ଏଇ ଭାରତରେ

ବର୍ଜ୍ୟବସ୍ତୁକୁ ପୁନଃ ଉପଯୋଗ କରିବାରେ ଯେଉଁ କେତେଜଣ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ବେଙ୍ଗାଲୁରୁର ପ୍ରଦୀପ ନାୟାର ଅନ୍ୟତମ। ସେ ଆଇଟି କମ୍ପାନୀ ଚାକିରି ଛାଡି ଶିପିଂ ଇଣ୍ଡଷ୍ଟ୍ରିରୁ ବାହାରୁଥିବା ବର୍ଜ୍ୟକାଠରୁ ଫର୍ନିଚର ତିଆରି କରୁଛନ୍ତି। ଏହା ପ୍ଲାଷ୍ଟିକ୍‌ ଫର୍ନିଚରଠାରୁ ବହୁତ ଭଲ ଓ ପରିବେଶ ଉପଯୋଗୀ ହୋଇପାରୁଛି। ଶିପିଂ କମ୍ପାନୀକୁ ବିଦେଶରୁ ବିଭିନ୍ନ ଯନ୍ତ୍ରାଂଶ ପାଇନ କାଠରେ ପ୍ୟାକ୍‌ ହୋଇ ଆସେ ଓ ତାହାକୁ କମ୍ପାନୀଗୁଡିକ ବାହାରେ ଫିଙ୍ଗି ଦିଅନ୍ତି। ପ୍ରତିବର୍ଷ ପ୍ରାୟ ୯୦ ଟନ୍‌ରୁ ଅଧିକ କାଠ ବାହାରେ ଜମାହୋଇ ପରିବେଶକୁ ପ୍ରଦୂଷିତ କରେ। ତେବେ ପ୍ରଦୀପଙ୍କ ଏଭଳି ପଦକ୍ଷେପ ଯୋଗୁ ଏବେ ପ୍ରଦୂଷଣ ଦୂର କରିବା ସହ ଶସ୍ତାରେ ଲୋକମାନେ ଫର୍ନିଚର ପାଇପାରୁଛନ୍ତି। ପାଣି ଓ ଖରାରେ ପାଇନ କାଠ ନଷ୍ଟ ହେଉ ନ ଥିବାରୁ ଏହି ଫର୍ନିଚରଗୁଡିକ ବହୁଦିନ ରହିପାରିବ ବୋଲି କହନ୍ତି ପ୍ରଦୀପ। ସ୍ଥାନୀୟ କାରିଗରଙ୍କ ହସ୍ତକଳାର ଛାପ ଏଥିରେ ବି ଦେଉଛନ୍ତି। ୨୦୧୫ରେ ସେ ୟୁବିଲିଡ୍‌ କମ୍ପାନୀ ପ୍ରତିଷ୍ଠା କରି ଫର୍ନିଚର ତିଆରି କରୁଛନ୍ତି। ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ତାଙ୍କର ଦୁଇ ଜଣ ବନ୍ଧୁ ଲାବଣ୍ୟ ଓ ଅରୁଣ । ପ୍ରାୟ ୨୫ ଶହରୁ ଅଧିକ ଡିଜାଇନର ଫର୍ନିଚର ୩୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାହକଙ୍କୁ ଯୋଗାଇ ସାରିଲେଣି। ସେମାନେ ବର୍ଜ୍ୟକାଠରୁ ଫର୍ନିଚର ତିଆରି କରିବା କୌଶଳ ସମ୍ପର୍କରେ ଲୋକମାନଙ୍କୁ ଶିକ୍ଷା ଦେବା ଲାଗି ଆଗକୁ ଯୋଜନା ରଖିଛନ୍ତି ବୋଲି କହନ୍ତି ପ୍ରଦୀପ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri