ଏଠି ଗୀତ ଗାଏ ସଡ଼କ

କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ ସଡ଼କରେ ଯିବା ସମୟରେ ଗୀତ ଶୁଣିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଚିନ୍ତା କରିବା ପରେ କେତେକ ଦେଶରେ ଏମିତି ସଡ଼କ ନିର୍ମାଣ କରାଯାଇଛି। କାରଣ ରାସ୍ତାରେ ଯିବା ସମୟରେ ବେଳେ ବେଳେ ଡ୍ରାଇଭରଙ୍କୁ ନିଦ ଲାଗିବାରୁ ଦୁର୍ଘଟଣା ହୋଇଥାଏ। କିନ୍ତୁ ସଙ୍ଗୀତ ଶୁଣିଲେ ଆଉ ଡ୍ରାଇଭରଙ୍କୁ ନିଦ ଲାଗି ନ ଥାଏ। ତେଣୁ ସହଜରେ ଦୁର୍ଘଟଣାକୁ ଏଡାଯାଇପାରେ। ଆମେରିକା କାଲିଫର୍ନିଆର ଗ୍ଲସେଷ୍ଟର ସହରରେ ରହିଛି ଏମିତି ଏକ ମ୍ୟୁଜିକାଲ ରୋଡ୍‌। ଏହି ରାସ୍ତାରେ ସ୍ଥାନେ ସ୍ଥାନେ ମ୍ୟୁଜିକର ଧୁନ୍‌ ଶୁଣିବାକୁ ମିଳେ। ଏଥିପାଇଁ ରାସ୍ତାକଡରେ କେତେକ ମ୍ୟୁଜିକ୍‌ ସିଷ୍ଟମ ଖଞ୍ଜି ଦିଆଯାଇଛି। ଅବଶ୍ୟ ପ୍ରଥମେ କେତେକେ ଏହାକୁ ବାରଣ କରିଥିଲେ। ହେଲେ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକଙ୍କ ଅନୁରୋଧକ୍ରମେ ପୁଣିଥରେ ରାସ୍ତାକଡରେ କେତେକ ସ୍ଥାନରେ ମ୍ୟୁଜିକ ସିଷ୍ଟମର ବ୍ୟବସ୍ଥା କରାଯାଇଛି। ତେବେ ଘଣ୍ଟାକୁ ୫୫ କିଲୋମିଟର ବେଗରେ ଯାଉଥିବା ଲୋକେ ଏହି ମ୍ୟୁଜିକର ମଜା ନେଇପାରିବେ। ଡେନ୍‌ମାର୍କରେ ରହିଛି ‘ଦ ଅସଫାଲଟୋଫୋନ୍‌’ ନାମକ ଏକ ମ୍ୟୁଜିକାଲ ରୋଡ। ଏହା ବିଶ୍ୱର ପ୍ରଥମ ମ୍ୟୁଜିକାଲ ରୋଡ ବୋଲି ଦାବି କରାଯାଉଥିବା ବେଳେ ୧୯୯୫ରେ ଏହାର ନିର୍ମାଣ କରାଯାଇଥିବା କୁହାଯାଏ। ତେବେ ଏହି ସଡ଼କର ବିଶେଷତ୍ୱ ହେଉଛି ଏହା ଉପର ଦେଇ ଯାତ୍ରା କରୁଥିବା ଲୋକେ କିଛି ସମୟ ଅନ୍ତରାଳରେ ଭିନ୍ନ ଭିନ୍ନ ପ୍ରକାରର ମ୍ୟୁଜିକ ଶୁଣିବାର ମଜା ଉଠାଇପାରିବେ। ଖାଲି ସେତିକି ନୁହେଁ, ଜାପାନ, ନ୍ୟୁ ମେକ୍ସିକୋ ଓ ଦକ୍ଷିଣ କୋରିଆରେ ମଧ୍ୟ ରହିଛି ଏମିତି କିଛି ମ୍ୟୁଜିକାଲ ରୋଡ। ଏବେ ଅନ୍ୟ ଦେଶଗୁଡିକ ମଧ୍ୟ ମ୍ୟୁଜିକାଲ ରୋଡ ନିର୍ମାଣ କରିବାକୁ ଯୋଜନା କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri