ଏକାଦଶ ପରୀକ୍ଷା କଡ଼ାକଡ଼ି ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ୨ ପ୍ରଥମ ବର୍ଷ (ଏକାଦଶ) ପରୀକ୍ଷା କଡାକଡି କରାଯିବା ଲାଗି ରାଜ୍ୟ ସରକାର ଗତ ୧୪ତାରିଖରେ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ବିଭିନ୍ନ କଲେଜର ଛାତ୍ରୀଛାତ୍ରମାନେ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ପୁରୀ, ଭୁବନେଶ୍ୱର ଏବଂ କଟକର ଅନେକ କଲେଜର ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ସୋମବାର ରାସ୍ତାରୋକୋ, ଆନ୍ଦୋଳନ ଏବଂ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଛାତ୍ରୀଛାତ୍ରଙ୍କ କହିବା କଥା, ଯଦି ସରକାର ଏଭଳି କିଛି ନିଷ୍ପତ୍ତି ନେବାର ଥିଲା ତେବେ ପରୀକ୍ଷାର ମାସେ ପୂର୍ବରୁ କାହିଁକି ନେଲେ। ୬ ମାସ ଆଗରୁ ଯଦି ଏମିତି ନିଷ୍ପତ୍ତି ହୋଇ ଥାଆନ୍ତା ତେବେ କିଛି ଅସୁବିଧା ନ ଥିଲା। ଫେବୃୟାରୀ ମାସରେ ପରୀକ୍ଷା ହେବାକୁ ଥିବାବେଳେ ହଠାତ୍‌ ଜାନୁୟାରୀରେ ଏମିତି ଘୋଷଣା କରିବା ଠିକ୍‌ନୁହେଁ। ଯଦି ଏହି ନିଷ୍ପତ୍ତିକୁ ସରକାର ଲାଗୁ କରିବାକୁ ଚାହୁଁଛନ୍ତି ତେବେ ସରକାର ଏପ୍ରିଲ ମାସରେ ପ୍ରଥମ ବର୍ଷ ପରୀକ୍ଷା କରାନ୍ତୁ। ଏ ପର୍ଯ୍ୟନ୍ତ ପ୍ରଥମ ବର୍ଷର ପାଠପଢ଼ା ମଧ୍ୟ ଶେଷ ହୋଇ ନ ଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି।
ସରକାରଙ୍କ ଏଭଳି ନିଷ୍ପତ୍ତି ପ୍ରତିବାଦରେ ଭୁବନେଶ୍ୱରର ମହର୍ଷି କଲେଜ, ଦେବରାୟ କଲେଜ ଏବଂ ବିଜୁ ପଟ୍ଟନାୟକ କଲେଜରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ସରକାର ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଏଭଳି ପରିସ୍ଥିତି ସୃଷ୍ଟି ହେବାପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟାରେ କହିଛନ୍ତି ଯେ, ପିଲାମାନଙ୍କୁ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। କାହା କଥାରେ ଛାତ୍ରୀଛାତ୍ରମାନେ ପ୍ରଭାବିତ ନ ହୁଅନ୍ତୁ। ସେମାନେ କେମିତି ଭଲ ପାଠ ପଢିବେ ତାକୁ ନେଇ ସରକାର ଚିନ୍ତା କରୁଛନ୍ତି। ସବୁବର୍ଷ ଭଳି ଏଥର ମଧ୍ୟ ଯୁକ୍ତ୨ର ପ୍ରଥମ ବର୍ଷ ପରୀକ୍ଷା କରାଯିବ। ଏଥର କେବଳ ବ୍ୟବସ୍ଥିତ ଢଙ୍ଗରେ ପରୀକ୍ଷା ହେବ। ପିଲାମାନେ ଯାହା ଫଳ କରିବେ ତାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ପଠାଇ ଦିଆଯିବ। ସବୁଥର ପରି କଲେଜ ପ୍ରଶ୍ନପତ୍ର ତିଆରି କରିବା ସାଙ୍ଗକୁ ଖାତା ମଧ୍ୟ ଦେଖିବ। ପିଲାମାନେ କୋର୍ସ ସରି ନ ଥିବା କଥା ଯାହା କହୁଛନ୍ତି, ସେଥିଲାଗି ବ୍ୟସ୍ତ ହୁଅନ୍ତୁ ନାହିଁ। ପରୀକ୍ଷା ମାର୍ଚ୍ଚରେ ହେବ ବୋଲି ସମୀର କହିଛନ୍ତି। ପ୍ରକାଶ ଯେ, ଚଳିତ ବର୍ଷଠାରୁ ୩୩ ପ୍ରତିଶତ ମାର୍କ ନ ରଖିଲେ ପିଲାମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡିବ। ଯେଉଁମାନେ ପରୀକ୍ଷାରେ ୩୩ ପ୍ରତିଶତ ନ ରଖିପାରିବେ ସେମାନଙ୍କୁ ମେ’ ମାସରେ ଆଉ ଥରେ ପରୀକ୍ଷା ଦେବାକୁ ପଡିବ। ସେଥିରେ ପାସ୍‌ କଲେ ଯାଇ ସେମାନେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ବୋଲି ଗତ ସପ୍ତାହରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲେ। ମାତ୍ର ସରକାରଙ୍କ ଏଭଳି ନିଷ୍ପତ୍ତିର କେଇଦିନ ନ ଯାଉଣୁ ବିଭିନ୍ନ କଲେଜର ଛାତ୍ରୀଛାତ୍ରମାନେ ରାସ୍ତାକୁ ଓହ୍ଲାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର…

ଟିଏମ୍‌ସି ନେତା ଅଭିଷେକଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ପ୍ରଶାସନ

କୋଲକାତା,୧୮।୭: ଟିଏମ୍‌ସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକ ସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ଶନିବାର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri