ଏଇ ଭାରତରେ

ସମାଜରେ କିଛି ଲୋକ ସାମାନ୍ୟ ବିଫଳତାରେ ଭାଙ୍ଗି ପଡୁଥିବାବେଳେ କିଛି ଲୋକ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଉଦାହରଣ ସୃଷ୍ଟି କରିଥାନ୍ତି। ସେମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ହିନ୍ଦୁପୁରରେ ଜନ୍ମିତ ଏମ.କେ. ଶ୍ରୀଧର ଜଣେ। ପିଲାବେଳୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ୬୫ ବର୍ଷୀୟ ଶ୍ରୀଧର ଦେଶର ନୂଆ ଶିକ୍ଷାନୀତି ଡ୍ରାଫ୍ଟ କରିବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି। ଦିବ୍ୟାଙ୍ଗ ପିଲାଙ୍କ ଲାଗି ଏକ ସଂସ୍ଥା ଗଠନ କରି ସେଠାରେ ସେମାନଙ୍କ ଚିକିତ୍ସା, ଶିକ୍ଷା ଓ ସୁରକ୍ଷାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏଠାରେ ପିଲାମାନେ ଷଷ୍ଠରୁ ସ୍ନାତକ ଯାଏ ପଢୁଛନ୍ତି। ସାରା ଦେଶରୁ ଆସି ଏଠାରେ ପଢୁଥିବା ୧୦୦ ଦିବ୍ୟାଙ୍ଗ ପିଲାଙ୍କ ଖର୍ଚ୍ଚ ନିଜେ ଶ୍ରୀଧର ବହନ କରୁଛନ୍ତି। ନୂଆବର୍ଷରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ କରାଯିବ ବୋଲି କହିଛନ୍ତି ଶ୍ରୀଧର। ସେ ଦିବ୍ୟାଙ୍ଗ ହୋଇ ବି ପଢିବା ବେଳେ ସଂଘର୍ଷ କରିଛନ୍ତି। ବେଙ୍ଗାଲୁରୁରେ ସ୍ନାତକୋତ୍ତର ଓ ମହୀଶୂର ବଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଲାଭ କରି ସେଠାରେ ସେ ପ୍ରାଧ୍ୟାପକ ହୋଇପାରିଥିଲେ। ସେତେବେଳେ ହ୍ବିଲ୍‌ ଚେୟାର ନ ଥିଲା। ମାଟିରେ ହାତ ଭରା ଦେଇ ସେ ଚାଲୁଥିଲେ। ସ୍କୁଲରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଯାଏ ତାଙ୍କୁ ଏମିତି ପଢିବାକୁ ହୋଇଛି। ପ୍ରତିଦିନ ସେ ୪୦ ଜଣ ଲୋକଙ୍କ ସହ କଥା ହୋଇ ସେ ୪ ଲକ୍ଷ ପ୍ରସ୍ତାବ ସଂଗ୍ରହ କରିପାରିଥିଲେ, ଯାହା ତାଙ୍କୁ ନୂଆ ଶିକ୍ଷା ନୀତି ଡ୍ରାଫ୍ଟ କରିବାରେ ସହାୟକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri