ଜଣେ ଆଇଏଏସ୍ ଅଧିକାରୀ ନିଆରା ସେବା ମାଧ୍ୟମରେ ସମାଜରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଇ ଦେଇ ଉଦାହରଣ ସୃଷ୍ଟି କରିଛନ୍ତିି। ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ରାଜସ୍ଥାନର ସହର ଭିତ୍ତିଭୂମି ବିକାଶ ପରିଯୋଜନା(ଆର୍ୟୁଆଇଡିପି)ର ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ସୋନି । ଏହା ପୂର୍ବରୁ ଜାଲୋର ଜିଲାପାଳ ଥିବା ସମୟରେ ସେ ‘ଚରଣପାଦୁକା ଅଭିଯାନ’ ଆରମ୍ଭ କରି ୧୫ ଦିନ ମଧ୍ୟରେ ଜିଲାରେ ଖାଲି ପାଦରେ ସ୍କୁଲ ଯାଉଥିବା ୩୦ ହଜାର ପିଲାଙ୍କୁ ଚପଲ ଯୋଗାଇ ଦେଇଥିଲେ। ତାଙ୍କର ଏହି ଅଭିଯାନକୁ ସାରା ରାଜ୍ୟରେ ଲାଗୁ କରାଯାଇ ଏବେ ସୁଦ୍ଧା ୧,୭୬,୦୦୦ ପିଲାଙ୍କୁ ଚପଲ ଯୋଗାଇଦିଆଗଲାଣି। ପାଲି ଜିଲାରେ ପ୍ରୋବେଶନାରୀ ଅଧିକାରୀ ଥିବାବେଳେ ସେ ‘ବିଦ୍ୟାପ୍ରବାହିନୀ’ଯୋଜନାରେ ସ୍କୁଲ ପିଲାମାନଙ୍କ ବସ୍ରେ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷା ସମ୍ବନ୍ଧୀୟ ଅଡିଓ ଓ ଭିଡିଓ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରିଥିଲେ। ଏହି ଯୋଜନାରେ ଜିଲା କର୍ତ୍ତୃପକ୍ଷ ଏବଂ ସ୍ବେଚ୍ଛାସେବୀମାନେ ନିୟମିତ ସନ୍ଧ୍ୟାରେ ବସ୍ତିକୁ ଯାଇ ପିଲାମାନଙ୍କୁ ପଢାଉଥିଲେ। ଝଲାଓ୍ବାଡ ଜିଲାପାଳ ଥିବା ସମୟରେ ‘ରକ୍ତକୋଷ’ ଅଭିଯାନ ମାଧ୍ୟମରେ ଓ’ନେଗେଟିଭ ରକ୍ତ ସଂଗ୍ରହ କରି ପୀଡିତମାନଙ୍କୁ ଯୋଗାଇ ଦେଇ ଅନେକ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।
ଏଇ ଭାରତରେ
ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍ ନ ନେଇ ପଲିଥିନରେ ପରିବା...
ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ
ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...
ଗାନ୍ଧୀ ନୂଅଁାଖାଇ
ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...
ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ
ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...
ଆସାମର ହାତୀ-ଟ୍ରେନ୍ ଧକ୍କା
ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...
ଶିକ୍ଷା ଓ ଶିକ୍ଷକ
ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...
ଦିଲ୍ଲୀରୁ ଯିବ ରାଜଧାନୀ
ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...
ଏବର ଚାଷବାସ
କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...
Archives


