ଏଇ ଭାରତରେ

କୃଷି କେବଳ ଗ୍ରାମାଞ୍ଚଳରେ ସମ୍ଭବ ସହରାଞ୍ଚଳରେ ନୁହେଁ, ଏଭଳି ଧାରଣକୁ ଦୂର କରିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଜଣେ ପୂର୍ବତନ ବୈଜ୍ଞାନିକ ପୂର୍ଣ୍ଣିମା ସଭରଗାଁଓକର। ନଡ଼ାରୁ ମାଟି ପ୍ରସ୍ତୁତ କରି ନଡ଼ା ପୋଡ଼ି ସମସ୍ୟାର ସମାଧାନ ପାଇଁ ବାଟ ବି ଦେଖାଇଛନ୍ତି। ଏହି ମାଟିକୁ ଘରେ ଉଦ୍ୟାନ କୃଷିରେ ଲଗାଇ ୭୦ ପ୍ରକାର ଖାଦ୍ୟ ଶସ୍ୟ ଉପତ୍ାଦନ କରିପାରିଛନ୍ତି। ମାତ୍ର ୩୦୦ ବର୍ଗଫୁଟ ବଗିଚାରେ କେବଳ କୁଣ୍ଡରେ ସେ ୬୦ ପ୍ରକାର ଫସଲ ଉପତ୍ାଦନ କରୁଛନ୍ତି। ପୂର୍ଣ୍ଣିମା ରହୁଛନ୍ତି ଗୁଡଗାଁଓରେ। ୨୦୦୩ ଯାଏ ସେ ଇସ୍ରୋରେ କାର୍ଯ୍ୟ କରିବା ପରେ ଚାକିରି ଛାଡ଼ି ଅର୍ବାନ ଫାମର୍ିଂ ପ୍ରତି ଆକୃଷ୍ଟ ହୋଇଥିଲେ। ତାଙ୍କୁ ଏବେ ବୟସ ୫୪। ଅର୍ବାନ କୃଷି ସହ ଜଣେ ସଫଳ ବ୍ୟବସାୟୀ ମଧ୍ୟ ହୋଇପାରିଛନ୍ତି। ସେ ‘ଏନରିଚଡ୍‌ ସଏଲ ଆଣ୍ଡ୍‌ ସୋଲ’ ପ୍ରୋସେସିଂ ୟୁନିଟ୍‌ ମାଧ୍ୟମରେ ୭ ପ୍ରକାର ମାଟି ପ୍ରସ୍ତୁତ କରି ତାହାକୁ ବିକ୍ରି କରୁଛନ୍ତି। ଜୈବିକ ବର୍ଜ୍ୟରେ ୧,୫୦୦ କିଲୋ ନଡା ଉପଯୋଗ କରି ୧୨ ଟନ ଜୈବିକ ମାଟି ସେ ପ୍ରସ୍ତୁତ କରୁଛନ୍ତି। ଏହି ମାଟି ୪୫ ଦିନରେ ହୋଇଯାଉଛି। ଏହାର ନାମ ଦେଇଛନ୍ତି ‘ଅମୃତ ମାଟି’। କୃଷକମାନଙ୍କଠାରୁ ଧାନ, ଗହମ ଓ ବାଜରା ନଡ଼ା ଏବଂ ତାଙ୍କ ଅଞ୍ଚଳରୁ ଘରୋଇ ବର୍ଜ୍ୟ ସଂଗ୍ରହ କରି ପୂର୍ଣ୍ଣିମା ଏହି ମାଟି ତିଆରି କରୁଛନ୍ତି। ଅର୍ବାନ ଗାର୍ଡନର ଭାବେ ଜଣାଶୁଣା ପୂର୍ଣ୍ଣିମା ସହରାଞ୍ଚଳରେ ଅର୍ବାନ ଫାର୍ମିଂ କରିବା ଲାଗି ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri