ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ତାଲା ଝୁଲିବ

କଟକ ଅଫିସ,୩୧ା୧୦: ଏସ୍‌ସିବି ମେଡିକାଲ୍‌ର ଗୋଟିକ ପରେ ଗୋଟିଏ ବିଭାଗ ଏବେ ବନ୍ଦ ହେବା ସ୍ଥିତିରେ। ଗୁରୁତ୍ୱପୂର୍ଣ୍ଣ ହୃଦ୍‌ବକ୍ଷଶଲ୍ୟ (ସିଟିଭିଏସ୍‌) ବିଭାଗ ଡାକ୍ତର ଅଭାବରୁ ଅଚଳାବସ୍ଥାକୁ ଆସି ଥିବାବେଳେ ତା’ଠୁ ଅଧିକ ସମସ୍ୟା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅନ୍ତଃସ୍ରାବୀ ବିଜ୍ଞାନ ବା ଏଣ୍ଡୋକ୍ରାଇନୋଲୋଜିରେ ଉପୁଜିଛି। ଜଣେ ମାତ୍ର ପ୍ରଫେସରଙ୍କୁ ନେଇ ଏହି ବିଭାଗ ଚାଲିଛି। ସମ୍ପୃକ୍ତ ପ୍ରଫେସର ୨୦୨୦ ଜୁନରେ ଚାକିରିରୁ ଅବସର ଗ୍ରହଣ କରିବେ। ଏହା ପରେ ଏହି ବିଭାଗର ଭବିଷ୍ୟତକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ୨୦୦୮ ପରଠାରୁ ଉକ୍ତ ବିଭାଗକୁ ଜଣେ ବି ଡାକ୍ତର ଯୋଗାଇ ଦେଇନାହାନ୍ତି ସରକାର। ୨୦୦୮ରେ ଯେଉଁ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ମିଳିଥିଲା ସେ ଗତ ଅଗଷ୍ଟରୁ ଚାକିରିରୁ ଇସ୍ତଫା ଦେଇ ଚାଲିଯାଇଛନ୍ତି। ଫଳରେ ମେଡିକାଲ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନଠାରୁ ଆରମ୍ଭ କରି ସନ୍ଦର୍ଭ ପ୍ରସ୍ତୁତ ଓ ରୋଗୀସେବା ଆଦି କ୍ଷେତ୍ରରେ ନାନା ସମସ୍ୟା ଉପୁଜିଛି।
୧୯୭୮ରେ ଏସ୍‌ସିବି ମେଡିକାଲରେ ଏଣ୍ଡୋକ୍ରାଇନୋଲୋଜି ବିଭାଗ ଖୋଲିଥିଲା। ୨୦ଟି ବେଡ୍‌କୁ ନେଇ ଚାଲିଥିବା ଏହି ବିଭାଗରୁ ବର୍ଷକୁ ୨ଜଣ ପିଜି ଛାତ୍ର ବାହାରନ୍ତି। ବିଭାଗର ରୋଗୀ ହାରକୁ ଦେଖିଲେ ଜଣାପଡ଼େ ବର୍ଷକୁ ଆଉଟଡୋରକୁ ୫୦ରୁ ୫୨ହଜାର ଏବଂ ଇନ୍‌ଡୋରକୁ ୭୦୦ରୁ ୭୫୦ ରୋଗୀ ଆସିଥାନ୍ତି। ଗତବର୍ଷର ତଥ୍ୟ ଅନୁଯାୟୀ, ଆଉଟଡୋରକୁ ୫୨ହଜାର ରୋଗୀ ଆସିଥିବାବେଳେ ଇନ୍‌ଡୋରରେ ୭୭୦ଜଣ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ମଧୁମେହ, ୭ରୁ ୮ ପ୍ରତିଶତ ଥାଇରଏଡ୍‌ ଏବଂ ଅନ୍ୟମାନେ ବିଭିନ୍ନ ଅନ୍ତଃସ୍ରାବୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ମୁଖ୍ୟତଃ ଅନେକ ଜଟିଳ ଅନ୍ତଃସ୍ରାବୀ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ମଧୁମେହ ରୋଗୀଙ୍କ କଥା ନ କହିବା ଭଲ। ଏଭଳି ସ୍ଥିତିରେ ଏହି ବିଭାଗ ବନ୍ଦ ହେବାକୁ ଯାଉଥିବାରୁ ଶହ ଶହ ରୋଗୀଙ୍କ ପାଇଁ ଚିନ୍ତା ବଢାଇଛି। ଡାକ୍ତର ଯୋଗାଇଦେବା ପାଇଁ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଏ.କେ. ବଳିୟାରସିଂ ଇତିମଧ୍ୟରେ ସରକାରଙ୍କୁ ଚିଠି ଲେଖି ଅବଗତ କରାଇବା ପରେ ମେଡିକାଲ କଲେଜ ପ୍ରିନ୍ସିପାଲ ଏବଂ ଅନ୍ୟାନ୍ୟ ପଦାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଡାକ୍ତର ଅଭାବଜନିତ କାରଣ ମଧ୍ୟ ଆଉ ଏକ ବଡ଼ ସମସ୍ୟାକୁ ଆମନ୍ତ୍ରଣ କରୁଛି। ୨୦୨୧-୨୨ ମସିହାରେ ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ଏମ୍‌ସିଆଇ ଇନ୍ସିସ୍ପେକ୍ସନ ହେବ। ସେତେବେଳକୁ ଯଦି ଏମ୍‌ସିଆଇ ଗାଇଡ୍‌ଲାଇନ ଅନୁଯାୟୀ ଡାକ୍ତର ନ ଥାନ୍ତି ତାହାହେଲେ ଏହି ବିଭାଗକୁ ମିଳିଥିବା ୨ଟି ଡିଏମ୍‌ ସିଟ୍‌ ପ୍ରତ୍ୟାହାର ହେବା ଆଶଙ୍କା ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରତି ସରକାର ଆଖି ବୁଜିଦେବା ଘଟଣାକୁ ସଚେତନ ଲୋକେ ସହଜରେ ଗ୍ରହଣ କରୁନାହାନ୍ତି।
ରାଜ୍ୟ ରୋଗୀ ଅଧିକାର ମଞ୍ଚର ସଭାପତି ଅମିୟ ଭୂଷଣ ବିଶ୍ୱାଳ କହିଛନ୍ତି, ଅନ୍ତଃସ୍ରାବୀ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ଏଭଳି ବିଭାଗ ବନ୍ଦ ହେବା ସ୍ଥିତିକୁ ଆସିବା ରାଜ୍ୟ ପାଇଁ ଭଲ ଖବର ନୁହେଁ। ସାମାଜିକ କର୍ମୀ ଦୀପକ ଆଚାର୍ଯ୍ୟ କହିଛନ୍ତି, ସରକାର ଏବେ ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସ୍ଥାକୁ ଲୋକାଭିମୁଖୀ କରୁଛନ୍ତି। ମାତ୍ର ଏହା କିଭଳି ଲୋକାଭିମୁଖୀ ହେଉଛି ତାହା ଏଣ୍ଡୋକ୍ରାଇନୋଲୋଜି ବିଭାଗରୁ ଜଣାପଡ଼ୁଛି। ଏ ନେଇ ମେଡିକାଲର ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା କହିଛନ୍ତି, ବ୍ରହ୍ମପୁର ମେଡିକାଲ କଲେଜର ଜଣେ ଡାକ୍ତରଙ୍କୁ ଏଠାକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ଉକ୍ତ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି। ଅନ୍ୟପକ୍ଷରେ ଭିତିରି ସୂଚନା ଅନୁଯାୟୀ, ବ୍ରହ୍ମପୁର ମେଡିକାଲ କଲେଜରେ ମାତ୍ର ଦୁଇବର୍ଷ ତଳେ ଏଣ୍ଡୋକ୍ରାଇନୋଲୋଜି ବିଭାଗ ଖୋଲିଛି। ସେଠାରେ ଏହି ବିଭାଗରେ ୨ଜଣ ଡାକ୍ତର ରହିଛନ୍ତି। ଯଦି ଜଣଙ୍କୁ ଏସ୍‌ସିବିକୁ ଅଣାଯାଏ ତା’ହେଲେ ସେଠାକାର ବିଭାଗ ମଧ୍ୟ ବନ୍ଦ ହେବା ଭଳି ପରିସ୍ଥିତି ଉପୁଜିବ। ତେଣୁ ସରକାର ତୁରନ୍ତ ନୂଆ ଡାକ୍ତର ନିଯୁକ୍ତି ନ ଦେଲେ ଏସ୍‌ସିବିର ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ୮ମାସ ପରେ ତାଲା ଝୁଲିବା ଏକପ୍ରକାର ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ବାଲ୍ୟ ବିବାହ ରୋକିଲା ପ୍ରଶାସନ, ସୂଚନା ଦେଇଥିବା ଲୋକଙ୍କ ଘର ଆଗରେ ହଟ୍ଟଗୋଳ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ତାଳପଡା ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ ବିବାହ ହେଉଥିବା ନେଇ ସୂଚନା ପାଇ ପ୍ରଶାସନ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri