ଏଇ ଭାରତରେ

କଶ୍ମୀରର ମୁସଲମାନ ଝିଅ ଇଫରା ଓ ହରିୟାଣାର ହିନ୍ଦୁ ମହିଳା ଗୀତା ପରସ୍ପର ପରିବାରର ସଦସ୍ୟଙ୍କୁ କିଡ୍‌ନୀ ଦାନ କରି ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ଦେଇଛନ୍ତି। ପୁଲ୍‌ଓ୍ବାମା ନିବାସୀ ଜୁବେଦା ବାନୋଙ୍କ ଭଳି ହରିୟାଣା ପଞ୍ଚକୁଲାର ଯମୁନାନଗରରେ ବାସ କରୁଥିବା ଅଜୟ ମଧ୍ୟ କିଡ୍‌ନୀ ରୋଗରେ ପୀଡିତ ଥିଲେ । ଉଭୟଙ୍କର ଦୁଇଟିଯାକ କିଡ୍‌ନୀ ବି ନଷ୍ଟ ହୋଇଯାଇଥିଲା। ସେମାନେ ପଞ୍ଚକୁଲାର ଅଲ୍‌କେମିଷ୍ଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେମାନଙ୍କ ବଞ୍ଚିବାର ଆଶା ବି କ୍ଷୀଣ ହୋଇ ଆସୁଥିଲା। ଯମୁନାନଗର ନିବାସୀ ୩୩ ବର୍ଷୀୟ ଅଜୟଙ୍କୁ ତାଙ୍କ ସ୍ତ୍ରୀ ଗୀତା କିଡ୍‌ନୀ ଦେବା ଲାଗି ଚାହିଁଥିତ୍ଲେ ମଧ୍ୟ ବ୍ଲଡ୍‌ ଗ୍ରୁପ ଭିନ୍ନ ହେବାରୁ ତାହା ସମ୍ଭବ ହୋଇ ନ ଥିଲା । ଜୁବେଦାଙ୍କ ଜୀବନ ବଞ୍ଚାଇବା ଲାଗି ତାଙ୍କ ସ୍ବାମୀ କିଡ୍‌ନୀ ଦେବାକୁ ଚାହିଁି ଥିଲେ କିନ୍ତୁ ତାହା ଫିଟ୍‌ ହୋଇ ନ ଥିଲା। ଏହାପରେ ଜୁବେଦାଙ୍କ ଝିଅ ଇଫରା କିଡ୍‌ନୀ ଦେବା ଲାଗି ପ୍ରସ୍ତୁତ ହୋଇଥିଲେ ମଧ୍ୟ ବ୍ଲଡ୍‌ଗ୍ରୁପ୍‌ ତାଙ୍କ ମା’ଙ୍କ ସହ ମିଶି ନ ଥିଲା। ଅନ୍ୟ ପକ୍ଷରେ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଜୁବେଦାଙ୍କୁ ମାନବ ଅଙ୍ଗ ପ୍ରତିରୋପଣ ନିୟମ ଅନୁଯାୟୀ ସବୁ ଓପଚାରିକତା ବହୁ କଷ୍ଟରେ ପୂରଣ କରିଥିଲେ । ପରେ ଗୀତାଙ୍କ କିଡ୍‌ନୀ ଜୁବେଦା ଓ ଇଫରାଙ୍କ କିଡନୀ ଅଜୟଙ୍କ ସହ ମେଳ ଖାଉଥିବା ଜଣାପଡିଥିତ୍ଲା । ଏହାପରେ ସେହି ହସ୍ପିଟାଲରେ ଗୀତାଙ୍କ କିଡ୍‌ନୀ ଜୁବେଦା ଓ ଇଫରାଙ୍କ କିଡ୍‌ନୀ ଅଜୟଙ୍କଠାରେ ପ୍ରତିରୋପଣ କରାଯାଇଛି ବୋଲି କହନ୍ତି ହସ୍ପିଟାଲର ସର୍ଜନ ନୀରଜ ଗୋୟଲ। ସାମ୍ପ୍ରତିକ ସମୟରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଝଗଡା ଲାଗୁଥିବାବେଳେ ଇଫରା ଓ ଗୀତାଙ୍କ କିଡ୍‌ନୀ ଦାନ କିଛି ଶିକ୍ଷା ଗ୍ରହଣ କରିବାକୁ ବାଟ ଦେଖାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri