବକ ଯୋଡ଼ିହୋଇ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି। ଏହିକ୍ରମରେ ଆମେରିକାରେ ୮୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ କରାଯାଇଥିବାବେଳେ ଜର୍ମାନୀରେ ୪୦୦ ରାଲିର ଆୟୋଜନ କରାଯାଇଛି। ଅଷ୍ଟ୍ରେଲିଆର ମେଲବୋର୍ନ ସହରରେ ଆୟୋଜିତ ରାଲିରେ ଲକ୍ଷାଧିକ ବିକ୍ଷୋଭକାରୀ ସାମିଲ ହୋଇଛନ୍ତି, ଯାହାକି ଦେଶର ଇତିହାସରେ ଜଳବାୟୁ ପରିବର୍ତ୍ତନ ବିରୋଧୀ ସବୁଠୁ ବଡ଼ ଆୟୋଜନ। ୧୭ ବର୍ଷୀୟ ନିଆମ୍‌ ଓ’କୋନ୍ନୋର ସ୍ମିଥ୍‌ ମେଲବୋର୍ନ ସଭାକୁ ସମ୍ବୋଧିତ କରି କହିଛନ୍ତି, ସମସ୍ତେ ଏକ ନିରାପଦ ଭବିଷ୍ୟତ ଚାହାନ୍ତି, ଯାହାକୁ ଆମ ସରକାର ଅଦ୍ୟାବଧି ସମର୍ଥନ କରିନାହିଁ। ଆମେ ସମସ୍ତେ ଏକଜୁଟ ହୋଇ ଏଥିରେ ପରିବର୍ତ୍ତନ ଆଣିପାରିବା। ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ମାଇକେଲ ମ୍ୟାକ୍‌ କୋରମାକ୍‌ ଏହି ବିକ୍ଷୋଭକୁ ଏକ ବ୍ୟାଘାତ ଭାବେ ଅଭିହିତ କରି ଛାତ୍ରୀଛାତ୍ର ଆନ୍ଦୋଳନସ୍ଥଳ ଅପେକ୍ଷା ସ୍କୁଲରେ ଅଧିକ ଶିଖିପାରିବେ ବୋଲି କହିଛନ୍ତି। ଫିଲିପାଇନ୍ସର କ୍ୱେଜନ ସହରରେ ବିକ୍ଷୋଭକାରୀମାନେ ବିଶାଳ ଶୋଭାଯାତ୍ରା କରିଛନ୍ତି। ଜଣକ ହାତରେ ଥିବା ପ୍ଲାକାର୍ଡରେ ଲେଖାଅଛି, ‘ପୃଥିବୀର ମୃତ୍ୟୁ ଆସନ୍ନ। ଏବେ କାର୍ଯ୍ୟାନୁଷ୍ଠାନର ବେଳ।’ କେନିଆ ରାଜଧାନୀ ନାଇରୋବିରେ ବ୍ୟାନର ପୋଷ୍ଟର ଛାଇଦେଇଛନ୍ତି ବିକ୍ଷୋଭକାରୀ। ‘ଏବେ ଜଳବାୟୁ ଜରୁରିକାଳୀନ ପରିସ୍ଥିତି’ ବୋଲି ଏକ ପୋଷ୍ଟରରେ ଲେଖାଥିବାବେଳେ ଜଣେ ଯୁବତୀ ବ୍ୟଙ୍ଗ କରି କହୁଥିଲେ, ବିଶ୍ୱ ଦିନକୁ ଦିନ ଉତ୍ତପ୍ତ ହେବାରେ ଲାଗିଛି। ଏହାର ଉତ୍ତାପ ମୋ କାଳ୍ପନିକ ପୁରୁଷବନ୍ଧୁଙ୍କଠାରୁ ମଧ୍ୟ ଅଧିକ। ଜର୍ମାନୀର ବର୍ଲିନରେ ମଧ୍ୟ ଲକ୍ଷାଧିକ ବିକ୍ଷୋଭକାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ବ୍ରିଟେନର ବ୍ରାଇଟନ୍‌ରୁ ନେଇ ଏଡିନ୍‌ବର୍ଗ ପର୍ଯ୍ୟନ୍ତ ଏବଂ ରାଜଧାନୀ ଲଣ୍ଡନରେ ଜଳବାୟୁ ପରିବର୍ତ୍ତନକୁ ନେଇ ସଚେତନତା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ମୁମ୍ବାଇରେ ଛୋଟଛୋଟ ପିଲାମାନେ ସେମାନଙ୍କଠାରୁ ବଡ଼ ରେନିକୋଟ୍‌ ପିନ୍ଧି ବର୍ଷାରେ ଶୋଭାଯାତ୍ରା କରିଥିଲେ। ବିଶ୍ୱର ସବୁଠୁ ପ୍ରଦୂଷିତ ସହର ନୂଆଦିଲ୍ଲୀରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ହୋଇଥିଲା। ଜଣେ ବିକ୍ଷୋଭକାରୀ ସ୍ଲୋଗାନ ଦେଉଥିଲେ, ‘ମୁଁ ସ୍ବଚ୍ଛବାୟୁ ଗ୍ରହଣ କରିବାକୁ ଚାହେଁ।’ ପଡ଼ୋଶୀ ପାକିସ୍ତାନର ‘କ୍ଲାଇମେଟ ଆକ୍ସନ ନାଓ’ ସଙ୍ଗଠନ ପକ୍ଷରୁ ୨୫ ସହରରେ ଜଳବାୟୁ ପରିବର୍ତ୍ତନ ନେଇ ଶୋଭାଯାତ୍ରା କରାଯାଇଛି। ତେବେ ବିଶ୍ୱର ସବୁଠୁ ଅଧିକ ସବୁଜଗୃହ ଉତ୍ସର୍ଜନକାରୀ ଚାଇନାରେ ବିକ୍ଷୋଭକୁ ଅନୁମତି ମିଳୁ ନ ଥିବାରୁ ଏହି ଦେଶରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri