ଏକଦା ଏହି ହିରୋଙ୍କୁ ପିଟିପିଟି ମାରି ଦେଇଥାନ୍ତେ ଲୋକେ, କାରଣ ଜାଣିଲେ…

ଅଜୟ ଦେବଗନଙ୍କୁ ବଲିଉଡର ସିଙ୍ଘମ କୁହାଯାଏ । ସେ ପରଦାରେ ସମସ୍ତ ପ୍ରକାରର ଅଭିନୟ କରିପାରନ୍ତି। କିନ୍ତୁ ଆକ୍ସନ ଚରିତ୍ରରେ ତାଙ୍କୁ ବହୁତ ପସନ୍ଦ କରାଯାଏ। ଅଜୟ ‘ଫୁଲ ଅର କାଣ୍ଟେ’ ସହିତ ଫିଲ୍ମରେ ଡେବ୍ୟୁ କରିଥିଲେ। ଭେରୁ ଦେବଗନଙ୍କ ପୁଅ ଅଜୟ ଆରମ୍ଭରୁ ଷ୍ଟଣ୍ଟକୁ ବହୁତ ଭଲ ପାଉଥିଲେ। ଏହି କାରଣରୁ ସେ କଲେଜ ଦିନରେ ଅନେକ ଲୋକଙ୍କୁ ମାରିଛନ୍ତି ଏବଂ ଅନେକ ଲୋକଙ୍କଠାରୁ ମାଡ ମଧ୍ୟ ଖାଇଛନ୍ତି। ହେଲେ ଏକଦା ଅଜୟଙ୍କୁ ୨୫-୩୦ ଜଣ ଲୋକେ ମାରିବାକୁ ଆସିଥିଲେ। ଏହି କଥା ସେ ନିଜେ ଶୋ’ ‘ୟାଦୋଁ କି ବାରାତ’ ରେ କହିଥିଲେ।
ସେ କହିଥିଲେ, ଜଣେ ଅଭିନେତା ହେବା ପୂର୍ବରୁ ମୋର ଅନେକ ଲୋକଙ୍କ ସହ ଝଗଡା ହୋଇଥିଲା। ଅନେକ ଲୋକଙ୍କୁ ମାଡ଼ ମାରିଛି ଅନେକ ଲୋକଙ୍କଠାରୁ ମାଡ଼ ଖାଇଛି। ଥରେ ୨୦-୨୫ ଲୋକ ଏକାଠି ମାରିବାକୁ ଆସିଥିଲେ। ସେହି ସମୟରେ ଅଜୟଙ୍କ ସହ ଶୋ’ର ହୋଷ୍ଟ ସାଜିଦ ଖାନ ମଧ୍ୟ ଉପସ୍ଥିତ ଥିଲେ।
ସାଜିଦ କହିଛନ୍ତି, ଅଜୟଙ୍କର ଏକ ଧଳା ଜିପ ଥିଲା ଯେଉଁଥିରେ ଆମେ ସମସ୍ତେ ବୁଲୁଥିଲୁ । ହଲିଡେ ହୋଟେଲ ନିକଟରେ ଏକ ସଂକୀର୍ଣ୍ଣ ରାସ୍ତା ଥିଲା। ଆମେ ଜିପ୍‌ ନେଇ ଯାଉଥିଲୁ, ସେତେବେଳେ ଆମ ଜିପ୍‌ ସାମ୍ନାକୁ ଏକ ପିଲା ଦୌଡିକି ପଳେଇ ଆସଥିଲା। ଅଜୟ ହଠାତ୍‌ ବ୍ରେକ୍‌ ମାରିଲେ। ସୌଭାଗ୍ୟବସତଃ ପିଲାଟିର କିଛି ହୋଇ ନ ଥିଲା। ମାତ୍ର ପିଲାଟି ଭୟରେ କାନ୍ଦିବାକୁ ଲାଗିଲା। ଏଥିରେ ବହୁତ ଲୋକ ଆସିଲେ। ଅମେ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲୁ। ମାତ୍ର ସେମାନେ ଆମ କଥା ଶୁଣିଲେନି। ଆମକୁ କହିଲେ ବଡ଼ ଘର ପିଲା ବୋଲି ଦୃତଗତିରେ ଗାଡ଼ି ଚଲାଇବ। ପରେ ସେମାନେ ଆମକୁ ମାରିବାକୁ ଲାଗିଲେ ବୋଲି ଦୁହେଁ କହିଥିଲେ। ଏହି ଖବର ଅଜୟଙ୍କ ବାପା ଜାଣିବା ପରେ ସେ ତାଙ୍କୁ ବଞ୍ଚାଇବାକୁ ୧୫୦ ଜଣ ବ୍ୟକ୍ତିଙ୍କୁ ଧରି ପହଞ୍ଚିଥିଲେ। ସେଠାରେ ସେ ଅଜୟ, ସାଜିଦ୍‌ ଏବଂ ତାଙ୍କର ଅନ୍ୟ ସାଙ୍ଗମାନଙ୍କୁ ବଞ୍ଚାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri