ଏଇ ଭାରତରେ

ଶିକ୍ଷାଲାଭ କରି ଉଚ୍ଚ ପଦବୀ ହାସଲ କରିବା ପଛରେ ଅନେକଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥାଏ, ଯାହାର ସାମ୍‌ନା କରିଛନ୍ତି ଉତ୍ତରାଖଣ୍ଡର ହିମାଂଶୁ କାଫାଲ୍‌ଟିଆ। ଦୁର୍ଗମ ଗାଁ ତୁର୍ସାରରେ ଜନ୍ମିତ ହିମାଂଶୁ ସିଭିଲ ସର୍ଭିସରେ ସଫଳ ହେବା ପରେ ତାଙ୍କ ଆଦ୍ୟ ଜୀବନର ସଂଗ୍ରାମକୁ ସ୍ମରଣ କରି ଏବେ ବହୁ ଦୁର୍ଗମ ଗାଁରେ ପାଠାଗାର ଖୋଲୁଛନ୍ତି। ପିଲାଦିନେ ସେ ୪ କି.ମି. ପାହାଡ଼ ଚଢ଼ି ଗାଁଠାରୁ ଦୂରରେ ଥିବା ସ୍କୁଲକୁ ଯାଉଥିଲେ। ପରେ ସେ ଆଇଏଏସ୍‌ ହେବା ସ୍ବପ୍ନ ଦେଖିଥିଲେ ବି ଗାଁରେ ଆବଶ୍ୟକ କୋଚିଂ କିମ୍ବା ବହିର ସୁବିଧା ପାଇପାରି ନ ଥିଲେ। ଏଥିପାଇଁ ଦିଲ୍ଲୀ ଯାଇଥିଲେ ଓ ଆଇଏଏସ୍‌ ପାଇ ୨୦୧୯ରେ ସର୍ଭିସରେ ଯୋଗ ଦେଇଥିଲେ। ଦୁର୍ଗମ ଗାଁରେ ଛାତ୍ରମାନେ କିଭଳି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ସେଥିପାଇଁ ଲାଇବ୍ରେରି ଖୋଲୁଛନ୍ତି। ପ୍ରଥମେ ସେ ନଭେମ୍ବର ୨୦୨୦ରେ ଟାଙ୍କୁର ଗାଁରେ ଲାଇବ୍ରେରି ଖୋଲିବା ପରେ ପାଖାପାଖିରେ ଆଉ ୧୬ଟି ଲାଇବ୍ରେରି ଖୋଲିସାରିଲେଣି। ହିମାଂଶୁଙ୍କ ସ୍ତ୍ରୀ ବି ଜଣେ ଆଇଆର୍‌ଏସ୍‌ ଅଧିକାରୀ। ସେମାନେ ବହୁ ସମୟରେ ଲାଇବ୍ରେରିଗୁଡ଼ିକୁ ଯାଇ ପିଲାମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି ଓ ପଢାଉଛନ୍ତି। ଗଣିତ ଓ ସାଧାରଣ ଜ୍ଞାନ ଉପରେ ପରୀକ୍ଷା କରୁଛନ୍ତି। ଲାଇବ୍ରେରିଗୁଡ଼ିକ ଦିନରାତି ଖୋଲାରହୁଛି। ଛାତ୍ରମାନେ ସକାଳୁ ବିଳମ୍ବିତ ରାତି ଯାଏ ସେଠାରେ ପଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri