ଏଇ ଭାରତରେ

ଆମତ୍ନିର୍ଭରଶୀଳ ମନ୍ତ୍ର ଯଦି ଶିଖିବାର ଅଛି ତେବେ ସବିରାଙ୍କ ଠାରୁ ଶିଖନ୍ତୁ। ଜଣେ ଗୃହିଣୀ ଭାବେ ଘରର ସବୁ କାର୍ଯ୍ୟ କରିବା ସହ ନିଜସ୍ବ ଉଦ୍ୟମ ଓ ନିଷ୍ଠା ବଳରେ ଅର୍ଚ୍ଚିଡ ଚାଷ କରି ମାସକୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେରଳର ଥ୍ରିସୁର ବାସିନ୍ଦା ସବିରା ମହମ୍ମଦ ୧ ଏକର ଜମିରେ ଏହି ଚାଷ କରିଛନ୍ତି। ୫୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଅର୍ଚ୍ଚିଡ ତାଙ୍କ ଫାର୍ମରେ ଶୋଭାପାଉଛି। ଏତେ କିସମର ଅର୍ଚ୍ଚିଡ ସଂଗ୍ରହ କରିବା ପାଇଁ ତାଙ୍କୁ ୨୨ ବର୍ଷ ଲାଗିଯାଇଛି। ଦଶମ ପାସ୍‌ କରିବା ପରେ ତାଙ୍କ ବାହାଘର ହୋଇଯାଇଥିଲା। ପରେ ସେ ସ୍ବାମୀଙ୍କ ସହ ୟୁଏଇ ଚାଲିଯାଇଥିଲେ ।
ସେଠାରୁ ଫେରିବା ପରେ ପ୍ରଥମେ ୧୯୯୮ରେ ଅର୍ଚ୍ଚିଡ ଚାଷ ଆରମ୍ଭ କରିଥିଲେ। ନିକଟସ୍ଥ କୃଷି ଭବନରୁ ଚାରା ସଂଗ୍ରହ କରିବା ସହ ଥାଇଲାଣ୍ଡରୁ ବି ଏହାକୁ ମଗାଇଥିଲେ। ୨୦୦୬ ବେଳକୁ ଅର୍ଚ୍ଚିଡର ଚାହିଦା ବଢିବାରେ ଲାଗିଲା। ଏବେ କେରଳର ବିଭିନ୍ନ ସହର ସମେତ ରାଜ୍ୟ ବାହାରେ ବି ଏହା ବିକ୍ରି ହେଉଛି। ତାଙ୍କୁ କେରଳ ସରକାରଙ୍କ ଉଦ୍ୟାନ ଶ୍ରେଷ୍ଠ ପୁରସ୍କାର ମଧ୍ୟ ମିଳିଛି। ସବିରାଙ୍କ ଫାର୍ମ ଦେଖିବାକୁ କେରଳର ସବୁଆଡୁ ଲୋକମାନେ ଆସୁଛନ୍ତି। ସେ ଥ୍ରିସୁରରେ ‘ପର୍ଲ ଅର୍ଚ୍ଚିଡ’ନର୍ସରି ଆରମ୍ଭ କରି ଚାରା ବିକ୍ରି କରୁଛନ୍ତି। ଏଥିରେ ୨୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ହ୍ବାଟ୍ସଆପ୍‌ ଜରିଆରେ ଲୋକମାନଙ୍କଠାରୁ ଅର୍ଡର ରଖୁଛନ୍ତି। ସେ ମଧ୍ୟ ଗିର୍‌ ଜାତୀୟ ଗାଈ ରଖିଛନ୍ତି ଓ ତା’ଗୋବରକୁ ଖତ ଭାବେ ବ୍ୟବହାର କରୁଛନ୍ତି। ଚାଷରେ କୌଣସି ରାସାୟନିକ ସାର ଉପଯୋଗ କରୁନାହାନ୍ତି। ଏଥିରେ ସେ ମାସକୁ ୫୦,୦୦୦ ଟଙ୍କା ଖଟାଉଛନ୍ତି ବୋଲି କହନ୍ତି ୫୨ ବର୍ଷୀୟା ସବିରା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri