ଏଇ ଭାରତରେ

ବୁଲା କୁକୁରଙ୍କ ଉପରେ ସବୁଠି ଅତ୍ୟାଚାର କରାଯାଉଥିତ୍ବା ବେଳେ ସେମାନଙ୍କ ଦେଖାରଖା ପାଇଁ ଜଣେ ମହିଳା ନିଜର ଗହଣା ବିକିଦେବା ଭଳି ରୋଚକ ଖବର ଏବେ ସାମ୍‌ନାକୁ ଆସିଛି। ପଶ୍ଚିମବଙ୍ଗ ନଦୀୟା ଜିଲା ନିବାସୀ ନୀଳାଞ୍ଜନା ବିଶ୍ୱାସ ଏପରି କାର୍ଯ୍ୟରେ ଲାଗିଛନ୍ତି। ବିଶ୍ୱାସଙ୍କୁ ବର୍ତ୍ତମାନ ବୟସ ୪୫। ସେ ନଦୀୟା ସହରରେ ୪୦୦ କୁକୁରଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି। ଅନେକ ସମୟରେ ସେମାନେ ରୋଗାକ୍ରାନ୍ତ ହୋଇପଡନ୍ତି ଏବଂ ବିଶ୍ୱାସ ସେମାନଙ୍କୁ ଓ୍ୟଷଧ ଓ ଟିକା ଦେବାର ବ୍ୟବସ୍ଥା ମଧ୍ୟ କରିଥାନ୍ତି। ଏ ବାବଦରେ ସମସ୍ତ ଖର୍ଚ୍ଚ ସେ ବହନ କରୁଛନ୍ତି। କୁକୁରଙ୍କୁ ଖାଇବାକୁ ଦେବା ପାଇଁ ବ୍ୟାଙ୍କରୁ ୩.୩ ଲକ୍ଷ ଟଙ୍କା ଋଣ ମଧ୍ୟ କରିଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରିବା ପାଇଁ ତିନି ଜଣ ଲୋକଙ୍କୁ ବି ସେ ନିଯୁକ୍ତ କରିଛନ୍ତି। ଏମାନେ ଗୋଟିଏ ତିନିଚକିଆ ଯାନରେ ବସି ପୂରା ସହର ବୁଲି କୁକୁରଙ୍କୁ ଭୋଜନ ଦେଉଛନ୍ତି। ନୀଳାଞ୍ଜନା ଚିକେନ ଓ ଭାତ ନେଇ ସହକର୍ମୀଙ୍କ ସହ ପୂରା ସହର ବୁଲନ୍ତି ଏବଂ କୁକୁରଙ୍କୁ ଖାଇବାକୁ ଦେଇଥାନ୍ତି। ଏହି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସେ ଏକ ରୋଷେଇଘର କରିଛନ୍ତି। ଫ୍ରିଜ୍‌ର ବ୍ୟବସ୍ଥା ମଧ୍ୟ ରଖିଛନ୍ତି। ନୀଳାଞ୍ଜନା କୁହନ୍ତି, ତାଙ୍କ ଘରେ ୧୪ଟି କୁକୁର ରହିଛନ୍ତି ଓ ସେଥି ମଧ୍ୟରୁ ୧୩ଟି ବୁଲା କୁକୁର। ଏମାନଙ୍କ ଦାୟିତ୍ୱ ସହ ସହରର ରାସ୍ତାରେ ବୁଲୁଥିବା ଅନ୍ୟ କୁକୁରଙ୍କ ଦାୟିତ୍ୱ ବି ତାଙ୍କର ବୋଲି ସେ ମନେକରନ୍ତି ଓ ସେଥିପାଇଁ ଏପରି କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟକୁ ନୀଳାଞ୍ଜନାଙ୍କ ସ୍ବାମୀଙ୍କ ସମେତ ପଡୋଶୀମାନେ ବିରୋଧ କରୁଛନ୍ତି। କିନ୍ତୁ ତାଙ୍କ କଲେଜପଢୁଆ ଝିଅ ଓ ପଞ୍ଚମଶ୍ରେଣୀରେ ପଢୁଥିବା ପୁଅ ତାଙ୍କୁ ସମର୍ଥନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri