ଏଇ ଭାରତରେ

ଜୀବନକୁ ବାଜି ଲଗାଇ ଜହର ଖାଇଥିବା ସାପକୁ ବଞ୍ଚାଇଲେ ଆଇଟି ଅଧିକାରୀ। ସୋସିଆଲ୍‌ ମିଡିଆରେ ଏହି ବିଷୟ ଭାଇରାଲ ହେବାରେ ଲାଗିଛି। ମଣିଷ ଏବଂ ସର୍ପ ମଧ୍ୟରେ ସମ୍ପର୍କ ନିଆରା। ବିଷାକ୍ତ ସାପକୁ ଦେଖିଲେ କେହି ଭୟ କରିଥାନ୍ତି ଅଥବା ବାଡେଇ ମାରିଦେଇଥାନ୍ତି। ବିଷାକ୍ତ ସାପ ମଧ୍ୟ ମଣିଷକୁ ଦଂଶିବା ପୂର୍ବରୁ ଦୟା ଦେଖାଇ ନ ଥାଏ। ଅପରପକ୍ଷରେ ଜୀବେ ଦୟାକୁ ଭାରତୀୟ ସମାଜ ଅତି ପୁରାତନ କାଳରୁ ଗୁରୁତ୍ୱ ଦେଇଆସିଛି। ମଧ୍ୟପ୍ରଦେଶର ଜଣେ ଆଇଟି ଅଧିକାରୀ ନିଜ ଜୀବନକୁ ବାଜି ଲଗାଇ ଜହର ଖାଇଥିବା ଏକ ସାପର ଜୀବନ ବଞ୍ଚାଇଛନ୍ତି। ଇନ୍ଦୋର ଆଇଟି ଅଧିକାରୀ ଶେରସିଂ ଗିନ୍ନାରେ କୀଟନାଶକ ଖାଇଥିବା ଏକ ସାପର ଜୀବନ ବଞ୍ଚାଇବା ଲାଗି ନିଜ ପାଟିରେ ପାଣି ଭର୍ତ୍ତି କରି ଏହାକୁ ଏକ ପ୍ଲାଷ୍ଟିକ୍‌ ଷ୍ଟ୍ର ଦ୍ୱାରା ସାପ ପାଟିରେ ଛାଡିଥିଲେ। ଏଭଳି ବାରମ୍ବାର କରିବା ଦ୍ୱାରା ସାପର ବାନ୍ତି ହୋଇଯିବାରୁ ପାଣି ସହ ବିଷ ପଦାକୁ ବାହାରି ଆସିଥିଲା। ଫଳରେ ସାପର ଜୀବନ ରକ୍ଷା ହୋଇପାରିଲା। ଶେର୍‌ସିଂଙ୍କ ଏଭଳି କାର୍ଯ୍ୟ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri