ଏ.ବି.ସିଂଙ୍କ ‘ଜିନ୍ଦେଗୀ’ ପଦକ୍ଷେପ; ଗରିବ ମେଧାବୀଙ୍କ ଡାକ୍ତର ହେବା ସ୍ବପ୍ନକୁକରୁଛି ସାକାର

ଭୁବନେଶ୍ୱର,୧୦-୬(ବ୍ୟୁରୋ): ଦିନେ ଡାକ୍ତର ହେବେ ବୋଲି ସେ ସ୍ବପ୍ନ ଦେଖିଥିଲେ। ସେଥିଲାଗି ମେଡିକାଲ କୋଚିଂରେ ମଧ୍ୟ ନାମ ଲେଖାଇଥିଲେ। ହେଲେ ସମୟର ସୁଅରେ ତାଙ୍କର ସେ ସ୍ବପ୍ନ ସ୍ବପ୍ନରେ ରହିଗଲା। ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ତାଙ୍କ ବାପା କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ଆକଷ୍ମିକ ଭାବେ ପରିବାରର ସ୍ଥିତି ଖରାପ ହେଲା। ଆର୍ଥତ୍କ ବୋଝ ଯୋଗୁ ଡାକ୍ତର ହେବା ସ୍ବପ୍ନ ଅଧାରେ ରହିଗଲା। ପାଠ ପଢିବା ଲାଗି ବିବାହ ବେଳେ ଆଇସକ୍ରିମ ଯୋଗାଣ, ଚା,ସର୍ବତ ଷ୍ଟଲ ବସାଇ ରୋଜଗାର ସହ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରିଛନ୍ତି। ହେଲେ ଜୀବନରେ ପଛକୁ ହଟି ନ ଯାଇ ସେହି ବ୍ୟକ୍ତି ଜଣକ ସବୁ ବେଳେ ଆଗକୁ ବଢିବାର ଉତ୍ସାହ ରଖିଛନ୍ତି। ବହୁ କଷ୍ଟରେ ଗ୍ରାଜୁଏଶନ ଯାଏ ପଢିବାର ସୁଯୋଗ ପାଇଥିବା ସେହି ବ୍ୟକ୍ତି ଜଣକ କିନ୍ତୁ ଏବେ ଅନ୍ୟମାନଙ୍କୁ ଜୀବନରେ ଆଗକୁ ବଢିବାର ରାସ୍ତା ଦେଖାଉଛନ୍ତି। ଜୀବନରେ ରହିଯାଇଥିବା ସେହି ଶୂନ୍ୟସ୍ଥାନ ଏବଂ ଲକ୍ଷ୍ୟ କିନ୍ତୁ ତାଙ୍କ ମନରୁ କେବେ ହଟି ନ ଥିଲା। ନିଜେ ସ୍ବଚ୍ଛଳ ହେବା ପରେ ଏବେ ଗରିବ ମେଧାବୀଙ୍କ ଡାକ୍ତର ହେବାର ସ୍ବପ୍ନକୁ ପୂରଣ କରିବା ଲାଗି ସେ ଆରମ୍ଭ କରିଛନ୍ତି ଜିନ୍ଦେଗୀ ଫାଉଣ୍ଡେଶନ। ଏହି ଅନୁଷ୍ଠାନ ଦ୍ୱାରା ଯେଉଁ ଆର୍ଥତ୍କ ଦୁର୍ବଳ ବର୍ଗର ମେଧାବୀ ଛାତ୍ରୀଛାତ୍ର ମେଡିକାଲ ପ୍ରସ୍ତୁତି ଲାଗି ଅର୍ଥର ବାଧକ ସାମ୍ନା କରୁଛନ୍ତି ତାଙ୍କୁ ମାଗଣାରେ ରହିବା ଖାଇବା ବ୍ୟବସ୍ଥା କରିବା ସହ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି। ସେ ହେଉଛନ୍ତି ଅଜୟ ବାହାଦୁର ସିଂ। ୧୯୭୨ରେ ଝାଡଖଣ୍ଡର ଦେଓଘର ବୈଦ୍ୟନାଥଧାମ ସହରରେ ଜନ୍ମିତ ଅଜୟ ବାହାଦୁର ଭୁବନେଶ୍ୱରକୁ ତାଙ୍କର କର୍ମଭୂମି ଭାବେ ବାଛି ନେଇଛନ୍ତି। ଏଠାରେ ସେ ଏବେ ଆକାଶ ଭୁବନେଶ୍ୱରର ସେଣ୍ଟରର ନିର୍ଦ୍ଦେଶକ ଥିବା ବେଳେ ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।
ଧରିତ୍ରୀ ସହ ବାର୍ତ୍ତାଳାପ ଅବସରରେ ସେ ପୁରୁଣା ଦିନକୁ ମନେ ପକାଇ କହିଛନ୍ତି, ମୁଁ ଡାକ୍ତର ନ ହେଲି କ’ଣ ହେଲା ଆଜି ଗରିବ ମେଧାବୀଙ୍କୁ ଡାକ୍ତର କରିବା ଦିଗରେ ଯୋଗଦାନ ରଖୁଛି। ଚଳିତ ବର୍ଷ ଜିନ୍ଦେଗୀ ଫାଉଣ୍ଡେଶନରେ କୋଚିଂ ନେଉଥିବା ୧୪ରୁ ୧୪ ଛାତ୍ରୀଛାତ୍ର ମେଡିକାଲ ପ୍ରବେଶିକାରେ ସଫଳ ହୋଇଛନ୍ତି। ୨୦୧୮ରେ ଫାଉଣ୍ଡେଶନର ମୋଟ ୨୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୮ ସଫଳ ହେବା ସହ ୧୨ ଜଣ ସରକାରୀ ମେଡିକାଲ କଲେଜରେ ପଢିବାର ସୁଯୋଗ ପାଇଥିଲେ। ଏହି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ସେ ଖୁସି ବ୍ୟକ୍ତ କରି କହିଛନ୍ତି, ମେଧାବୀ ଛାତ୍ରୀଛାତ୍ର ଆଗକୁ ବଢିବା ଦିଗରେ ଅର୍ଥ ଯେଭଳି ବାଧକ ନ ସାଜୁ ତାକୁ ବିଚାର କରି ଜିନ୍ଦେଗୀ ଫାଉଣ୍ଡେଶନ ଗଠନ ହୋଇଛି। ଛାତ୍ରୀଛାତ୍ରଙ୍କ ମେଡିକାଲ କୋଚିଂ, ରହିବା, ଖାଦ୍ୟ ଏବଂ ପାଠ୍ୟପୁସ୍ତକ ପ୍ରଦାନ କରିବା ସହ ପ୍ରସ୍ତୁତିରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି। କେବଳ ଜାତୀୟ ସ୍ତରର ର଼୍ୟାଙ୍କ ନୁହେଁ ଛାତ୍ରୀଛାତ୍ର ସରକାରୀ ମେଡିକାଲ କଲେଜ ଗୁଡିକରେ କିଭଳି ପଢିବାର ସୁଯୋଗ ପାଇପାରିବେ ତାକୁ ଧ୍ୟାନରେ ରଖିଛୁ। ୨୦୦୭ରେ ସେ ଆରମ୍ଭ କରିଥିବା ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁର୍ବଳ ଛାତ୍ରୀଛାତ୍ରଙ୍କ ଲାଗି ଆଟମ-୫୦ ନାମରେ ମାଗଣା ଶିକ୍ଷା, ରହିବା ବ୍ୟବସ୍ଥା କରିଛନ୍ତି। ବିହାରରେ ସୁପର-୩୦ର ପ୍ରତିଷ୍ଠାତା ଆନନ୍ଦ କୁମାରଙ୍କ ସହ ଭେଟ ହେବା ପରେ ଏହି ଧାରାକୁ ନୂଆ ଦିଶା ମିଳିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?