ଉଲ୍ଲଂଘନ ହେଉଛି କଟକଣା: ଶ୍ରୀମନ୍ଦିରରେ ପାନଛେପ ଦେଖି ୫-ଟି ସଚିବ କ୍ଷୁବ୍ଧ

ପୁରୀ ଅଫିସ, ୧୬।୨: ଶ୍ରୀମନ୍ଦିର ଭିତରକୁ ପାନ, ଗୁଟ୍‌ଖା ଉପରେ କଟକଣା ରହିଛି। କେହି ଏସବୁ ଖାଇ କିମ୍ବା ନେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। କୌଣସି ବ୍ୟକ୍ତି ଯଦି ଏହାକୁ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବାର ବ୍ୟବସ୍ଥା ରହିଛି। ତଥାପି ଅନେକେ ଏଭଳି କଟକଣାକୁ ମାନୁ ନାହାନ୍ତି। ପାନ, ଗୁଟ୍‌ଖା ଇତ୍ୟାଦି ଖାଇ ମନ୍ଦିରକୁ ଯାଉଛନ୍ତି। ଶନିବାର ଶ୍ରୀମନ୍ଦିର ପରିସରରେ ପାନଛେପ ପଡ଼ିିଥିବା ଦେଖି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଅସନ୍ତୋଷ ବ୍ୟକ୍ତ କରିବା ଘଟଣା ଏହାକୁ ସ୍ପଷ୍ଟ କରିଛି।

ସକାଳେ ୫-ଟି ସଚିବ ପାଣ୍ଡିଆନ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ। ନାଭିକଟା ମଣ୍ଡପ ଓ ଘଣ୍ଟିଦ୍ୱାର ମଧ୍ୟସ୍ଥ ପାହାଚ ଉପରେ ପାନଛେପ ପଡ଼ିଥିବା ଦେଖିଥିଲେ। ଏ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ପାଖରେ ଥିବା ସୁବେଦାର ଯୋଗେଶ ଚନ୍ଦ୍ର ସ୍ବାଇଁଙ୍କୁ ଡାକି ଦେଖାଇଥିଲେ। ଆଗାମୀ ଦିନରେ ଯେପରି କେହି ବି ପାନ, ଗୁଟ୍‌ଖା ଖାଇ ମନ୍ଦିରକୁ ନ ଏବଂ କୌଣସି ସ୍ଥାନରେ ପାନଛେପ, ଗୁଟ୍‌ଖା ଖୋଳ ଆଦି ନ ପଡ଼େ ସେନେଇ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଦେବା ଲାଗି ଯୋଗେଶଙ୍କୁ କହିଥିଲେ। ପାନଛେପକୁ ନେଇ ପାଣ୍ଡିଆନ ଅସନ୍ତୋଷ ପ୍ରକାଶ କରିବା ଜଣାପଡ଼ିିବା ପରେ ଶ୍ରୀମନ୍ଦିରର ସ୍କ୍ବାଡ୍‌ ବେଢା ପରିସର ବୁଲି ବିଭିନ୍ନ ସ୍ଥାନ ତନ୍ନ ତନ୍ନ କରି ଦେଖିଥିଲେ। ତେବେ ପାନ, ଗୁଟ୍‌ଖା ଉପରେ କଟକଣା ସତ୍ତ୍ବେ କିଏ ଏବଂ କିପରି ଏହାକୁ ଖାଇ ମନ୍ଦିରକୁ ଆସୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭକ୍ତଙ୍କୁ ପ୍ରବେଶ ପଥରେ ଯାଞ୍ଚ କରାଯାଉଛି। କୌଣସି ନିଶାଦ୍ରବ୍ୟ ପାଖରେ ଥିଲେ ତାହାକୁ ଗେଟ୍‌ରେ ରଖି ଦିଆଯାଉଛି। ଏହାସତ୍ତ୍ବେ ମନ୍ଦିର ପରିସରରେ ପାନଛେପ ପଡୁଛି। ତେଣୁ ଶ୍ରୀମନ୍ଦିର ସେବାୟତ ଏବଂ କର୍ମଚାରୀ ପାନ, ଗୁଟ୍‌ଖା ଖାଇ ମନ୍ଦିରକୁ ଯାଉଥିବା ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିରକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ମନ୍ଦିର ଭିତରକୁ ସମସ୍ତେ ଗୋଡ଼, ହାତ, ମୁହଁ ଧୋଇ ଶୁଦ୍ଧପୂତ ଭାବେ ପରିଷ୍କାର ହୋଇ ଯିବାର ବିଧି ରହିଛି। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଜୁଲାଇ ୨୯ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। କୌଣସି ସେବକ, ଭକ୍ତ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ପାନ, ଗୁଟ୍‌ଖା, ପାନମସଲା ଖାଇ ବା ଏସବୁ ନେଇ ମନ୍ଦିର ଭିତରକୁ ଯାଇପାରିବେ ନାହିଁ। ପ୍ରବେଶ ପଥରେ ଯାଞ୍ଚ ହେବ। ଯଦି ପାନ, ଗୁଟ୍‌ଖା, ପାନମସଲା ଖାଇ କେହି ମନ୍ଦିର ଭିତରକୁ ପ୍ରବେଶ କରି ଧରାପଡ଼ିିବେ ତାଙ୍କଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଚାରିଦ୍ୱାରରେ ଭକ୍ତଙ୍କୁ ସଚେତନ କରିବା ଲାଗି ସୂଚନାଫଳକ ମଧ୍ୟ ଲଗାଯାଇଥିଲା। ଗତବର୍ଷ ଅଗଷ୍ଟ ପହିଲାରୁ ଏହି କଟକଣାକୁ କଡ଼ାକଡ଼ିି କରାଯାଇଥିଲା। ପ୍ରଥମ ଦିନରେ ହିଁ ୪ ଜଣ ଧରାପଡ଼ି ୪୦୦ ଟଙ୍କା ଜରିମାନା ଦେଇଥିଲେ। କିନ୍ତୁ ଏବେ ଏହି କଟକଣାକୁ କେହି ମାନୁ ନ ଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ମନ୍ଦିରକୁ ପାନ, ଗୁଟ୍‌ଖା ଖାଇ ପ୍ରବେଶ ଉପରେ କଟକଣା ରହିଛି। ଶନିବାର କେହି ପାନଛେପ ବେଢା ପରିସରରେ ପକାଇଥିଲେ। ଏଣିକି ମନ୍ଦିର ଭିତରକୁ ଯେପରି ଆଦୌ ପାନ, ଗୁଟ୍‌ଖା କେହି ଖାଇ ନ ଯିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri