ଋଣ ଦେବା ନାଁରେ ଠକେଇ: ଥାନାର ଦ୍ୱାରସ୍ଥ ହେଲେ ଏସ୍‌ଏଚ୍‌ଜି ମହିଳା

ରୂପ୍‌ସା, ୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ବାଖରାବାଦ ଗ୍ରାମର ଜଣେ ମହିଳା ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ସଭ୍ୟାଙ୍କୁ ଋଣ ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଥାନାଧିକାରୀ ସୁଚନ୍ଦ୍ର ମହାଳିକ ସୋମବାର ଗାଁରେ ପହଞ୍ଚତ୍ ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି। ଏହି ଗାଁର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ସଭ୍ୟାଙ୍କଠାରୁ ସେ ଚେକ୍‌ ମାଧ୍ୟମରେ ଓ ନଗଦ ଅର୍ଥ ଆକାରରେ ଟଙ୍କା ନେଇ ଗୋଷ୍ଠୀର ମାସିକ କିସ୍ତି ପରିଶୋଧ କରିବା ସହ ବ୍ୟାଙ୍କରୁ ଋଣ ଆଣିଦେବେ ବୋଲି କହିଥିବା ଏତଲାରେ ଦର୍ଶାଯାଇଛି। ବର୍ଷେ ହେବ ସେ କୌଣସି ଋଣ ନ ଦେବା କିମ୍ବା ପଇସା ପରିଶୋଧ ନ କରିବାରୁ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏପରିକି ଉକ୍ତ ମହିଳା ଘରେ ରହୁ ନ ଥିବାରୁ ଗୋଷ୍ଠୀର ସଭ୍ୟାଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା। ପୂର୍ବରୁ ସେ ନିଜ ଗୋଷ୍ଠୀର କିସ୍ତି ଓ ଉଧାର ପଇସା ଶୁଝିବା ପାଇଁ ସମୟ ନେଇଥିଲେ ହେଁ ବର୍ଷେ ହେବ ଶୁଝି ନ ପାରିବାରୁ ବିଭିନ୍ନ ଗୋଷ୍ଠୀର ମହିଳାମାନେ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ଲିଖିତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri