ଏଇ ଭାରତରେ

ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ନ ହେଲେ ଆମତ୍ା ମୁକ୍ତିଲାଭ କରିପାରେ ନାହିଁ ବୋଲି ମାନ୍ୟତା ରହିଛି। ଏହାକୁ ଲକ୍ଷ୍ୟକରି ପଞ୍ଜାବର ଜଣେ ମହିଳା ଏଏସ୍‌ଆଇ ସୁନୀତା ଦୁର୍ଘଟଣା କିମ୍ବା ଅନ୍ୟ କାରଣରୁ ମୃତ୍ୟୁ ହେଉଥିବା ଅନେକ ଅପରିଚିତ ମୃତଦେହ ଦାହକରି ସେମାନଙ୍କୁ ମୁକ୍ତି ପଥର ଯାତ୍ରୀ କରିବାରେ ଲାଗିଛନ୍ତି। ୨୦୧୭ରୁ ସୁନୀତା ଏହି କାର୍ଯ୍ୟକରି ଆସୁଛନ୍ତି ଓ ଏବେ ସୁଦ୍ଧା ସେ ୨୦୦୦ ମୃତଦେହର ଅନ୍ତିମ ସଂସ୍କାର କରିସାରିଲେଣି। କେବଳ ଅନ୍ତିମ ସଂସ୍କାର କରୁନାହାନ୍ତି, ବରଂ ସେମାନଙ୍କ ଅସ୍ଥିକୁ ବିଧିବିଧାନ ମୁତାବକ ବିସର୍ଜନ କରି ସଂସ୍କାର କର୍ମ କରୁଛନ୍ତି। କରୋନା ସମୟରେ ମଧ୍ୟ ସେ ଏହି କାର୍ଯ୍ୟ ଜାରି ରଖିଥିଲେ ଓ ସଂସ୍କାର ଘାଟକୁ ଯାଇ ଅନ୍ତିମ ସଂସ୍କାର କରୁଥିଲେ। ସେ ଦାହ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ବହୁ ସମୟରେ କେତେକ ପୋଲିସ ମଧ୍ୟ ତାଙ୍କ ଅର୍ଥ ଦେଲେ ସେ ତାହାକୁ ଗ୍ରହଣ କରନ୍ତି। ୧୯୯୯ରେ ସୁନୀତା ପଞ୍ଜାବ ପୋଲିସରେ ଭର୍ତ୍ତି ହୋଇଥିଲେ। ଏବେ ସେ ନିଶା ଚୋରା କାରବାର ରୋକିବା ଲାଗି ଗଠିତ ଆଣ୍ଟି ନାର୍କୋଟିକ୍ସ ସେଲ୍‌ରେ ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଛନ୍ତି। ପଞ୍ଜାବ ପୋଲିସକୁ କୌଣସି ଅଜଣା ଶବ ମିଳିଲେ ସେ ଆଗକୁ ବାହାରି ଦାହ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri