ଏକୁଳର ନା ସେକୁଳର

କରୋନା ଭାଇରସ୍‌ ସଂକ୍ରମଣ ଓ ତତ୍‌ଜନିତ ଲକ୍‌ଡାଉନ୍‌ ଯୋଗୁ ବିଶ୍ୱ ଅର୍ଥନୀତି ଘୋର ମାନ୍ଦାବସ୍ଥା ଦେଇ ଗତି କରୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅନ୍ତର୍ଜାତୀୟ ସ୍ତରରେ ଅର୍ଥନୀତି ଚଳିତବର୍ଷ ୫.୨ ପ୍ରତିଶତ ତଳକୁ ଖସିଯିବ ବୋଲି ବିଶ୍ୱବ୍ୟାଙ୍କ ରିପୋର୍ଟ ଦେଇଛି। କେବଳ ସେତିକି ନୁହେଁ, ବିକଶିତ ଦେଶଗୁଡ଼ିକରେ ଅର୍ଥନୈତିକ କାର୍ଯ୍ୟକଳାପ ୭ ପ୍ରତିଶତ ହ୍ରାସ ପାଇବ। ଫଳରେ ପୃଥିବୀବ୍ୟାପୀ ଘୋର ଦାରିଦ୍ର୍ୟ ବୃଦ୍ଧି ପାଇବ ବୋଲି ବିଶ୍ୱବ୍ୟାଙ୍କର ‘ଗ୍ଲୋବାଲ ଇକୋନମିକ୍‌ ପ୍ରସ୍‌ପେକ୍ଟ’ ରିପୋର୍ଟ ଦର୍ଶାଇଛି। ୧୮୭୦ର ମାନ୍ଦାବସ୍ଥା ପରେ ଏବେ ଦେଖାଦେଇଥିବା ଅର୍ଥନୈତିକ ଦୁଃସ୍ଥିତି ଲାଗି ପ୍ରଥମ ଥର ପାଇଁ ଏକ ମହାମାରୀ ଏଥି ସକାଶେ ଦାୟୀ ବୋଲି ବିଶ୍ୱବ୍ୟାଙ୍କ ସଭାପତି ଡେଭିଡ୍‌ ମାଲପସ୍‌ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧୮୭୦ରୁ ବିଶ୍ୱ ଅର୍ଥନୀତି ୧୪ ଥର ମାନ୍ଦାବସ୍ଥା ଦେଇ ଗତି କରିଛି।
କିନ୍ତୁ ଆମେ ଯେଉଁମାନେ ଭାରତରେ ଅଛୁ, ଏଠାକାର ସମସ୍ୟା ବହୁଗୁଣିତ ହେବାରେ ଲାଗିଛି। ଭାରତୀୟ ଅର୍ଥନୈତିକ ବଳୟରେ ବିମୁଦ୍ରୀକରଣ ଏକ ଅଲିଭା କଳାଦାଗ ସୃଷ୍ଟି କରିଦେଇଛି। ଏଭଳି କଠୋର ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ କଲେ ଭବିଷ୍ୟତରେ ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ କିପରି ପଡ଼ିବ, ତାହା ବିଚାର ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲାଗୁ କରିଦେଲେ। ଫଳରେ କଠିନ ପରିଶ୍ରମ କରି ଦୀର୍ଘଦିନ ସଞ୍ଚି ରଖିଥିବା ଗରିବଙ୍କ ଧନ ଚାଲିଗଲା। ପ୍ରଥମ ମାଡ଼ ସର୍ବନିମ୍ନ ସ୍ତର ଉପରେ ହୋଇଗଲା। ଧନୀଙ୍କ ପାଖରେ ଥିବା କଳାଧନ ଠାବ ପାଇଁ ବିମୁଦ୍ରୀକରଣ ଉଦ୍ଦିଷ୍ଟ ଥିଲା ବୋଲି ସେ ୮ ନଭେମ୍ବର ୨୦୧୬ରେ ଜାତି ଉଦ୍ଦେଶ୍ୟରେ ଟେଲିଭିଜନ ମାଧ୍ୟମରେ ଉଦ୍‌ବୋଧନ ଦେଲା ବେଳେ ଯାହା କହିଥିଲେ, ତାହା ଦିନକୁ ଦିନ ଭୁଲ ପ୍ରମାଣିତ ହୋଇଚାଲିଛି। ବିମୁଦ୍ରୀକରଣ ପରେ ‘ଗୋଟିଏ ଦେଶ, ଏକ ଟିକସ ବ୍ୟବସ୍ଥା’ ସ୍ଲୋଗାନ ଦେଇ କେନ୍ଦ୍ର ସରକାର ସାମଗ୍ରୀ ଓ ସେବା ଟିକସ ବା ଜିଏସ୍‌ଟି ପ୍ରଚଳନ କଲେ। ଏହା ମଧ୍ୟବିତ୍ତ ତଥା କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟକୁ ସିଧାସଳଖ ଧ୍ୱଂସ କରିଦେଲା। କାଗଜପତ୍ର କାମ ଏତେ ବଢ଼ିଯାଇଛି ଯେ ବ୍ୟବସାୟୀ ନିଜ ଜିନିଷ ବିକିବା ଅପେକ୍ଷା କେଉଁ ବାଟରେ ପରୋକ୍ଷ କରରୁ ରକ୍ଷା ପାଇବେ ସେହି ଚିନ୍ତାରେ ରହୁଛନ୍ତି। ଜିଏସ୍‌ଟି ଦ୍ୱାରା ସମଗ୍ର ଦେଶରେ ଯେଉଁ ଏକକ ଟିକସ କଥା କୁହାଯାଇଥିଲା, ତାହା ରହିଲା ନାହିଁ ବରଂ ସାମଗ୍ରୀ ଓ ସେବା ଉପରେ ୪ ଥାକିଆ କର ବସି ଚାଲିଛି। ଏଥିସହିତ ଏହି ଟିକସ ବ୍ୟବସ୍ଥା ପୂର୍ବାପେକ୍ଷା ଅଧିକ ଜଟିଳ ହୋଇଚାଲିଛି। ପୁଣି ଜିଏସ୍‌ଟି ପ୍ରଚଳନ ହେବା ବେଳେ କୁହାଯାଇଥିଲା ଯେ ରାଜ୍ୟଗୁଡ଼ିକର କ୍ଷତି ଭରଣା କରିବାରେ କେନ୍ଦ୍ର ସମ୍ପୂର୍ଣ୍ଣ ସହଯୋଗ କରିବ। ହେଲେ ରାଜ୍ୟଗୁଡ଼ିକ ସେମାନଙ୍କ ଅଂଶଧନ ନିୟମିତ ପାଇପାରୁ ନାହାନ୍ତି। ଏହାଦ୍ୱାରା ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହି କରୋନା ସମୟରେ ଜିଏସ୍‌ଟି କାର୍ଯ୍ୟକାରିତାର କୁପ୍ରଭାବ ଅଧିକ ଜଣାପଡ଼ୁଛି।
ବର୍ତ୍ତମାନ କରୋନା ସଂକ୍ରମଣ ଓ ତତ୍‌ଜନିତ ଲକ୍‌ଡାଉନ୍‌ ବା ଶଟ୍‌ଡାଉନ୍‌କୁ ଦେଖିଲେ ପୂର୍ବର ଦୁର୍ବଳ ଅର୍ଥନୀତିକୁ ଆହୁରି କ୍ଷତି ପହଞ୍ଚାଇଛି। ଯେତେବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଅତି ନଗଣ୍ୟ ଥିଲା, ସେତେବେଳେ ଲୋକଙ୍କ ଚଳପ୍ରଚଳ ଉପରେ ଜୋରଦାର କଟକଣା କରିଦିଆଗଲା। ଫଳରେ ଅର୍ଥନୈତିକ କାରବାର ଠପ୍‌ ହୋଇଗଲା। ଜୀବନ ଭଳି ଜୀବିକାର ପ୍ରାସଙ୍ଗିକତା ଉପରେ ଯେତେବେଳେ ପ୍ରଶ୍ନ ଉଠିଲା ଓ ଦେଶବ୍ୟାପୀ ଏହାକୁ ନେଇ ପ୍ରତିବାଦ କରାଗଲା, ସରକାର ଆଗପଛ କିଛି ନ ଭାବି କଟକଣାର ଘାଇକୁ ଖୋଲିଦେଇଛନ୍ତି। ଏବକା ସ୍ଥିତିରେ ମଣିଷର ଜୀବନ ସହ ଜୀବିକା ଉଭୟ ବିପନ୍ନ ହୋଇପଡ଼ିଛି। ଓଡ଼ିଆରେ କୁହାଯାଏ ‘ଆମେ ଏକୁଳର ହେଲୁ ନା ସେକୁଳର ହେଲୁ’। ଅର୍ଥାତ୍‌ ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତରେ ଯେଉଁଭଳି ହାରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି ଆମେରିକାକୁ କାଟି ଆଗକୁ ଯିବା ଲାଗି ବେଶି ସମୟ ଲାଗିବ ନାହିଁ। ମୋଦି ସରକାରଙ୍କ ନିଷ୍ପତ୍ତି ଆରମ୍ଭରେ ଭୁଲ ଥିଲା ଓ ଏବେ ମସ୍ତବଡ଼ ତ୍ରୁଟି କରିବସିଲାଣି। ଚାରିଆଡ଼ୁ ସମାଲୋଚିତ ହେବା ପରେ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗ ଓ ନିଜ ଅଞ୍ଚଳକୁ ଲକ୍‌ଡାଉନ୍‌ ନା ଶଟ୍‌ଡାଉନ୍‌ କରାଯିବ କିମ୍ବା ଖୋଲା ରଖାଯିବ, ସେସବୁର ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଗୁଡ଼ିକ ଉପରେ ଛାଡ଼ି ଦେଇଛି। କେବଳ ଲୋକଦେଖାଣିଆ ଭାବେ ‘ଆତ୍ମନିର୍ଭର ଭାରତ’ରେ ୨୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିି କେନ୍ଦ୍ର ଖସିଯିବାର ବାଟ ଖୋଜୁଛି। କିନ୍ତୁ ବାସ୍ତବତା ଦେଖିଲେ ଦେଶର କୌଣସି ଅସହାୟ ବର୍ଗ ଏଥିରୁ ଲାଭ ପାଇବାର ପନ୍ଥା ଦେଖାଯାଉ ନାହିଁ। ବିଶ୍ୱବ୍ୟାଙ୍କର ରିପୋର୍ଟକୁ ତର୍ଜମା କଲେ ମନେହେଉଛି ଯେପରି ଭାରତ ପାଇଁ ନିକଟ ଭବିଷ୍ୟତ ଅନେକ ବିପଦ ଆଣିଦେବ। ଗରିବ ସୀମାରେଖା ଭିତରକୁ ଅଧିକ ପ୍ରତିଶତ ଜନସଂଖ୍ୟା ପ୍ରବେଶ କରିଯାଉଥିବାର ଯେଉଁ ସୂଚନା ମିଳୁଛି ତାହା ଏହି ଦେଶର ମେରୁଦଣ୍ଡ ଭାଙ୍ଗିଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri