ଏଇ ଭାରତରେ

ଘରେ ପ୍ଲାଷ୍ଟିକ୍‌ ଉପକରଣର ବ୍ୟବହାର କମ୍‌ କରି ପ୍ରଦୂଷଣ ଦୂର କାରିବା ଲାଗି ଆସାମର ଜଣେ ବ୍ୟକ୍ତିଙ୍କ ଉଦ୍ୟମ ପ୍ରଶଂସନୀୟ। ଗୁଆହାଟୀ ନିବାସୀ କେଶବାନନ୍ଦ ବୋରା ବାଉଁଶରେ ବିଭିନ୍ନ ଗୃହ ଉପକରଣ ସାମଗ୍ରୀ ତିଆରି କରି ପ୍ଲାଷ୍ଟିକ୍‌ ପ୍ରଦୂଷଣ ଦୂର କରିବାର ପ୍ରୟାସ କରିବା ସହ ଲୋକମାନଙ୍କୁ ଜୀବିକା ଯୋଗାଇ ଦେଉଛନ୍ତି। ତାଙ୍କୁ ବର୍ତ୍ତମାନ ୩୦ ବର୍ଷ ବୟସ। ବାଉଁଶର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥିବାରୁ ଏଥିରେ କୌଣସି କେମିକାଲ ଦିଆଯାଉନାହିଁ ଓ ଏହାକୁ ବ୍ୟବହାର କରିବା ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ଉତ୍ତମ ବୋଲି ସେ କହିଛନ୍ତି। ଏହା ଏବେ ପ୍ଲାଷ୍ଟିକ୍‌ ଉପକରଣର ବିକଳ୍ପ ହୋଇପାରିଛି। ଏହି ସାମଗ୍ରୀଗୁଡିକୁ ଗୁଆହାଟୀର ବାଉଁଶ କାରିଗରମାନଙ୍କ ଦ୍ୱାରା ତିଆରି କରାଯାଉଛି। କେଶବାନନ୍ଦ ଏହାକୁ ମଧ୍ୟ ଅନଲାଇନ ମାର୍କେଟ ସହ ଯୋଡିଛନ୍ତି। ଏହି ସାମଗ୍ରୀ ପ୍ରସ୍ତୁତ କରିବା ସହ ସେ ସ୍ଥାନୀୟ କାରିଗରମାନଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରି ସ୍ବାବଲମ୍ବୀ କରାଇବାରେ ଲାଗିଛନ୍ତି। ଏହାଦ୍ୱାରା ୫୦୦ରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହୋଇସାରିଲେଣି। ଏଥିପାଇଁ ସେ ୨୦୧୬ରେ ବୁମ୍ବରକ୍ରାଫ୍ଟ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି କାର୍ଯ୍ୟ କରିଆସୁଛନ୍ତି। ବୁମ୍ବରକ୍ରାଫ୍ଟ ଏବେ ୪୦ରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାର ବାଉଁଶ ନିର୍ମିତ ଜିନିଷ ପ୍ରସ୍ତୁତ କରୁଛି ଓ ଏବେ ସୁଦ୍ଧା ୨୫୦୦ ଉପତ୍ାଦ ବିକ୍ରି କରିସାରିଲାଣି। ଲଭ୍‌ଲୀ ପ୍ରଫେଶନାଲ ୟୁନିଭର୍ସିଟିରୁ ବିଟେକ୍‌ ହାସଲ କରିବା ପରେ କେଶବ ଏକ ଅନ୍‌ଲାଇନ୍‌ ଗ୍ରୋସରୀ ଶପିଂ ଏଣ୍ଟରପ୍ରାଇଜ୍‌ରେ କାମ କରୁଥିଲେ। ପରେ ସେ ଗୁଆହାଟୀ ଫେରି ଏହି ଏହି କାର୍ଯ୍ୟରେ ଲାଗିଛନ୍ତି ଓ ଏଥିରେ ୧ ହଜାର ଲୋକଙ୍କୁ ଜୀବିକା ଯୋଗାଇଦେବା ଲାଗି ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ବୋରା। ତାଙ୍କର ଏପରି ସାଧୁ ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଯୁବବର୍ଗ ତାଙ୍କଠାରୁ ପ୍ରେରଣା ଗ୍ରହଣ କରି ପରିବେଶ ପ୍ରଦୂଷଣକୁ ରୋକିବା ସହ ନିଜ ଗୋଡ଼ରେ ନିଜେ ଠିଆ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri