ଉତ୍କଳ ହସ୍ପିଟାଲରେ ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର,୫।୫ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ଉତ୍କଳ ହସ୍ପିଟାଲରେ ରାଜ୍ୟର ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରି ସଫଳତାର ସହ ଶେଷ ହୋଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା (ଭୁବନେଶ୍ୱର)ର ଉତ୍କଳ ହସ୍ପିଟାଲ ଏବଂ ତେଲଙ୍ଗା ନା (ହାଇଦ୍ରାବାଦ)ର ଏଆଇଜି ହସ୍ପିଟାଲର ମିଳିତ ସହଯୋଗରେ ରାଜ୍ୟର ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରି ବା ଯକୃତ ପ୍ରତିରୋପଣ ସଫଳତାର ସହ ଶେଷ ହୋଇଛି।
ଏହି ପରିପ୍ରେକ୍ଷୀରେ ଶନିବାର ଉତ୍କଳ ହସ୍ପିଟାଲ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ଉତ୍କଳ ହସ୍ପିଟାଲର ସିଇଓ ଡା. ଆଶିଷ ଚନ୍ଦ୍ରା ହସ୍ପିଟାଲର ଏହି ସଫଳତା ଓ ଖବରଦାତା ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ବିସ୍ତୃତ ମତପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡା. ସତ୍ୟପ୍ରକାଶ ରାୟ ଚୌଧୁରୀ, ଡା. ଆର୍‌.କେ. ମହାପାତ୍ର, ଡା. ସଲିଳ ପରିଡ଼ା, ଡା. ପି ବାଲଚନ୍ଦ୍ରନ ମେନନ୍‌, ଡା.ଶକ୍ତିସ୍ବରୂପ ଏବଂ ଏଆଇଜିର ଉପସଭାପତି ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ।

ସୂଚନାଯୋଗ୍ୟ, ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ସୋନପୁରର ୪୧ ବର୍ଷୀୟ ଶରତ ପ୍ରଧାନ ନିକଟରେ ଉତ୍କଳ ହସ୍ପିଟାଲରେ ଆଡ୍‌ମିଶନ ହୋଇଥିଲେ। ଏପରିକି ହସ୍ପିଟାଲର ଅଭିଜ୍ଞ ଚିକିତ୍ସକ ଡା. ସତ୍ୟପ୍ରକାଶ ରାୟ ଚୌଧୁରୀ ଏବଂ ଡା. ସଲିଳ କୁମାର ପରିଡ଼ାଙ୍କ ନେତୃତ୍ୱରେ କିଛିଦିନ ଚିକିତ୍ସିତ ହେଲା ପରେ ସମସ୍ତ ପରୀକ୍ଷା ନିରୀକ୍ଷା ସହ ଅସ୍ତ୍ରୋପଚାର ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା। ବିଶେଷକରି ଏଆଇଜି ହସ୍ପିଟାଲର ବରିଷ୍ଠ ଚିକିତ୍ସକ ତଥା ଲିଭା ଟ୍ରାନ୍ସପ୍ଲାଣ୍ଟ ସର୍ଜରି ନିର୍ଦ୍ଦେଶକ ଡା. ପି. ବାଲଚନ୍ଦ୍ରନ ମେନନ୍‌ ଏବଂ ଡା. ଶକ୍ତିସ୍ବରୂପଙ୍କ ସମେତ ଉତ୍କଳ ହସ୍ପିଟାଲର ଏକ ସ୍ବତନ୍ତ୍ର ଚିକିତ୍ସକ ଟିମ୍‌ ଜରିଆରେ ଏହି ଅସ୍ତ୍ରୋପଚାର ବା ଯକୃତ ପ୍ରତିରୋପଣ ସଫଳତାର ସହ କରାଯାଇଥିଲା। ବର୍ତ୍ତମାନ ରୋଗୀ ସୁସ୍ଥ ଥିଲାବେଳେ ଖୁବ୍‌ଶୀଘ୍ର ରୋଗୀ ଜଣକ ଘରକୁ ଯାଉଛନ୍ତି ବୋଲି ଉତ୍କଳ ହସ୍ପିଟାଲ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?