ଏଇ ଭାରତରେ

ଭାରତରେ ଧାର୍ମିକ ପରମ୍ପରାରେ ଏବେ ବି ଯନ୍ତ୍ରଣାଦାୟକ ବିଧି ଜମିରହିଛି। ଏମିତିକି ଆଧୁନିକତାର ସ୍ରୋତରେ ସାମିଲ ହୋଇଥିବା ରାଜପରିବାରରେ ମଧ୍ୟ ଏଭଳି କିଛି ବିଧି ଉପରେ ବିଶ୍ୱାସ ରହିଥିବା ଦେଖିବାକୁ ମିଳିଛି ଛତିଶଗଡ଼ରେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବସ୍ତର ରାଜପରିବାର ଦଶହରା ପାଳନ କରିବା ପୂର୍ବରୁ ଏହି କଷ୍ଟଦାୟକ ବିଧି ପାଳନ କରିଛନ୍ତି। ରାଜପରିବାରର ସମସ୍ତ ସଦସ୍ୟ ଏକ ଶୋଭାଯାତ୍ରାରେ ବାହାରି କାଞ୍ଚନଗୁଡିର ମା’ରଣଦେବୀଙ୍କ ନିକଟରେ ପହଞ୍ଚତ୍ବା ପରେ ଗର୍ଭଗୃହରେ ବସି ମା’ଙ୍କ ଆରାଧନା କରିଛନ୍ତି। ପରେ ଦେବୀଙ୍କୁ ସେମାନେ ଦଶହରା ପାଳନ କରିବା ପାଇଁ ଅନୁମତି ଭିକ୍ଷା କରିଥିଲେ। ପରମ୍ପରା ଅନୁଯାୟୀ ମନ୍ଦିର ସାମ୍‌ନାରେ ବେଲକଣ୍ଟା ବିଛାଯାଇଥିବା ଏକ ଝୁଲା ନିର୍ମାଣ କରାଯାଇ ସେହି ଝୁଲା ଚାରିପାଖରେ ଦେବୀଙ୍କ ପ୍ରତିରୂପ ଭାବେ ଜଣେ ବାଳିକାଙ୍କୁ ପରିକ୍ରମା କରାଯାଇଥିଲା। ଏହାପରେ ବାଳିକା ଜଣଙ୍କୁ ବେଲକଣ୍ଟା ଝୁଲାରେ ଶୁଆଇ ଝୁଲାଯାଇଥିଲା। ଏହା ଶେଷ ହେବା ପରେ ମନ୍ଦିରରେ ରଣଦେବୀ ଓ ବସ୍ତର ମହାରାଜାଙ୍କ ମଧ୍ୟରେ ସାଙ୍କେତିକ ଯୁଦ୍ଧ ହୋଇଥିଲା। ଏହି ଅବସରରେ ମହିଳାମାନେ ଧନକୁଳ ବାଦ୍ୟ ସହ କାଞ୍ଚନ ଯାତ୍ରା ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ଦଶହରା ପାଳନ କରିବା ପାଇଁ ରାଜପରିବାରକୁ ରଣଦେବୀ ଅନୁମତି ଦେବା ପରେ ତାହାକୁ ନେଇ ରାଜପରିବାର ଦଶହରା ପାଳନର ଆୟୋଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri