ଏକ ଚେତାବନୀ

ଆମେରିକାର ବିଶାଳ ରିଟେଲ ବ୍ରାଣ୍ଡ୍‌ ଫର୍‌ଏଭର ୨୧ ଯାହାକି ୨୦୦୦ରେ ନୂତନ ଶୈଳୀରେ ଶସ୍ତା ଜିନିଷ ବିକ୍ରି କରି ପ୍ରଚୁର ଲାଭ କରିଥିଲା। ଏବେ ଏହାର ବିକ୍ରୟ କେନ୍ଦ୍ରଗୁଡିକୁ ବନ୍ଦ କରି ଚାଲିଛି। ଏହା ସଂଗଠିତ ରିଟେଲ ବ୍ୟବସାୟ ପାଇଁ ଏକ ସତର୍କ ସୂଚନା। ଫର୍‌ଏଭର ୨୧ ପକ୍ଷରୁ କୁହାଯାଇଛି ଯେ ଏହା ୪୦ଟି ଦେଶରେ କାରବାର ବନ୍ଦ କରିବା ସହ ୩୫୦ଟି ଷ୍ଟୋର ମଧ୍ୟ ବନ୍ଦ କରିଦେବ । ଏହା ସହ ଆମେରିକାରେ ଥିବା ମୋଟ ୫୪୯ଟି ଆଉଟ୍‌ଲେଟ ମଧ୍ୟରୁ ୧୭୮ଟିକୁ ପୂରା ବନ୍ଦ କରିଦେବ। ଏହି ସଙ୍କଟ ଉପଭୋକ୍ତା ଜନିତ ବିଶେଷ କାରଣ ତୁଳନାରେ ପରିଚାଳନାଗତ ତ୍ରୁଟି ଯୋଗୁ ହୋଇଛି ବୋଲି କୁହାଯାଇପାରେ। ସୀମାତୀତ ବିସ୍ତାର ଓ ବିଶେଷଜ୍ଞାନ ବିନା ବିଭିନ୍ନ କ୍ୟାଟେଗୋରିରେ ପ୍ରବେଶ କରିବା ଯୋଗୁ ଏହି ବ୍ରାଣ୍ଡ୍‌ ସମସ୍ୟା ଭିତରକୁ ଠେଲି ହୋଇଯାଇଛି। ଏହା ଅନେକ ବିଦେଶ ରାଷ୍ଟ୍ରରେ ପ୍ରବେଶ କରି ବିପଦକୁ ଡାକି ଆଣିଛି। ୧୯୯୦ ଦଶକର ଶେଷ ଆଡକୁ ଭାରତରେ ଯେତେବେଳେ ସାଂଗଠନିକ ଖୁଚୁରା ବ୍ୟବସାୟ ଆରମ୍ଭ ହେଲା ସେତେବେଳେ ଲାଭ ପାଇଁ ଏହା ଆଶା ସୃଷ୍ଟି କରିଥିଲା। ଦେଶର ଟାଟା, ବିର୍ଲା, ଅମ୍ବାନୀ ଏବଂ ଭାରତୀ ଗ୍ରୁପ ସମେତ ଅନ୍ୟ ଆଗଧାଡିର ବିଜ୍‌ନେସ ହାଉସ୍‌ ଏହା ମଧ୍ୟକୁ ପ୍ରବେଶ କରିଥିଲେ। କିଶୋର ବିୟାନି ଯେ କି ପ୍ରଥମ ପିଢିର ବିଜ୍‌ନେସମ୍ୟାନ ଏହି ବ୍ୟବସାୟରେ ଅଗ୍ରଣୀ ଥିଲେ। ସେ ସେତେବେଳେ ଫ୍ୟୁଚର ଗ୍ରୁପ ପ୍ରତିଷ୍ଠା କରିଥିଲେ ଯାହା ସର୍ବବୃହତ୍‌ ହୋଇପାରିଥିଲା। ତେବେ ଏହା କୁହାଯାଇପାରିବନି ଯେ ପ୍ରତ୍ୟେକ ବ୍ୟକ୍ତି ଯିଏ ଏହି ସେକ୍ଟରରେ ପ୍ରବେଶ କଲେ ସେମାନେ ଭାଗ୍ୟବାନ ହୋଇପାରିଥିଲେ। ସୁବିକ୍ଷା ଭଳି ଏମିତି ଅନେକ ରିଟେଲ ଚେନ୍‌ ଯେଉଁମାନେ ନେବରହୁଡ ଷ୍ଟୋର୍‌ ପ୍ରତିଷ୍ଠା କରି ଅନ୍ୟମାନଙ୍କଠାରୁ ଭିନ୍ନ ହେବାର ପ୍ରୟାସ କରିଥିତ୍ଲେ। ସେମାନେ ଲମ୍ବା ସମୟ ଧରି ଚାଲିବା ପୂର୍ବରୁ ତ୍ରୁଟିପୂର୍ଣ୍ଣ ବିଜ୍‌ନେସ ମଡେଲ କାରଣରୁ ରହିଗଲେ। ଏବେ ଭାରତରେ ଖୁଚୁରା ବ୍ୟବସାୟର ବଜାର ୪୦୦ ବିଲିୟନ ଆମେରିକୀୟ ଡଲାର ରହିଛି। ଏଥିରୁ ସଂଗଠିତ ଖୁଚୁରା ବ୍ୟବସାୟର ପରିମାଣ ପ୍ରାୟ ୮ପ୍ରତିିଶତ।
ତଥାପି ଭାରତର ବିରାଟ ଖୁଚୁରା ବ୍ୟବସାୟ ଓ ତା’ର ପହଞ୍ଚ ଲୋଭରେ ପଡି ବିଶ୍ୱର ସବୁଠୁ ବଡ ଖୁଚୁରା ବ୍ୟବସାୟ ସଂସ୍ଥା ଓ୍ବାଲ୍‌ମାର୍ଟ ଭାରତରେ ପ୍ରବେଶ କରି ଫ୍ଲିପ୍‌କାର୍ଟକୁ କିଣିଛି। ବହୁ ଆନ୍ତର୍ଜାତିକ ରିଟେଲର ଭାରତର ଖୁଚୁରା ବ୍ୟବସାୟରେ ସଫଳ ହେବେ ବୋଲି ଉତ୍ସୁକତାର ସହ ତାହାକୁ ନିରୀକ୍ଷଣ କରୁଛନ୍ତି। କିନ୍ତୁ ଭାରତରେ ଖୁଚୁରା ବ୍ୟବସାୟ ଏତେ ସହଜ ନୁହେଁ। ଏଠାରେ ଏହି ସେକ୍ଟରକୁ ବିଭିନ୍ନ ସମସ୍ୟା ଘେରି ରହିଛି। ଅର୍ଥନୀତିରେ ମାନ୍ଦାବସ୍ଥା ସଂରଚନାମତ୍କ ସମସ୍ୟାକୁ ଅଧିକ ଖରାପ କରିଛି। ଭାରତରେ ଖୁଚୁରା ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା କିରାଣାଷ୍ଟୋରରେ ରହିଥିବା ସମସ୍ୟାରୁ ମୁକୁଳିବା ଏକ ଚ୍ୟାଲେଞ୍ଜ । ଏହି ଷ୍ଟୋରଗୁଡିକ ୧୫ରୁ ୧୮ ପ୍ରତିଶତ ଗ୍ରସ୍‌ ମାର୍ଜିନରେ ବ୍ୟବସାୟ କରୁଥିବା ବେଳେ ସଂଗଠିତ ଖୁଚୁରା କ୍ଷେତ୍ରର ଖର୍ଚ୍ଚ ଏହାଠାରୁ ବହୁ ଦୂରରେ ରହିଛି। ସଂଗଠିତ ଖୁଚୁରା କ୍ଷେତ୍ର ରିୟଲ ଇଷ୍ଟେଟ, ଇଲେକ୍ଟ୍ରିସିଟି, ଲେବର, ଏନର୍ଜି ଏବଂ ଟ୍ୟାକ୍ସ ଉପରେ ଅତ୍ୟଧିକ ଖର୍ଚ୍ଚ କରୁଛି। କିରାଣା ଷ୍ଟୋରଗୁଡିକ ଏଥିପାଇଁ ଆଦୌ ଚିନ୍ତିତ ନୁହନ୍ତି। ବିଶ୍ୱରେ ସବୁଆଡେ ସଂଗଠିତ ଖୁଚୁରା ବ୍ୟବସାୟ ଏବେ ବିପରୀତ ପରିସ୍ଥିତିର ସମ୍ମୁଖୀନ ହେଉଛି। ଭାରତରେ ରାଜସ୍ଥାନୀ, ଗୁଜରାଟୀ ଓ ମାରଓ୍ବାଡୀଙ୍କ ଭଳି ପରମ୍ପରାଗତ ବ୍ୟବସାୟୀ ଗୋଷ୍ଠୀ ଯେଉଁମାନଙ୍କ ପାଇଁ କିରାଣା ବ୍ୟବସାୟ ପିଢିପିଢି ଧରି ରହିଥିବାରୁ ସଂଗଠିତ ଖୁଚୁରା ବ୍ୟବସାୟ ପାଇଁ ଏହି ଚ୍ୟାଲେଞ୍ଜ ଆହୁରି ଅଧିକ ରହିଛି। ଏମାନେ କିରାଣା ବ୍ୟବସାୟକୁ ବଂଶଗତ ବ୍ୟବସାୟ ଭାବି ଚଳାଇ ଆସୁଛନ୍ତି।
ଭାରତରେ ଇଣ୍ଟରନେଟ ପ୍ରବେଶ ବ୍ୟାପକ ହେବା ପରେ ଇ-କମର୍ସ ବିଜନେସ ବୃଦ୍ଧି ପାଇ ଚାଲିଛି। ଅଧିତ୍କରୁ ଅଧିତ୍କ ଲୋକ ଇଣ୍ଟରନେଟ ପ୍ରତି ଆଗ୍ରହୀ ହୋଇଯାଉଛନ୍ତି। ଆରମ୍ଭରୁ ଅନ୍‌ଲାଇନରେ ଜିନିଷ କିଣିବାର ଯେଉଁ ଭୟ ଥିଲା ତାହା ଦୂର ହୋଇଯାଇଛି। ଲୋକମାନେ ଆଉ ଅନ୍‌ଲାଇନ ଦେଣନେଣକୁ ଭୟ କରୁନାହାନ୍ତି। ଧୀରେ ଧୀରେ ଡିଜିଟାଲ ପେମେଣ୍ଟ ଯୋଗୁ ବି ଏହା ଆହୁରି ସୁବିଧା ହୋଇପାରିଛି। ଏହା କିଣାବିକା ବ୍ୟବସାୟକୁ ସହଜ କରିପାରିଛି। ଯେହେତୁ ଯାତ୍ରାରେ କଷ୍ଟ ଓ ସମୟ ଲାଗୁଛି ତେଣୁ କେହି ମାର୍କେଟ ଯାଇ ଜିନିଷ କିଣିବା ପାଇଁ ଚାହଁୁ ନାହାନ୍ତି। ଖାଉଟିଙ୍କ ପସନ୍ଦରେ ଶୀଘ୍ର ପରିବର୍ତ୍ତନ, ଯିବା ଲାଗି ସମୟର ଅଭାବ, ବିଲିଂ ପାଇଁ ଧାଡିରେ ଅଧିକ ସମୟ ଅପେକ୍ଷା କରିବା, ଅନ୍‌ଲାଇନ କ୍ଷେତ୍ରରେ ପ୍ରତିଯୋଗିତା, ପ୍ରଚୁର ରିହାତି ସଂଗଠିତ ଖୁଚୁରା ବ୍ୟବସାୟକୁ ଦୁର୍ବଳ କରିଚାଲିଛି। ବିଶ୍ୱର ଅନ୍ୟ ଦେଶ ଭଳି ଭାରତରେ ବହୁ ପୂର୍ବରୁ ରିଟେଲ ସେକ୍ଟରରେ ଅଧିକ ନିଯୁକ୍ତି ରହିଥିଲା। କିନ୍ତୁ ଏବେ ବଡ଼ ବଡ଼ ରିଟେଲ ସେକ୍ଟର ଛଟେଇ ଆରମ୍ଭ କରିଦେଇଛନ୍ତି। ଯଦି ଏହି ଧାରା ଲାଗିରହେ ଏଥିତ୍ରେ କାମ କରୁଥିତ୍ବା ଲୋକଟି ବହୁତ ପ୍ରଭାବିତ ହେବ। ଅଧିକାଂଶ ରିଟେଲର ସେମାନଙ୍କ ମୂଳସ୍ଥିତିକୁ ଫେରିବା ଲାଗି ‘ଫ୍ରେସ୍‌ ଫର୍ମୁଲା ମଧ୍ୟ ପ୍ରୟୋଗ କରୁଛନ୍ତି। ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ ଭଳିି ବଡ଼ ବଡ଼ ବ୍ୟବସାୟିକ ସଂସ୍ଥା ଆଗକୁ ଚାଲିବା ଲାଗି ନୂଆ ମଡେଲ ଆପଣାଉଛନ୍ତି। ଫର୍‌ଏଭର୨୧ ବନ୍ଦ ହେବା ସଂଗଠିତ ଖୁଚୁରା କ୍ଷେତ୍ର ପାଇଁ ଏକ ଚେତାବନୀ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri