Odisha Elections 2024

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲାକ୍‌ମୀ ଏକାଡେମୀ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଏକାଡେମୀ ଦ୍ୱାରା ଏକ ସ୍ବତନ୍ତ୍ର ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥିଲା। ଏଥିରେ ଏକାଡେମୀର ଛାତ୍ରୀଙ୍କ ଦ୍ୱାରା ସୁସଜ୍ଜିତ କରାଯାଇଥିବା ମଡେଲମାନେ ର଼୍ୟାମ୍ପରେ ଚାଲିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଓଲିଉଡ୍‌ ତାରକା ପୂର୍ଣ୍ଣିମା ବରାଳ, ଅନ୍ବେଷା ବିଶ୍ୱାଳ, ଲାକ୍‌ମୀର ଜୋନାଲ ହେଡ୍‌ ଶୁଭାଶିଷ ମହାପାତ୍ର, ଆଞ୍ଚଳିକ ଏକାଡେମିକ୍‌ ମୁଖ୍ୟ ଅନନ୍ୟା ବାରୁ, କ୍ଷେତ୍ର ବିକ୍ରୟ ପରିଚାଳକ ଲିଙ୍କନ ତାରାଇ, ନିର୍ଦ୍ଦେଶକ ରେନୁପ୍ରଭା ପ୍ରଧାନ, ନିର୍ଦ୍ଦେଶକ ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ସୌନ୍ଦର୍ଯ୍ୟ ଶିଳ୍ପରେ ନିଜ କ୍ୟାରିୟର ବନାଇବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଏହା ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ହୋଇଥିଲାବେଳେ ଯୁବପିଢ଼ିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଭବାନୀ ମଲ୍‌ଠାରେ ଖୋଲିଥିବା ଆପ୍‌ଟେକ୍‌ର ଲାକ୍‌ମୀ ଏକାଡେମୀ ଫ୍ୟାଶନ ଟ୍ରେଣ୍ଡ ସହ ହେୟାର ଡିଜାଇନ ସୌନ୍ଦର୍ଯ୍ୟ, ଚର୍ମ ଏବଂ କେଶର ଯତ୍ନ କର୍ପୋରେଟ୍‌ ମେକ୍‌ଅପ୍‌, ବ୍ୟକ୍ତିଗତ ଗ୍ରୁମିଙ୍ଗ୍‌, ବ୍ରାଇଡାଲ୍‌ ମେକ୍‌ଅପ୍‌, କ୍ଲାସିକ୍‌ କଟ୍‌, କ୍ରିଏଟିଭ୍‌ କଟ୍‌, କେଶର ରଙ୍ଗ ଇତ୍ୟାଦି କ୍ଷେତ୍ରରେ କୋଚିଂ ଦିଆଯାଉଛି। ଯେଉଁମାନେ ଏଠାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ ସଫଳତାର ସହ ଚଳଚ୍ଚିତ୍ର, ବ୍ୟୁଟି ସେଲୁନ୍‌ ଏବଂ ଟେଲିଭିଜନ୍‌ରେ ନିଜର କ୍ୟାରିୟର ଆରମ୍ଭ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କୁ ୨.୧୧ ଲକ୍ଷ କୋଟିର ରେକର୍ଡ ଡିଭିଡେଣ୍ଡ ଅନୁମୋଦନ କଲା ଆରବିଆଇ

ମୁମ୍ବାଇ,୨୨ା୫: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରାୟ ୨.୧୧ ଲକ୍ଷ କୋଟି ଟଙ୍କାର ଡିଭିଡେଣ୍ଡ ଅନୁମୋଦନ...

ଏସ୍‌ବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୨।୫: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ର ନୂତନ ଶାଖା ନିକଟରେ ଖୋର୍ଦ୍ଧା ଜିଲା ନିକଟସ୍ଥ ବେଗୁନିଆ ବ୍ଲକ୍‌ର ଦେଉଳିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍‌ବିଆଇ ଭୁବନେଶ୍ବର...

ଟାଟା ମୋଟର୍ସ ଗ୍ରୁପ୍‌ ସହ ବଜାଜ୍‌ ଫାଇନାନ୍ସର ବୁଝାମଣା

ଭୁବନେଶ୍ୱର,୨୨।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ସବ୍‌ସିଡିଆରି କମ୍ପାନୀ ଟାଟା ମୋଟର୍ସ ପାସେଞ୍ଜର ଭେହିକଲ୍ସ (ଟିଏମ୍‌ପିଭି) ଏବଂ...

ରେକର୍ଡ ସ୍ତରରେ ରୁପା ଦର

ଭୁବନେଶ୍ୱର,୨୨।୫(ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ରୁପା ଦର ବୃଦ୍ଧି ପାଇବା ସହ ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଏପରିକି ମଙ୍ଗଳବାର ଭୁବନେଶ୍ୱର ବଜାରରେ...

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri