ଉପଖଣ୍ଡସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ: ଛତ୍ରପୁର ବଜାର ରାସ୍ତାରୁ ହଟିବ ଫାଷ୍ଟଫୁଡ୍‌ ଦୋକାନ

ଛତ୍ରପୁର,୧୨ା୧୨(ଡି.ଏନ.ଏ)-ଛତ୍ରପୁର ଉପଖଣ୍ଡସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ବୁଧବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ। ଛତ୍ରପୁର ସହରରେ କିଭଳି ଟ୍ରାଫିକ୍‌ ସମସ୍ୟା ଦୂର ହେବ ସେ ଉପରେ ଉପଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ସହାରୁ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥଲା। ରିକାପଲ୍ଲୀଠାରୁ ଅପରବସଷ୍ଟାଣ୍ଡ ଓ ଲୋୟର ବସଷ୍ଟାଣ୍ଡରେ ବହୁ ଫାଷ୍ଟ ଫୁଡ୍‌ ଦୋକାନ ଖୋଲିଛି ା ଏଥିଯୋଗୁ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି ା ଛତ୍ରପୁର ଏସ୍‌ଡିପିଓ ଓ ଏନ୍‌ଏସି ନିର୍ବାହୀ ଅଧିକାରୀ ସର୍ଭେ କରି ଏହା ଉପରେ ପଦକ୍ଷେପ ନେବାକୁ କୁହାଯାଇଛି। ବଜାର ମୁଖ୍ୟ ରାସ୍ତାରେ ଥିବା ଫାଷ୍ଟ୍‌ଫୁଡ୍‌ ଦୋକାନଗୁଡିକୁ ଅପରବସଷ୍ଟାଣ୍ଡରୁ ପୁତିଗୋପାଳପୁର ରାସ୍ତାକୁ ସ୍ଥାନାନ୍ତର କରିବାକୁ ପୂର୍ବ ବୈଠକରେ ଆଲୋଚନା ହୋଇଥିଲା। ହେଲେ ଏ ଯାଏ କୌଣସି ପଦକ୍ଷେପ ନିଆଯାଇନି ା ଠାକୁରାଣୀ ମନ୍ଦିର ଛକରୁ ବଜାର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ରାସ୍ତାରେ ଚାରି ଚକିଆଯାନ ଯାତାୟତ ଉପରେ କଟକଣା କରାଯିବ ା ଏହି ରାସ୍ତାରେ ସର୍ବଦା ଟ୍ରାଫିକ୍‌ ସମସ୍ୟା ଦେଖାଦେଉଥିବାରୁ କେବଳ ଦୁଇ ଚକିଆ ଯାନ ଯାତାୟାତର କରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ା ଛତ୍ରପୁର ଏସଡିପିଓ ଏହାର ସର୍ଭେ କରି ପଦକ୍ଷେପ ନେବେ। ପୋଲିସକୁ ସହଯୋଗ କରି ୟୁଥ୍‌ ମାସ୍‌ ସେବା ସଂଘର ସଭ୍ୟମାନେ ବ୍ୟାରିକେଡିଂ କରିବାକୁ ପରାମର୍ଶ ଦିଆଯାଇଥିଲା ା ପରିବା ମାର୍କେଟରେ ପାର୍କିଂ ଓ ଟ୍ରାଫିକ୍‌ ବ୍ୟବସ୍ଥା କରାଯିବ ା ହେଲମେଟ୍‌ ନ ପିନ୍ଧି ଗାଡି ଚଳାଇଲେ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା ଛତ୍ରପୁର ବାଇପାସ୍‌ରେ ଜାତୀୟ ରାଜପଥ ଯାଇଛି। ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ଏଠାରେ ଥିବା ଉପଖଣ୍ଡ ହସ୍ପିଟାଲକୁ ଅଣାଯାଉଛି। ଏଠାରେ ଡାକ୍ତର ଅଭାବ ଥିବାରୁ ଆହତଙ୍କୁ ପ୍ରାଥମିକ ଚିକିସତ୍ା କରି ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଉଥିବା ଆଲୋଚନା ହୋଇଥିଲା ା ଏହାଉପରେ ପଦକ୍ଷେପ ନେବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଗଞ୍ଜାମ ଏମଭିଆଇ ଶାନ୍ତନୁ କୁମାର ପରିଡା, ଛତ୍ରପୁର ଏସଡିପିଓ ଗୌତମ କିଶାନ, ଛତ୍ରପୁର ହସ୍ପିଟାଲର ପରାମର୍ଶଦାତା ଡା. ଜିତେନ୍ଦ୍ର ମୋହନ ବେବର୍ତ୍ତା, ଏନଏସି ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଛତ୍ରପୁର ଓକିଲ ସଂଘ ସଭାପତି କେ ଶିବରାମ ରେଡ୍ଡୀ, ଓକିଲ ବି. ଶ୍ରୀନିବାସ, ୟୁଥ୍‌ ମାସ୍‌ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର, ଆର ଏଣ୍ଡ ବି ର ସହକାରୀ ନିର୍ବାହୀ ଯନ୍ତ୍ରୀ ଟି. ଲୋକେଶ୍ୱର, ମିନିବସ୍‌ ସଂଘ ସଭାପତି ବିଜୟ କୁମାର ପଣ୍ଡାଙ୍କ ସମେତ ଛତ୍ରପୁର, ପୋଲସରା, ହିଞ୍ଜିଳି ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଓ କମିଟି ସଭ୍ୟମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri