ଏଇ ଭାରତରେ

ଗାଁ ଗାଁରେ ଏବେ କଥା କଥାକେ ଝଗଡା ହୋଇ ମାମଲା ଥାନାରେ ପହଞ୍ଚିଯାଉଛି। କିନ୍ତୁ ହରିୟାଣାର ଜିନ୍ଦ୍‌ ଜିଲାର ଏକ ଗାଁରେ ଆଜକୁ ୫୦ ବର୍ଷ ହେବ କୌଣସି ମାମଲା ଥାନାକୁ ନ ଯିବା ଏବେ ସାମ୍‌ନାକୁ ଆସିଛି। ପାନିପଥ ଜିଲାର ଉଚାନା ବ୍ଲକ୍‌ ଅନ୍ତର୍ଗତ ରୋଜଖେଡା ଗାଁରେ କୌଣସି ଝଗଡା ହେଲେ ତାହାକୁ ପଞ୍ଚାୟତ ବୈଠକରେ ସମାଧାନ କରାଯାଉଛି। ଏହି କାରଣରୁ ଗତ ୫୦ ବର୍ଷ ମଧ୍ୟରେ କୌଣସି ମାମଲା ପୋଲିସ ପାଖରେ ନ ପହଞ୍ଚାଇ ଏହି ଗାଁ ଭାଇଚାରା ଓ ଶାନ୍ତି ସହାବସ୍ଥାନର ଏକ ଉଦାହରଣ ସୃଷ୍ଟି କରିଛି। ଉକ୍ତ ଗାଁରେ କାହା ନାମରେ କୌଣସି ଆପରାଧିକ ରେକର୍ଡ ମଧ୍ୟ ନାହିଁ। ରୋଜଖେଡାରେ ଜାଠଙ୍କ ବ୍ୟତୀତ ମୁସଲମାନ ଓ ବାଲ୍ମୀକି ସମ୍ପ୍ରଦାୟର ଲୋକେ ବାସ କରୁଛନ୍ତି। ଜନସଂଖ୍ୟା କମ୍‌ ହେଲେ ବି ଏହାର ସାକ୍ଷରତା ହାର ଅଧିକ। ଏଣୁ ଭାଇଚାରା ବଜାୟ ରଖିବା ଲାଗି ଏହି ଗାଁରୁ ପ୍ରେରଣା ନେବା ଦରକାର ବୋଲି କୁହନ୍ତି ସରପଞ୍ଚ ରଣଧୀର ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri