ଉପନିର୍ଦ୍ଦେଶକ, ପ୍ରାଣୀଧନ ନିରୀକ୍ଷକ ପଦ ଖାଲି

ସୋନପୁର,୧୨।୧୧(ନି.ପ୍ର.)
କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ଅଧିବାସୀଙ୍କ ଦ୍ୱିତୀୟ ମୁଖ୍ୟ ଜୀବିକା ପ୍ରାଣୀ ସମ୍ପଦ ପାଳନ। ସଂଖ୍ୟାଧିକ ଲୋକ ଗାଇ, ବଳଦ, ମଇଁଷି, ମେଣ୍ଡା, ଛେଳି ଓ କୁକୁଡା ଆଦି ପାଳନ କରି ଏବଂ ସେଗୁଡିକୁ ଆବଶ୍ୟକ ସ୍ଥଳେ ବିକ୍ରି କରି ଗୁଜୁରାଣ ମେଣ୍ଟାଇ ଥାନ୍ତି । ତେବେ ଜିଲାରେ ଏ ଯାଏଁ ପ୍ରାଣୀ ସମ୍ପଦ ବିଭାଗର ଆଖିଦୃଶିଆ ବିକାଶ ହୋଇପାରି ନାହିଁ। ଖୋଦ୍‌ ଜିଲା ସଦର ମହକୁମାରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗି କରି ଥିବା ସୁବର୍ଣ୍ଣପୁର ପ୍ରାଣୀ ଚିକିତ୍ସାଳୟ ଥାଇ ନଥିବା ଭଳି । ଏଠାରେ ଉପନିର୍ଦ୍ଦେଶକଙ୍କ ସମେତ ପ୍ରାଣୀଧନ ନିରୀକ୍ଷକ, ପିଅନ ଓ ଚୌକିଦାର ପଦବି ଖାଲି ପଡିଛି। ଜଣେ ମାତ୍ର ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ସିପ୍ରାରାଣୀ ମହାପାତ୍ରଙ୍କ ଭରସାରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ। ସେ ପୁଣି ଇନ୍‌ଚାର୍ଜ ଉପ ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି। ଏହି ଚିକିତ୍ସାଳୟ ସକାଳ ୮ଟାରୁ ୧୨ଟା ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରୁହେ। ସୁବର୍ଣ୍ଣପୁର ସହର, ସୋନପୁର ବ୍ଲକର ଆଖପାଖ ପଞ୍ଚାୟତ ସମେତ ବୌଦ୍ଧ ଜିଲାର ଦହ୍ୟା, ମନମୁଣ୍ଡା ଓ ଖଟଖଟିଆ ଅଞ୍ଚଳରୁ ଗୋପାଳକ ଡାକ୍ତରଙ୍କ ପରାମର୍ଶ ପାଇଁ ଏଠାକୁ ଆସନ୍ତି। ପଶୁ, ପକ୍ଷୀଙ୍କ ମଳ ଓ କ୍ଷୀର ଆଦି ଏଠାରେ ପରୀକ୍ଷା କରାଯାଏ। ତା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ, ଋଣ ପ୍ରଦାନ ଓ ବୀମା ସେଟେଲମେଣ୍ଟ କରାଯାଏ। କୌଣସି ଜରୁରି କାଳୀନ ଘଟଣାରେ ଡାକ୍ତରଙ୍କୁ ଅସମୟରେ ମଧ୍ୟ ଯିବାକୁ ପଡେ। ଏଭଳି ସ୍ଥିତିରେ ଅନ୍ୟ କର୍ମଚାରୀ ନ ଥିବାରୁ ଡାକ୍ତର ବାହାରକୁ ମଟିଂରେ ଗଲେ କିମ୍ବା ଛୁଟିରେ ରହିଲେ ଏହି ଚିକିତ୍ସାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ସେହିଭଳି ପିଅନ, ଝାଡୁଦାର ନ ଥିବାରୁ ପରିସର ସଫାସୁତୁରା ରହୁନି। ଏ ସମ୍ପର୍କରେ ଡାକ୍ତର ମହାପାତ୍ର କୁହନ୍ତି, ମୋତେ ଏକୁଟିଆ ସମସ୍ତ କାର୍ଯ୍ୟ କରିବାକୁ ପଡୁଛି। ସହଯୋଗୀ ନ ଥିବାରୁ ବହୁ ଅସୁବିଧା ହେଉଛି । ବାହାରକୁ କୌଣସି କାର୍ଯ୍ୟରେ ଗଲେ ଚିକିତ୍ସାଳୟରେ ତାଲା ପକାଇବାକୁ ପଡୁଛି। ପଦବୀଗୁଡିକୁ ପୂରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଦାବି

ଭୁବନେଶ୍ବର,୧୫।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିଲିମିଟେସନ ପ୍ରସଙ୍ଗ ଉଠାଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ…

ସାମ୍ବାଦିକତା କ୍ଷେତ୍ରରେ ବଢୁଛି ନିଯୁକ୍ତି ସୁଯୋଗ, ଜଣେ ଭଲ ସାମ୍ବାଦିକ….

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଟ୍ରମ୍ପ ଖେଳିଲେ ବଡ଼ ଗେମ୍! ୪୮ ଘଣ୍ଟା ପରେ ଖୋଲିଲା ହର୍ମୁଜ୍ ପ୍ରଣାଳୀ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ହଟାଇବା ନେଇ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି, “ଆମେ ଏବେ ଏହାକୁ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri