ଏଇ ଭାରତରେ

ସମାଜରେ ଏମିତି ଶିକ୍ଷକ ଅଛନ୍ତି ଯେଉଁମାନେ ନିଜସ୍ବ ଉଦ୍ୟମରେ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାର ବିକାଶ କରିବା ପାଇଁ ପ୍ରୟାସ କରିଥାନ୍ତିି। ତେବେ ଏମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାର ଶିକ୍ଷୟିତ୍ରୀ ମମତା ମିଶ୍ରା ଜଣେ। ମମତା ଚାକା ବ୍ଲକ୍‌ର ନେନ୍ଦୁଆବନ ମଣ୍ଡଳ ପ୍ରାଇମେରି ସ୍କୁଲ୍‌ରେ ସହାୟକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି। ସେ ନିଜ ଉଦ୍ୟମରେ ସ୍କୁଲ୍‌କୁ କନଭେଣ୍ଟ୍‌ ସ୍କୁଲ୍‌ ସ୍ତର ଯାଏ ନେଇଯାଇଛନ୍ତି। ପ୍ରୟାଗରାଜର ଏହି ଶିକ୍ଷୟିତ୍ରୀ ଜଣକ କେବଳ ନିଜ ଦରମା ଟଙ୍କାରେ ଏଭଳି କାର୍ଯ୍ୟ କରିଛନ୍ତି । ପିଲାମାନଙ୍କୁ ମୋବାଇଲ ମାଧ୍ୟମରେ ଅନ୍‌ଲାଇନ ଶିକ୍ଷା ପ୍ରଦାନ କରୁଛନ୍ତି। ସେ ୟୁ-ଟ୍ୟୁବ୍‌ରେ ନିଜସ୍ବ ଚ୍ୟାନେଲ ମଧ୍ୟ ଚଲାଉଛନ୍ତି। ପିଲାମାନଙ୍କୁ ପଢ଼ାଇବା ପାଇଁ ଏବେ ସୁଦ୍ଧା ସେ ୪୮୭ଟି ଭିଡିଓ ଅପ୍‌ଲୋଡ କରିଛନ୍ତି। ମମତା ଏହି ସ୍କୁଲ୍‌ରେ ୨୦୧୫ରେ ନିଯୁକ୍ତି ପାଇବା ପରଠାରୁ ଏପରିି ଉଦ୍ୟମ ଆରମ୍ଭ କରିଥିଲେ। ସେବେଠାରୁ ତାଙ୍କ ଉପାର୍ଜିତ ଅର୍ଥକୁ ପିଲାଙ୍କ ପାଇଁ ଖର୍ଚ୍ଚ କରିବା ଲାଗି ସ୍ଥିର କରିଥିଲେ ବୋଲି କୁହନ୍ତି ମମତା। ଏମିତିକି ସ୍କୁଲ୍‌ରେ ପଢୁଥିବା ପ୍ରଥମ ଶ୍ରେଣୀର ପିଲାମାନଙ୍କୁ ତାଙ୍କ ଘରେ ମୋବାଇଲ ମାଧ୍ୟମରେ କେମିତି ପଢିବେ ସେ ସମ୍ପର୍କରେ ଶିଖାଉଛନ୍ତି। କ୍ଲାସ୍‌ରେ ପିଲାମାନଙ୍କୁ ପଢାଇବା ସହ ମମତା ମୋବାଇଲରେ ଦୀକ୍ଷା ଆପ୍‌ ମାଧ୍ୟମରେ ପଢିବାର ଉପାୟ ବି ଶିଖାଇଥାନ୍ତି। ସ୍କୁଲରେ ଯଦି ପିଲାମାନଙ୍କ ବସିବା ପାଇଁ ମମତା ନିଜ ରୋଜଗାର ଅର୍ଥରୁ ଖର୍ଚ୍ଚ କରି ଡେକ୍ସ ବେଞ୍ଚ କିଣିଦିଅନ୍ତି। ଏମିତି କି ସ୍କୁଲ୍‌ରେ ପଢୁଥିବା ପିଲାମାନଙ୍କର ଯଦି ପାଠ୍ୟ ଉପକରଣ କିମ୍ବା ସ୍କୁଲ୍‌ ଫିସ୍‌ର ଅଭାବ ପଡେ ତେବେ ମମତା ତାହା ମଧ୍ୟ ପୂରଣ କରିଥାନ୍ତି। ମମତାଙ୍କର ଏଭଳି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ୍‌ କି ବାତ୍‌’ରେ ପ୍ରଶଂସା ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri