ଏଇ ଭାରତରେ

କରୋନା ସଂକ୍ରମଣ ସମୟରେ ଗରିବ ଓ ଗୃହହୀନମାନଙ୍କ ଖାଦ୍ୟାଭାବକୁ ହୃଦୟଙ୍ଗମ କରିଛନ୍ତି ମଧ୍ୟପ୍ରଦେଶର ମହିଳା ଚାଷୀ କ୍ରିଷ୍ଣା ମାଓ୍ବାସୀ। ସେ ଚାଷରୁ ଯାହା ଉପତ୍ାଦନ କରୁଛନ୍ତି ସେସବୁକୁ ଗରିବଙ୍କୁ ବାଣ୍ଟି ଦେଉଛନ୍ତି। ମାଓ୍ବାସୀ ଜନଜାତିର ଏହି ମହିଳା ରହନ୍ତି ସତ୍‌ନା ଜିଲା ମଝ୍‌ଗଓ୍ବାନ ବ୍ଲକ୍‌ କେଲ୍‌ଝୋରା ଗାଁରେ। ସମାଜରେ ପୂରା ପଛୁଆ ମାଓ୍ବାସୀ ସମ୍ପ୍ରଦାୟର ଆଦିବାସୀମାନେ ବନ୍ୟଜାତ ଦ୍ରବ୍ୟ ଓ ଚାଷ ଉପରେ ହିଁ ନିର୍ଭର କରନ୍ତି। ଜଳସେଚନ ଓ ବର୍ଷା ଅଭାବ ଯୋଗୁ ସେମାନେ ବାହାରକୁ କାମ କରିବାକୁ ଚାଲିଯାଆନ୍ତି। କିନ୍ତୁ ଏବେ କରୋନା ସଂକ୍ରମଣ ଯୋଗୁ ସେମାନେ ବାହାରକୁ ଯାଇପାରୁନାହାନ୍ତି, ବରଂ ଯେଉଁମାନେ ବାହାରେ ରହିଥିଲେ ସେମାନେ ବି ଘରକୁ ଫେରି ଆସିଛନ୍ତି। ସେମାନେ ବନଜାତ ଦ୍ରବ୍ୟ ସଂଗ୍ରହ କଲେ ବି ତାହାକୁ ଲକ୍‌ଡାଉନ ସମୟରେ ବିକ୍ରି କରି ନ ପାରିବା ଯୋଗୁ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି। ଦିନକୁ ଦୁଇବେଳା ଖାଇବାକୁ ମଧ୍ୟ ପାଉନାହାନ୍ତି। ଏହାଦ୍ୱାରା ସେମାନଙ୍କ ପିଲା ଅପପୁଷ୍ଟିର ଶିକାର ହେଉଛନ୍ତି। ଏଭଳି ଦୁର୍ଦ୍ଦିନରେ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି କମ୍ୟୁନିଟି ମାଲ୍‌୍‌ନ୍ୟୁଟ୍ରିଶନ ମ୍ୟାନେଜ୍‌ମେଣ୍ଟ ପ୍ରୋଜେକ୍ଟ ସହାୟତାରେ ଚାଷ କରୁଛନ୍ତି ୪୬ ବର୍ଷୀୟା କ୍ରିଷ୍ଣା। ଏହି ପ୍ରୋଜେକ୍ଟ ମଝ୍‌ଗଓ୍ବାନ ବ୍ଲକର ସବୁ ଗଁାରେ ଚାଲୁଥିବା ‘ଚାଇଲ୍ଡ ରାଇଟ୍ସ ଆଣ୍ଡ୍‌ ୟୁ’ସହଭାଗିତାରେ କାର୍ଯ୍ୟ କରୁଛି। ପ୍ରଥମେ କ୍ରିଷ୍ଣା କିଚେନ ଗାର୍ଡେନରେ ଚାଷ କରୁଥିଲେ, କିନ୍ତୁ ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଚାଷକୁ ବ୍ୟାପକ କରିଛନ୍ତି। କମ୍ୟୁନିଟି ମାଲ୍‌୍‌ନ୍ୟୁଟ୍ରିଶନ ମ୍ୟାନେଜ୍‌ମେଣ୍ଟ ପ୍ରୋଜେକ୍ଟରେ କ୍ରିଷ୍ଣା ମଞ୍ଜି ଓ ଅନ୍ୟ ସହାୟତା ପାଇବା ପରେ ଚାଷ କରି ଦୁଇ କୁଇଣ୍ଟାଲ ପିଆଜ, ଦୁଇ କୁଇଣ୍ଟାଲ ଟମାଟୋ ସହ ବାଇଗଣ, ପୋଇ ଓ ଅନ୍ୟାନ୍ୟ ପରିବା ଉପତ୍ାଦନ କରିଛନ୍ତି। ଏହାର ବଜାର ମୂଲ୍ୟ ପ୍ରାୟ ୨୦,୦୦୦ ଟଙ୍କା।
ହେଲେ ଏହି ଦୁର୍ଦ୍ଦିନରେ ଗାଁ ମହିଳାମାନଙ୍କୁ ବିନା ମୂଲ୍ୟରେ ସବୁ ପରିବା ବାଣ୍ଟି ଦେଇଛନ୍ତି। କୌଣସି ପରିସ୍ଥିତିରେ ପିଲାମାନେ ଭୋକିଲା ନ ରୁହନ୍ତୁ ବୋଲି କହନ୍ତି କ୍ରିଷ୍ଣା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri