ଏକ ଚେତାବନୀ

ଆମେରିକାର ବିଶାଳ ରିଟେଲ ବ୍ରାଣ୍ଡ୍‌ ଫର୍‌ଏଭର ୨୧ ଯାହାକି ୨୦୦୦ରେ ନୂତନ ଶୈଳୀରେ ଶସ୍ତା ଜିନିଷ ବିକ୍ରି କରି ପ୍ରଚୁର ଲାଭ କରିଥିଲା। ଏବେ ଏହାର ବିକ୍ରୟ କେନ୍ଦ୍ରଗୁଡିକୁ ବନ୍ଦ କରି ଚାଲିଛି। ଏହା ସଂଗଠିତ ରିଟେଲ ବ୍ୟବସାୟ ପାଇଁ ଏକ ସତର୍କ ସୂଚନା। ଫର୍‌ଏଭର ୨୧ ପକ୍ଷରୁ କୁହାଯାଇଛି ଯେ ଏହା ୪୦ଟି ଦେଶରେ କାରବାର ବନ୍ଦ କରିବା ସହ ୩୫୦ଟି ଷ୍ଟୋର ମଧ୍ୟ ବନ୍ଦ କରିଦେବ । ଏହା ସହ ଆମେରିକାରେ ଥିବା ମୋଟ ୫୪୯ଟି ଆଉଟ୍‌ଲେଟ ମଧ୍ୟରୁ ୧୭୮ଟିକୁ ପୂରା ବନ୍ଦ କରିଦେବ। ଏହି ସଙ୍କଟ ଉପଭୋକ୍ତା ଜନିତ ବିଶେଷ କାରଣ ତୁଳନାରେ ପରିଚାଳନାଗତ ତ୍ରୁଟି ଯୋଗୁ ହୋଇଛି ବୋଲି କୁହାଯାଇପାରେ। ସୀମାତୀତ ବିସ୍ତାର ଓ ବିଶେଷଜ୍ଞାନ ବିନା ବିଭିନ୍ନ କ୍ୟାଟେଗୋରିରେ ପ୍ରବେଶ କରିବା ଯୋଗୁ ଏହି ବ୍ରାଣ୍ଡ୍‌ ସମସ୍ୟା ଭିତରକୁ ଠେଲି ହୋଇଯାଇଛି। ଏହା ଅନେକ ବିଦେଶ ରାଷ୍ଟ୍ରରେ ପ୍ରବେଶ କରି ବିପଦକୁ ଡାକି ଆଣିଛି। ୧୯୯୦ ଦଶକର ଶେଷ ଆଡକୁ ଭାରତରେ ଯେତେବେଳେ ସାଂଗଠନିକ ଖୁଚୁରା ବ୍ୟବସାୟ ଆରମ୍ଭ ହେଲା ସେତେବେଳେ ଲାଭ ପାଇଁ ଏହା ଆଶା ସୃଷ୍ଟି କରିଥିଲା। ଦେଶର ଟାଟା, ବିର୍ଲା, ଅମ୍ବାନୀ ଏବଂ ଭାରତୀ ଗ୍ରୁପ ସମେତ ଅନ୍ୟ ଆଗଧାଡିର ବିଜ୍‌ନେସ ହାଉସ୍‌ ଏହା ମଧ୍ୟକୁ ପ୍ରବେଶ କରିଥିଲେ। କିଶୋର ବିୟାନି ଯେ କି ପ୍ରଥମ ପିଢିର ବିଜ୍‌ନେସମ୍ୟାନ ଏହି ବ୍ୟବସାୟରେ ଅଗ୍ରଣୀ ଥିଲେ। ସେ ସେତେବେଳେ ଫ୍ୟୁଚର ଗ୍ରୁପ ପ୍ରତିଷ୍ଠା କରିଥିଲେ ଯାହା ସର୍ବବୃହତ୍‌ ହୋଇପାରିଥିଲା। ତେବେ ଏହା କୁହାଯାଇପାରିବନି ଯେ ପ୍ରତ୍ୟେକ ବ୍ୟକ୍ତି ଯିଏ ଏହି ସେକ୍ଟରରେ ପ୍ରବେଶ କଲେ ସେମାନେ ଭାଗ୍ୟବାନ ହୋଇପାରିଥିଲେ। ସୁବିକ୍ଷା ଭଳି ଏମିତି ଅନେକ ରିଟେଲ ଚେନ୍‌ ଯେଉଁମାନେ ନେବରହୁଡ ଷ୍ଟୋର୍‌ ପ୍ରତିଷ୍ଠା କରି ଅନ୍ୟମାନଙ୍କଠାରୁ ଭିନ୍ନ ହେବାର ପ୍ରୟାସ କରିଥିତ୍ଲେ। ସେମାନେ ଲମ୍ବା ସମୟ ଧରି ଚାଲିବା ପୂର୍ବରୁ ତ୍ରୁଟିପୂର୍ଣ୍ଣ ବିଜ୍‌ନେସ ମଡେଲ କାରଣରୁ ରହିଗଲେ। ଏବେ ଭାରତରେ ଖୁଚୁରା ବ୍ୟବସାୟର ବଜାର ୪୦୦ ବିଲିୟନ ଆମେରିକୀୟ ଡଲାର ରହିଛି। ଏଥିରୁ ସଂଗଠିତ ଖୁଚୁରା ବ୍ୟବସାୟର ପରିମାଣ ପ୍ରାୟ ୮ପ୍ରତିିଶତ।
ତଥାପି ଭାରତର ବିରାଟ ଖୁଚୁରା ବ୍ୟବସାୟ ଓ ତା’ର ପହଞ୍ଚ ଲୋଭରେ ପଡି ବିଶ୍ୱର ସବୁଠୁ ବଡ ଖୁଚୁରା ବ୍ୟବସାୟ ସଂସ୍ଥା ଓ୍ବାଲ୍‌ମାର୍ଟ ଭାରତରେ ପ୍ରବେଶ କରି ଫ୍ଲିପ୍‌କାର୍ଟକୁ କିଣିଛି। ବହୁ ଆନ୍ତର୍ଜାତିକ ରିଟେଲର ଭାରତର ଖୁଚୁରା ବ୍ୟବସାୟରେ ସଫଳ ହେବେ ବୋଲି ଉତ୍ସୁକତାର ସହ ତାହାକୁ ନିରୀକ୍ଷଣ କରୁଛନ୍ତି। କିନ୍ତୁ ଭାରତରେ ଖୁଚୁରା ବ୍ୟବସାୟ ଏତେ ସହଜ ନୁହେଁ। ଏଠାରେ ଏହି ସେକ୍ଟରକୁ ବିଭିନ୍ନ ସମସ୍ୟା ଘେରି ରହିଛି। ଅର୍ଥନୀତିରେ ମାନ୍ଦାବସ୍ଥା ସଂରଚନାମତ୍କ ସମସ୍ୟାକୁ ଅଧିକ ଖରାପ କରିଛି। ଭାରତରେ ଖୁଚୁରା ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା କିରାଣାଷ୍ଟୋରରେ ରହିଥିବା ସମସ୍ୟାରୁ ମୁକୁଳିବା ଏକ ଚ୍ୟାଲେଞ୍ଜ । ଏହି ଷ୍ଟୋରଗୁଡିକ ୧୫ରୁ ୧୮ ପ୍ରତିଶତ ଗ୍ରସ୍‌ ମାର୍ଜିନରେ ବ୍ୟବସାୟ କରୁଥିବା ବେଳେ ସଂଗଠିତ ଖୁଚୁରା କ୍ଷେତ୍ରର ଖର୍ଚ୍ଚ ଏହାଠାରୁ ବହୁ ଦୂରରେ ରହିଛି। ସଂଗଠିତ ଖୁଚୁରା କ୍ଷେତ୍ର ରିୟଲ ଇଷ୍ଟେଟ, ଇଲେକ୍ଟ୍ରିସିଟି, ଲେବର, ଏନର୍ଜି ଏବଂ ଟ୍ୟାକ୍ସ ଉପରେ ଅତ୍ୟଧିକ ଖର୍ଚ୍ଚ କରୁଛି। କିରାଣା ଷ୍ଟୋରଗୁଡିକ ଏଥିପାଇଁ ଆଦୌ ଚିନ୍ତିତ ନୁହନ୍ତି। ବିଶ୍ୱରେ ସବୁଆଡେ ସଂଗଠିତ ଖୁଚୁରା ବ୍ୟବସାୟ ଏବେ ବିପରୀତ ପରିସ୍ଥିତିର ସମ୍ମୁଖୀନ ହେଉଛି। ଭାରତରେ ରାଜସ୍ଥାନୀ, ଗୁଜରାଟୀ ଓ ମାରଓ୍ବାଡୀଙ୍କ ଭଳି ପରମ୍ପରାଗତ ବ୍ୟବସାୟୀ ଗୋଷ୍ଠୀ ଯେଉଁମାନଙ୍କ ପାଇଁ କିରାଣା ବ୍ୟବସାୟ ପିଢିପିଢି ଧରି ରହିଥିବାରୁ ସଂଗଠିତ ଖୁଚୁରା ବ୍ୟବସାୟ ପାଇଁ ଏହି ଚ୍ୟାଲେଞ୍ଜ ଆହୁରି ଅଧିକ ରହିଛି। ଏମାନେ କିରାଣା ବ୍ୟବସାୟକୁ ବଂଶଗତ ବ୍ୟବସାୟ ଭାବି ଚଳାଇ ଆସୁଛନ୍ତି।
ଭାରତରେ ଇଣ୍ଟରନେଟ ପ୍ରବେଶ ବ୍ୟାପକ ହେବା ପରେ ଇ-କମର୍ସ ବିଜନେସ ବୃଦ୍ଧି ପାଇ ଚାଲିଛି। ଅଧିତ୍କରୁ ଅଧିତ୍କ ଲୋକ ଇଣ୍ଟରନେଟ ପ୍ରତି ଆଗ୍ରହୀ ହୋଇଯାଉଛନ୍ତି। ଆରମ୍ଭରୁ ଅନ୍‌ଲାଇନରେ ଜିନିଷ କିଣିବାର ଯେଉଁ ଭୟ ଥିଲା ତାହା ଦୂର ହୋଇଯାଇଛି। ଲୋକମାନେ ଆଉ ଅନ୍‌ଲାଇନ ଦେଣନେଣକୁ ଭୟ କରୁନାହାନ୍ତି। ଧୀରେ ଧୀରେ ଡିଜିଟାଲ ପେମେଣ୍ଟ ଯୋଗୁ ବି ଏହା ଆହୁରି ସୁବିଧା ହୋଇପାରିଛି। ଏହା କିଣାବିକା ବ୍ୟବସାୟକୁ ସହଜ କରିପାରିଛି। ଯେହେତୁ ଯାତ୍ରାରେ କଷ୍ଟ ଓ ସମୟ ଲାଗୁଛି ତେଣୁ କେହି ମାର୍କେଟ ଯାଇ ଜିନିଷ କିଣିବା ପାଇଁ ଚାହଁୁ ନାହାନ୍ତି। ଖାଉଟିଙ୍କ ପସନ୍ଦରେ ଶୀଘ୍ର ପରିବର୍ତ୍ତନ, ଯିବା ଲାଗି ସମୟର ଅଭାବ, ବିଲିଂ ପାଇଁ ଧାଡିରେ ଅଧିକ ସମୟ ଅପେକ୍ଷା କରିବା, ଅନ୍‌ଲାଇନ କ୍ଷେତ୍ରରେ ପ୍ରତିଯୋଗିତା, ପ୍ରଚୁର ରିହାତି ସଂଗଠିତ ଖୁଚୁରା ବ୍ୟବସାୟକୁ ଦୁର୍ବଳ କରିଚାଲିଛି। ବିଶ୍ୱର ଅନ୍ୟ ଦେଶ ଭଳି ଭାରତରେ ବହୁ ପୂର୍ବରୁ ରିଟେଲ ସେକ୍ଟରରେ ଅଧିକ ନିଯୁକ୍ତି ରହିଥିଲା। କିନ୍ତୁ ଏବେ ବଡ଼ ବଡ଼ ରିଟେଲ ସେକ୍ଟର ଛଟେଇ ଆରମ୍ଭ କରିଦେଇଛନ୍ତି। ଯଦି ଏହି ଧାରା ଲାଗିରହେ ଏଥିତ୍ରେ କାମ କରୁଥିତ୍ବା ଲୋକଟି ବହୁତ ପ୍ରଭାବିତ ହେବ। ଅଧିକାଂଶ ରିଟେଲର ସେମାନଙ୍କ ମୂଳସ୍ଥିତିକୁ ଫେରିବା ଲାଗି ‘ଫ୍ରେସ୍‌ ଫର୍ମୁଲା ମଧ୍ୟ ପ୍ରୟୋଗ କରୁଛନ୍ତି। ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ ଭଳିି ବଡ଼ ବଡ଼ ବ୍ୟବସାୟିକ ସଂସ୍ଥା ଆଗକୁ ଚାଲିବା ଲାଗି ନୂଆ ମଡେଲ ଆପଣାଉଛନ୍ତି। ଫର୍‌ଏଭର୨୧ ବନ୍ଦ ହେବା ସଂଗଠିତ ଖୁଚୁରା କ୍ଷେତ୍ର ପାଇଁ ଏକ ଚେତାବନୀ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri