ଏଇ ଭାରତରେ

ପ୍ରାଥମିକ ଅବସ୍ଥାରେ ଭାଷା ଶିକ୍ଷା କରିବା ପିଲାଙ୍କ ପକ୍ଷେ କଷ୍ଟକର ହୋଇଥାଏ। କିନ୍ତୁ ଏହି କାର୍ଯ୍ୟକୁ ଅନାୟାସରେ କରିପାରୁଛନ୍ତି ଜଣେ ୮ ବର୍ଷର ବାଳକ। ସେ ୧୦୬ଟି ଭାଷାରେ ପଢ଼ି ଲେଖି ପାରୁଛନ୍ତି। ଏହି ବିସ୍ମୟ ବାଳକ ହେଉଛନ୍ତି ଚେନ୍ନାଇର ନିଆଲ ଥୋଗୁଲୁଭା। ଏଥିସହ ସେ ୧୦ଟି ଭାଷାରେ କଥା ହୋଇପାରନ୍ତି। ନିଆଲଙ୍କ ଏହି ଅନନ୍ୟ ଗୁଣ ଏବେ ଅନେକ ବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଇଣ୍ଟରନେଟ୍‌ ଓ ୟୁଟ୍ୟୁବ୍‌ ସହାୟତାରେ ସେ ଏତେ ସବୁ ଭାଷା ଶିଖିଥିବା ପ୍ରକାଶ କରିଛନ୍ତି। ଇଣ୍ଟର୍‌ନ୍ୟାଶ୍‌ନାଲ ଫୋନେଟିକ୍‌ ଆଲ୍‌ଫାବେଟ୍‌ (ଆଇପିଏ) ଏ ଦିଗରେ ତାଙ୍କୁ ବେଶ୍‌ ସହାୟକ ହୋଇଛି। ଏହା ମାଧ୍ୟମରେ ସେ ପ୍ରାୟ ସମସ୍ତ କଥିତ ଭାଷାକୁ ଟ୍ରାନ୍ସକ୍ରାଇବ୍‌ କରିପାରନ୍ତି। ଏହା ମଧ୍ୟ କୌଣସି ଶବ୍ଦର ଉଚ୍ଚାରଣ ସ୍ପଷ୍ଟ ଭାବେ କହିଦେଇଥାଏ। ତେବେ ଏଥିପ୍ରତି ତାଙ୍କର ଆଗ୍ରହ କେବେ ପ୍ରକାଶ ପାଇଲା ତାହା ସେ ଜାଣି ନ ଥିବା କହିଛନ୍ତି। ଏବେ ସେ ଆହୁରି ୫ଟି ଭାଷା ଶିକ୍ଷା କରୁଛନ୍ତି। ଏତେ କମ୍‌ ବୟସରେ ନିଆଲଙ୍କ ବିଭିନ୍ନ ଭାଷା ଶିକ୍ଷା କରିବାର ଆଗ୍ରହ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri