ଏଇ ଭାରତରେ

ମେଶିନରେ ଗୋବରରୁ କାଠଗଣ୍ଡି ଭଳି ଦେଖାଯାଉଥିବା ଜଳେଣି ପ୍ରସ୍ତୁତ କରୁଛନ୍ତି ଉତ୍ତରପ୍ରଦେଶ ମଓ୍ବାନା ନିବାସୀ ଶୁକଦେବ ସିଂ। ଏହାଦ୍ୱାରା କୃଷକମାନେ ଲାଭ ପାଇବା ସହ ଜାଳେଣି ସମସ୍ୟା ମଧ୍ୟ ଦୂର ହୋଇପାରୁଛି। ଇଞ୍ଜିନିୟରିଂ କିମ୍ବା ଅନ୍ୟ କିଛି ଡିଗ୍ରୀ ବିନା ସେ ଏହା ନିର୍ମାଣ କରିଛନ୍ତି। ଶୁକଦେବଙ୍କୁ ବର୍ତ୍ତମାନ ବୟସ ୬୭। ପେସାରେ ସେ ଜଣେ ବ୍ୟବସାୟୀ। ମିରଟସ୍ଥ ତାଙ୍କ ଫ୍ୟାକ୍ଟ୍ରିରେ କୃଷି ଯନ୍ତ୍ରପାତି ତିଆରି କରନ୍ତି। ଦୁଇ ବର୍ଷ ତଳେ ସେ ୟୁଟ୍ୟୁବ୍‌ରୁ ଏଭଳି ମେଶିନ୍‌ ସମ୍ପର୍କରେ ଜାଣିବାକୁ ପାଇଥିଲେ ଯାହା କାଠଗଣ୍ଡି ଭଳି ଜାଳେଣି ତିିଆରି କରିପାରୁଥିଲା। କିନ୍ତୁ ସେଥିରେ ଗିୟର ବକ୍ସ ନ ଥିଲା। ପରେ ସେ ସେଭଳି ଏକ ମେଶିନ ନିର୍ମାଣ କରି ସେଥିରେ ଗିୟର ବକ୍ସ ଓ ଇଲେକ୍ଟ୍ରିକ ମୋଟର ଲଗାଇ ତା’ କ୍ଷମତା ବଢାଇଛନ୍ତି। ଗୋବରକୁ ପୂରା ଶୁଖାଇ ଜଳୀୟଅଂଶ ମୁକ୍ତ କରାଯିବା ପରେ ସେଥିରୁ ଏହି ମେଶିନ ସାହାଯ୍ୟରେ ଜାଳେଣି କାଠଗଣ୍ଡି ପ୍ରସ୍ତୁତ କରାଯାଉଛି। ଏହା ଦେଖିବାକୁ ସିଲିଣ୍ଡର ଆକୃତିର ଓ ଏହାର ଲମ୍ବ ଅତିବେଶିରେ ୩ଫୁଟ। ଏହା ଭାରି ଟାଣ। ପ୍ରତି ମିନିଟ୍‌ରେ ଗୋଟିଏ ଲଗ୍‌ ମେଶିନ୍‌ରୁ ବାହାରେ। ବାୟୋଗ୍ୟାସ୍‌ ୟୁନିଟ୍‌ରୁ ବାହାରୁଥିବା ଘୋଳ ସହ ନଡ଼ାଗୁଣ୍ଡ ମିଶାଇ ବି ଏହା ପ୍ରସ୍ତୁତ କରାଯାଇପାରୁଛି ଓ ଏବେ କୃଷକମାନେ ଏଥିରୁ ମାସକୁ ପାଖାପାଖି ୮୦୦୦ ଟଙ୍କା ରୋଜଗାର କରୁଛନ୍ତି। ଏହାର ବହୁଳ ବ୍ୟବହାର ପ୍ରଦୂଷଣ ଦୂର କରିବା ସହ ଜଙ୍ଗଲ କ୍ଷୟ ରୋକିବାରେ ସହାୟକ ହେବ ବୋଲି କହନ୍ତି ଶୁକଦେବ।


Enter your email to get our daily news in your inbox.

All Right Reserved By Dharitri.Com

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri