ଏ.ବି.ସିଂଙ୍କ ‘ଜିନ୍ଦେଗୀ’ ପଦକ୍ଷେପ; ଗରିବ ମେଧାବୀଙ୍କ ଡାକ୍ତର ହେବା ସ୍ବପ୍ନକୁକରୁଛି ସାକାର

ଭୁବନେଶ୍ୱର,୧୦-୬(ବ୍ୟୁରୋ): ଦିନେ ଡାକ୍ତର ହେବେ ବୋଲି ସେ ସ୍ବପ୍ନ ଦେଖିଥିଲେ। ସେଥିଲାଗି ମେଡିକାଲ କୋଚିଂରେ ମଧ୍ୟ ନାମ ଲେଖାଇଥିଲେ। ହେଲେ ସମୟର ସୁଅରେ ତାଙ୍କର ସେ ସ୍ବପ୍ନ ସ୍ବପ୍ନରେ ରହିଗଲା। ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ତାଙ୍କ ବାପା କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ଆକଷ୍ମିକ ଭାବେ ପରିବାରର ସ୍ଥିତି ଖରାପ ହେଲା। ଆର୍ଥତ୍କ ବୋଝ ଯୋଗୁ ଡାକ୍ତର ହେବା ସ୍ବପ୍ନ ଅଧାରେ ରହିଗଲା। ପାଠ ପଢିବା ଲାଗି ବିବାହ ବେଳେ ଆଇସକ୍ରିମ ଯୋଗାଣ, ଚା,ସର୍ବତ ଷ୍ଟଲ ବସାଇ ରୋଜଗାର ସହ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରିଛନ୍ତି। ହେଲେ ଜୀବନରେ ପଛକୁ ହଟି ନ ଯାଇ ସେହି ବ୍ୟକ୍ତି ଜଣକ ସବୁ ବେଳେ ଆଗକୁ ବଢିବାର ଉତ୍ସାହ ରଖିଛନ୍ତି। ବହୁ କଷ୍ଟରେ ଗ୍ରାଜୁଏଶନ ଯାଏ ପଢିବାର ସୁଯୋଗ ପାଇଥିବା ସେହି ବ୍ୟକ୍ତି ଜଣକ କିନ୍ତୁ ଏବେ ଅନ୍ୟମାନଙ୍କୁ ଜୀବନରେ ଆଗକୁ ବଢିବାର ରାସ୍ତା ଦେଖାଉଛନ୍ତି। ଜୀବନରେ ରହିଯାଇଥିବା ସେହି ଶୂନ୍ୟସ୍ଥାନ ଏବଂ ଲକ୍ଷ୍ୟ କିନ୍ତୁ ତାଙ୍କ ମନରୁ କେବେ ହଟି ନ ଥିଲା। ନିଜେ ସ୍ବଚ୍ଛଳ ହେବା ପରେ ଏବେ ଗରିବ ମେଧାବୀଙ୍କ ଡାକ୍ତର ହେବାର ସ୍ବପ୍ନକୁ ପୂରଣ କରିବା ଲାଗି ସେ ଆରମ୍ଭ କରିଛନ୍ତି ଜିନ୍ଦେଗୀ ଫାଉଣ୍ଡେଶନ। ଏହି ଅନୁଷ୍ଠାନ ଦ୍ୱାରା ଯେଉଁ ଆର୍ଥତ୍କ ଦୁର୍ବଳ ବର୍ଗର ମେଧାବୀ ଛାତ୍ରୀଛାତ୍ର ମେଡିକାଲ ପ୍ରସ୍ତୁତି ଲାଗି ଅର୍ଥର ବାଧକ ସାମ୍ନା କରୁଛନ୍ତି ତାଙ୍କୁ ମାଗଣାରେ ରହିବା ଖାଇବା ବ୍ୟବସ୍ଥା କରିବା ସହ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି। ସେ ହେଉଛନ୍ତି ଅଜୟ ବାହାଦୁର ସିଂ। ୧୯୭୨ରେ ଝାଡଖଣ୍ଡର ଦେଓଘର ବୈଦ୍ୟନାଥଧାମ ସହରରେ ଜନ୍ମିତ ଅଜୟ ବାହାଦୁର ଭୁବନେଶ୍ୱରକୁ ତାଙ୍କର କର୍ମଭୂମି ଭାବେ ବାଛି ନେଇଛନ୍ତି। ଏଠାରେ ସେ ଏବେ ଆକାଶ ଭୁବନେଶ୍ୱରର ସେଣ୍ଟରର ନିର୍ଦ୍ଦେଶକ ଥିବା ବେଳେ ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।
ଧରିତ୍ରୀ ସହ ବାର୍ତ୍ତାଳାପ ଅବସରରେ ସେ ପୁରୁଣା ଦିନକୁ ମନେ ପକାଇ କହିଛନ୍ତି, ମୁଁ ଡାକ୍ତର ନ ହେଲି କ’ଣ ହେଲା ଆଜି ଗରିବ ମେଧାବୀଙ୍କୁ ଡାକ୍ତର କରିବା ଦିଗରେ ଯୋଗଦାନ ରଖୁଛି। ଚଳିତ ବର୍ଷ ଜିନ୍ଦେଗୀ ଫାଉଣ୍ଡେଶନରେ କୋଚିଂ ନେଉଥିବା ୧୪ରୁ ୧୪ ଛାତ୍ରୀଛାତ୍ର ମେଡିକାଲ ପ୍ରବେଶିକାରେ ସଫଳ ହୋଇଛନ୍ତି। ୨୦୧୮ରେ ଫାଉଣ୍ଡେଶନର ମୋଟ ୨୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୮ ସଫଳ ହେବା ସହ ୧୨ ଜଣ ସରକାରୀ ମେଡିକାଲ କଲେଜରେ ପଢିବାର ସୁଯୋଗ ପାଇଥିଲେ। ଏହି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ସେ ଖୁସି ବ୍ୟକ୍ତ କରି କହିଛନ୍ତି, ମେଧାବୀ ଛାତ୍ରୀଛାତ୍ର ଆଗକୁ ବଢିବା ଦିଗରେ ଅର୍ଥ ଯେଭଳି ବାଧକ ନ ସାଜୁ ତାକୁ ବିଚାର କରି ଜିନ୍ଦେଗୀ ଫାଉଣ୍ଡେଶନ ଗଠନ ହୋଇଛି। ଛାତ୍ରୀଛାତ୍ରଙ୍କ ମେଡିକାଲ କୋଚିଂ, ରହିବା, ଖାଦ୍ୟ ଏବଂ ପାଠ୍ୟପୁସ୍ତକ ପ୍ରଦାନ କରିବା ସହ ପ୍ରସ୍ତୁତିରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି। କେବଳ ଜାତୀୟ ସ୍ତରର ର଼୍ୟାଙ୍କ ନୁହେଁ ଛାତ୍ରୀଛାତ୍ର ସରକାରୀ ମେଡିକାଲ କଲେଜ ଗୁଡିକରେ କିଭଳି ପଢିବାର ସୁଯୋଗ ପାଇପାରିବେ ତାକୁ ଧ୍ୟାନରେ ରଖିଛୁ। ୨୦୦୭ରେ ସେ ଆରମ୍ଭ କରିଥିବା ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁର୍ବଳ ଛାତ୍ରୀଛାତ୍ରଙ୍କ ଲାଗି ଆଟମ-୫୦ ନାମରେ ମାଗଣା ଶିକ୍ଷା, ରହିବା ବ୍ୟବସ୍ଥା କରିଛନ୍ତି। ବିହାରରେ ସୁପର-୩୦ର ପ୍ରତିଷ୍ଠାତା ଆନନ୍ଦ କୁମାରଙ୍କ ସହ ଭେଟ ହେବା ପରେ ଏହି ଧାରାକୁ ନୂଆ ଦିଶା ମିଳିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟିଏମ୍‌କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୫।୫ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପରେ ପେଟିଏମକୁ ଆଉ ଏକ ଝଟ୍‌କା ଲାଗିଛି। କମ୍ପାନୀର...

ଭାରତୀୟ ମସଲାରେ କୀଟନାଶକ ସମ୍ପର୍କିତ ସମସ୍ତ ଦାବିକୁ ଖଣ୍ଡନ କଲା ଏଫ୍‌ଏସ୍‌ଏସ୍‌ଏଆଇ

ନୂଆଦିଲ୍ଲୀ,୫।୫: ଭାରତୀୟ ମସଲାକୁ ନେଇ ଉପୁଯିତିବା ବିବାଦ ମଧ୍ୟରେ ସ୍ପତିକାରଣ ରଖିଛି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)। ବିଭିନ୍ନ ଦେଶ...

ପିଆଜ ରପ୍ତାନି ଉପରୁ ହଟିଲା କଟକଣା

ଭୁବନେଶ୍ୱର,୫।୫(ଅନୁରାଧା ମହାରଣା): ଘରୋଇ ବଜାରରେ ପିଆଜ ଦରବୃଦ୍ଧିରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ପୂର୍ବରୁ ପିଆଜ ରପ୍ତାନି ଉପରେ ସରକାର...

ଉତ୍କଳ ହସ୍ପିଟାଲରେ ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର,୫।୫ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ଉତ୍କଳ ହସ୍ପିଟାଲରେ ରାଜ୍ୟର ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରି ସଫଳତାର...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri