ଏଇ ଭାରତରେ

ବେଳାଭୂମି ପରିବେଶକୁ ସ୍ବଚ୍ଛ ଓ ପ୍ରଦୂଷଣମୁକ୍ତ କରିବାରେ ଲିସ୍‌ବନ ଫେରାଓଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ସେ ମୁମ୍ବାଇ ବିଚ୍‌ରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଫା କରିବା ଲାଗି ‘ବସାଇ ବିଚ୍‌ କ୍ଲିନ୍‌ର’ ଅଭିଯାନ ଆରମ୍ଭ କରିଛନ୍ତି। ବିଚ୍‌ରେ ପିଲାମାନେ ବାଲି ବଦଳରେ ପ୍ଲାଷ୍ଟିକ୍‌ରେ ଖେଳୁଥିବା ଦେଖିବା ପରେ ସେ ଏହି ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅଭିଯାନରେ ସେ ଯୁବ ପରିବେଶପ୍ରେମୀଙ୍କୁ ଉତ୍ସାହିତ କରିପାରିଛନ୍ତି । ଫେରାଓ ଓ ତାଙ୍କ ଟିମ୍‌ ସପ୍ତାହାନ୍ତରେ ମୁମ୍ବାଇ ବିଚ୍‌ରୁ ବର୍ଜ୍ୟ ସଫା କରୁଛନ୍ତି। ଟିମ୍‌ର ଅନେକ ସଦସ୍ୟ କର୍ମଜୀବୀ ହୋଇଥିବାରୁ ସେମାନେ ଏଭଳି ପଦ୍ଧତି ଅବଲମ୍ବନ କରୁଛନ୍ତି। ଏବେସୁଦ୍ଧା ସେମାନେ ୬୫୦ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରିସାରିଲେଣି। ଏସବୁ ବର୍ଜ୍ୟ ଭିତରେ ରହିଛି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ କପ୍‌, କ୍ଷୀର ପ୍ୟାକେଟ, ମାଛଧରା ଜାଲ, ବ୍ୟାଗ୍‌ପ୍ୟାକ୍‌ ଓ ସିମେଣ୍ଟ ବ୍ୟାଗ୍‌ ଇତ୍ୟାଦି। ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରିବା ପରେ ତାହାକୁ ରିସାଇକିଲିଂ ସେଣ୍ଟରକୁ ପଠାଉଛନ୍ତି। ଲଗାତର ବିଚ୍‌କୁ ପ୍ରଦୂଷଣ କରୁଥିବା ବ୍ୟକ୍ତିମାନଙ୍କ ଆହ୍ବାନକୁ ସାମ୍ନା କରି ସେ ଏହି ଅଭିଯାନ ଜାରି ରଖିବା ସହ ପ୍ରଦୂଷଣମୁକ୍ତ ବିଚ୍‌ ଲାଗି ଲୋକମାନଙ୍କୁ ସଚେତନ କରାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri