ଏକାମ୍ର କ୍ଷେତ୍ରରେ ଆମ୍‌ସାର ଆକ୍ଟ କଡ଼ାକଡ଼ି ଲାଗୁ ହେବ: ଏଡିଜି ଏଏସ୍‌ଆଇ

ପୁରୁଣା ଭୁବନେଶ୍ୱର, ୧୫।୧୨(ଡି.ଏନ.ଏ.): ଏକାମ୍ର କ୍ଷେତ୍ର ସହ ଅନ୍ୟ ଐତିହ୍ୟସ୍ଥଳରେ କଡ଼ାକଡ଼ି ଭାବେ ଆମ୍‌ସାର ଆକ୍ଟ ଲାଗୁ କରାଯିବ। ଏ ନେଇ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅବୈଧ ନିର୍ମାଣଗୁଡ଼ିକୁ ଭାଙ୍ଗିବାକୁ ଆବଶ୍ୟକ ସ୍ଥଳେ ଅଦାଲତ ଆଶ୍ରୟ ନିଆଯିବ। ଅତ୍ୟାବଶ୍ୟକ ପଡ଼ିଲେ ଫତେପୁର ସିକ୍ରି ଭଳି ମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ କୌଣସି ସ୍ଥାୟୀ, ଅସ୍ଥାୟୀ ନିର୍ମାଣ କାମ ଆଦି ନ କରାଇବାକୁ ପଦକ୍ଷେପ ନିଆଯିବ। ଘଟଣାସ୍ଥଳରେ ଏଏସ୍‌ଆଇ ପକ୍ଷରୁ ସ୍ବତନ୍ତ୍ର ଅଧିକାରୀ ନିୟୋଜିତ କରାଯିବ ବୋଲି ଏଏସ୍‌ଆଇ ଅତିରିକ୍ତ ମହାନିର୍ଦ୍ଦେଶକ ରାକେଶ ସିଂ ଲାଲ କହିଛନ୍ତି।

ଏକାମ୍ରକ୍ଷେତ୍ରରେ ଥିବା ବିଭିନ୍ନ ଐତିହ୍ୟସ୍ଥଳରେ ଥିବା ଅବୈଧ ନିର୍ମାଣର ଉଚ୍ଛେଦ ପ୍ରସଙ୍ଗରେ ନିଜ ମତ ରଖି ଅତିରିକ୍ତ ମହାନିର୍ଦ୍ଦେଶକ ଲାଲ କହିଥିଲେ, ଐତିହ୍ୟସ୍ଥଳରେ ଜବରଦଖଲ ଓ ଅବୈଧ ନିର୍ମାଣ ଦିନକୁ ଦିନ ବୃଦ୍ଧି ପାଉଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଅବୈଧ ନିର୍ମାଣ ବନ୍ଦ କରିବାକୁ ଅବଗତ କରାଇଥିଲା। ହେଲେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ହିଁ ପ୍ରଥମେ ନିଜର ଅବୈଧ ନିର୍ମାଣ ଜାରି ରଖିଛି। ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ବିଡ଼ିଏ କିମ୍ବା ବିଏମ୍‌ସି କର୍ତ୍ତୃପକ୍ଷ କୌଣସି ଐତିହ୍ୟ ସ୍ଥଳ ପ୍ରୋଟେକ୍ଟେଡ଼ ଏରିୟା କିମ୍ବା ପ୍ରୋହିବିଟେଡ ଏରିୟା ମଧ୍ୟରେ ଗଢି ଉଠିଥିବା ବେଆଇନ ନିର୍ମାଣ ଉଚ୍ଛେଦ କରିପାରିନାହାନ୍ତି ବୋଲି ସେ କହିଛନ୍ତି।

ଅକ୍ଟୋବର ୨୧ରୁ ଆମ୍‌ସାର ଆକ୍ଟ ବିରୋଧରେ ହେଉଥିବା ଅବୈଧ ନିର୍ମାଣ ନେଇ କମିଶନରେଟ୍‌ ପୋଲିସଙ୍କ ବଡ଼ଗଡ଼ ଥାନାରେ ନଂ. ୨୧/୦୯ରେ ଏକ ମାମଲା ରୁଜୁ ହୋଇଥିଲା। ବିଜେବିନଗର ମୌଜାର ପ୍ଲଟ ନଂ. ୬୫୯ ଉପରେ ନିର୍ମାଣ ହେଉଥିବା ଉକ୍ତ ଏତଲାନାମାରେ ଉଲ୍ଲେଖଥିଲା। ଉକ୍ତ ଏତଲାର ଏକକିତା ନକଲକୁ ଏଏସ୍‌ଆଇ ଭୁବନେଶ୍ୱର ସର୍କଲ ପ୍ରତ୍ନତତ୍ତ୍ୱ ଅଧୀକ୍ଷଣ ଅଧିକାରୀଙ୍କୁ ପଠାଯିବା ସହ ସମସ୍ତ ଘଟଣା ବାବଦରେ ଅବଗତ କରାଯାଇଥିଲା। ପରେ ଏଏସ୍‌ଆଇ ପକ୍ଷରୁ ସଂରକ୍ଷଣ ଅଧିକାରୀ ସୋ-କଜ୍‌ ନୋଟିସ୍‌ ଜାରିକରି ନିଜର କର୍ତ୍ତବ୍ୟ ସାରିଦେଲେ। ଏ ନେଇ ସମ୍ପୃକ୍ତ ଅଧିକାରୀ ନିର୍ମଳ ମହାପାତ୍ରଙ୍କୁ ପଚାରିବାରୁ କାର୍ଯ୍ୟ ବନ୍ଦ କରିବାକୁ ଏଏସ୍‌ଆଇ ତରଫରୁ ଆଇନ୍‌ଗତ ପଦକ୍ଷେପ ନିଆଯାଉଛି। ଆଗକୁ କାମ ବନ୍ଦ ନ କଲେ ଏଏସ୍‌ଆଇ ନିୟମାନୁଯାୟୀ ଅଦାଲତ ଯିବ ବୋଲି କହିଥିଲେ। ଏ ନେଇ ମହାନିର୍ଦ୍ଦେଶକ ଲାଲ ଏହି ପ୍ରତିକ୍ରିୟା ଦେବା ସହ ଏଏସ୍‌ଆଇ ତା’ କାମ କରୁଛି। ଆଗକୁ ଆଉ କ’ଣ ହୋଇପାରିବ ତା’ କରିବ। ଏହାଛଡା ସେ ତତ୍‌କାଳ ଭୁବନେଶ୍ୱର ସର୍କଲ ମୁଖ୍ୟଙ୍କ ସହ ଏ ନେଇ ଆଲୋଚନା କରିବେ ଓ ଓଡ଼ିଶା ପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବା ସହ ଭୁବନେଶ୍ୱର ସର୍କଲ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ସହ ବିଚାରବିମର୍ଷ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର

ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…

ଓପିଏସ୍‌ସିରେ ଜିଲା ପାଇଁ ଗୌରବ ଆଣିଥିବା ସପ୍ତେଶ୍ୱରଙ୍କୁ ସମ୍ବର୍ଦ୍ଧନା

ଟିକିରି, ୧।୬(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲା କାଶୀପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ସପ୍ତେଶ୍ୱର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଟିକିରିସ୍ଥିତ…

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ, ମେଡିକାଲରୁ ଡିସ୍‌ଚାର୍ଜ ପରେ…

ଭବାନୀପାଟଣା,୧।୬(ଉତ୍ତମ କୁମାର ଦାଶ): ଚିକିତ୍ସା ଅବହେଳାରୁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ କଳାହାଣ୍ଡି ଜିଲା ମୁଖ୍ୟ ମେଡିକାଲରୁ ଆସିଛି। ଶନିବାର ଜିଲାର ନର୍ଲା ଥାନା…

ମେଡିକାଲରେ ଭର୍ତ୍ତି ହୋଇଥିବା ମା’ଙ୍କୁ ଦେଖିବାକୁ ଯିବାବେଳେ କାର୍‌ରେ ଲାଗିଲା ନିଆଁ, ଚାଲିଗଲା ପୁଅଙ୍କ ଜୀବନ

ସୁନ୍ଦରଗଡ଼,୧ା୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନ ଥାନା ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କାର୍‌ରେ…

ପକ୍ଷାଘାତ ରୋଗୀଙ୍କ ହାତକୁ ଚେୟାରରେ ଦୁଇ ଘଣ୍ଟା ବାନ୍ଧି ରଖିଲା ସାପ, ତାପରେ ଯାହା ଘଟିଲା….

ହରଭଙ୍ଗା,୧।୬(ନରେନ୍ଦ୍ର ସାହୁ): ପୁରାଣରେ ସର୍ପ ବନ୍ଧନ କଥା ଶୁଣାଯାଏ କିନ୍ତୁ ବାସ୍ତବରେ କେହି ଦେଖି ନ ଥିବେ। ହେଲେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଆଡେଣିଗଡ଼ ଗାଁରେ…

ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି: ପୁରୁଣା ହଟିଲା, ନୂଆ ପ୍ରତି ନାହିଁ ନିଘା

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ଚାଲିଛି। ରବିବାର ବରଗଡ଼ ସରକାରୀ ବସଷ୍ଟାଣ୍ଡରେ ଏହି ପ୍ରକ୍ରିୟା…

ଆଇସ୍‌କ୍ରିମ୍‌ ଖାଉଥିଲେ ସାବଧାନ! କ୍ଷୀର ବଦଳରେ ମିଶୁଛି…

ଭୁବନେଶ୍ୱର,୧ା୬(ବନ୍ଦନା ସେଠୀ): ପିଲାଙ୍କଠାରୁ ବୟସ୍କ ବଜାରରୁ ଯେଉଁ ଆଇସ୍‌କ୍ରିମ୍‌ କିଣି ଖାଉଛନ୍ତି, ତାହା ପ୍ରାୟତଃ କୌଣସି କ୍ଷୀରରୁ ପ୍ରସ୍ତୁତ ହୁଏନାହିଁ, ବରଂ ତାଳ ଗଛରୁ ବାହାରୁଥିବା ଶସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri