Odisha Elections 2024

ଉପଖଣ୍ଡ ଡାକ୍ତରଖାନା ପ୍ରତିଶ୍ରୁତି ଧୂଆଁବାଣ

ଯାଜପୁର ଅଫିସ, ୯ା୭: ଯାଜପୁର ଜିଲାର ଅନ୍ୟତମ ସହର ଯାଜପୁର ରୋଡ୍‌ ସବୁ କ୍ଷେତ୍ରରେ ଅବହେଳିତ। ସହରର ଆୟତନ ଓ ଲୋକସଂଖ୍ୟା ବଢ଼ି ଚାଲିଥିଲେ ହେଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ ହୋଇପାରୁନାହିଁ। ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଅଭାବ ସହରବାସୀଙ୍କୁ ଚିନ୍ତିତ କରୁଛି। ପ୍ରାୟ ୨ ଦଶନ୍ଧି ହେଲା ଏହି ସହରରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ମାନ୍ୟତା ଦାବି ହୋଇଆସୁଛି। ନେତା, ମନ୍ତ୍ରୀ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ କୌଣସି ଏକ ଅଦୃଶ୍ୟ ଶକ୍ତି ଏହିସବୁ ବିକାଶମୂଳକ କାର୍ଯ୍ୟରେ ଅନ୍ତରାୟ ସାଜୁଛନ୍ତି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଏଥିପାଇଁ ଜନଆନ୍ଦୋଳନର ଆବଶ୍ୟକତା ରହିଥିବା ଅନୁଭବ କରି କେତେକ ସଂଗଠନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।
ଜିଲାର ପ୍ରାୟ ସମସ୍ତ ଅଞ୍ଚଳରେ ଡିଏମ୍‌ଏଫ୍‌(ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ) ପାଣ୍ଠିର ବିନିଯୋଗ ହେଉଥିବାବେଳେ ଯାଜପୁରରୋଡ୍‌ ଏଥିରୁ ବଞ୍ଚିତ ରହିଛି। ୨୦୧୯ରେ ତତ୍କାଳୀନ ଜିଲାପାଳ ଯାଜପୁର ରୋଡ୍‌ରେ ଡିଏମଏଫ୍‌ ପାଣ୍ଠି ବିନିଯୋଗ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ବି ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ବିଶେଷକରି ସ୍ବାସ୍ଥ୍ୟକ୍ଷେତ୍ର ଅବହେଳିତ ଥିବାର ସୁଯୋଗରେ ବହୁ ବେସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ମାଲାମାଲ ହେଉଛନ୍ତି। ଧନୀ ଶ୍ରେଣୀର ଲୋକେ ବେସରକାରୀ ଅନୁଷ୍ଠାନରେ ଚିକିତ୍ସା ସୁବିଧା ପାଇ ପାରୁ ଥିବାବେଳେ ଗରିବ ରୋଗୀ ନିଜ ଭାଗ୍ୟକୁ ଆଦରି ପଡ଼ି ରହୁଛନ୍ତି। ଚିକିସତ୍ା ବିଜ୍ଞାନ କ୍ଷେତ୍ରରେ ଅନେକ ନୂଆ ଉଦ୍ଭାବନ ହୋଇଚାଲିଛି। ଏଥିଯୋଗୁ ବହୁ ଜଟିଳ ରୋଗର ଚିକିତ୍ସା ସମ୍ଭବ ହେଲାଣି। କିନ୍ତୁ ଯେତେ ଯାହା ହେଲେ ବି ଯାଜପୁରରୋଡ ସହରବାସୀଙ୍କ ପାଇଁ ରୋଗଦୁଃଖ ଚିର ସହଚର ହୋଇଛି। ୩୦ ଶଯ୍ୟା ବିଶିଷ୍ଟ ଯାଜପୁରରୋଡ ସିଏଚ୍‌ସି ଲୋକସଂଖ୍ୟା ତୁଳନାରେ ଯଥେଷ୍ଟ ହେଉନାହିଁ। ଏଠାରେ ୧୦୦ ଶଯ୍ୟା ସମେତ ଏକ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ଆବଶ୍ୟକ ରହିଥିବାବେଳେ ମାତ୍ର ୫ ଜଣ ଡାକ୍ତରରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ଚାଲିଛି। ସାଧାରଣତଃ ବ୍ଲକ ହେଡକ୍ବାର୍ଟର୍ସ କିମ୍ବା ଗ୍ରାମାଞ୍ଚଳରେ ସିଏଚ୍‌ସି ରହିବାର ପ୍ରାବଧାନ ରହିଥିବାବେଳେ ପ୍ରାୟ ଦେଢଲକ୍ଷ ଜନସଂଖ୍ୟା ବିଶିଷ୍ଟ ପୌରାଞ୍ଚଳରେ ସିଏଚ୍‌ସି କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି।
୨୫ା୨ା୨୦୧୯ରେ ଯାଜପୁର ରୋଡ୍‌ ସିଏଚ୍‌ସି ବହିର୍ବିଭାଗ ଉଦ୍‌ଘାଟନ ସମୟରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯୋଗେଦେଇ ଏଠାରେ ଏକ ଉପଖଣ୍ଡସ୍ତରୀୟ ଡାକ୍ତରଖାନା କିମ୍ବା ଏକ ସୁପରସ୍ପେଶିଆଲିଟି ଡାକ୍ତରଖାନା ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରାୟ ସାଢେ ୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସେହି ପ୍ରତିଶ୍ରୁତି ଧୁଆଁବାଣ ହୋଇଛି। ଅନ୍ୟପକ୍ଷେ ଏହି ସିଏଚ୍‌ସିରେ ଏକ ଅଲଟ୍ରାସାଉଣ୍ଡ ମେଶିନର ଆବଶ୍ୟକତା ରହିଥିବାବେଳେ ତାହା ମଧ୍ୟ ପୂରଣ ହୋଇପାରିନାହିଁ। ପୁରୁଣା ଏକ୍ସ-ରେ ମେଶିନ ରହିଛି, ଯାହା ରୋଗୀଙ୍କ ଆବଶ୍ୟକତା ପୂରଣ କରି ପାରୁନାହିଁ। ରାଜୀବ ଗାନ୍ଧୀ ଷ୍ଟାଡିୟମ ନିକଟରେ ଅର୍ବାନ ସିଏଚ୍‌ସି ପାଇଁ ପରିକଳ୍ପନା କରାଯାଇ ଜମି ଅଧିଗ୍ରହଣ ହୋଇସାରିଥିଲେ ହେଁ ତାହାର ପରବର୍ତ୍ତୀ ଅଗ୍ରଗତି ଶୂନ ହୋଇଛି। ଲୋକଙ୍କ ଘନ ଘନ ଅଭିଯୋଗ ଡାକ୍ତର ନାହାନ୍ତି, ଶଯ୍ୟା ନାହିଁ, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯନ୍ତ୍ରପାତି ନାହିଁ, କେତେକସ୍ଥଳେ ଯନ୍ତ୍ରପାତି ଅଛି ହେଲେ କାମକୁ ନାହିଁ। କିନ୍ତୁ କେହି ଶୁଣୁ ନାହାନ୍ତି। ଏହାର ସୁଯୋଗରେ କଟକ, ଭୁବନେଶ୍ୱର, ଯାଜପୁରର ବିଭିନ୍ନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନଙ୍କ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଲଟିଛି ଯାଜପୁର ରୋଡ୍‌। ସହରରେ ଥିବା ୨୦ରୁ ଊର୍ଦ୍ଧ୍ୱ ମେଡିସିନ ଷ୍ଟୋର ସମେତ ବିଭିନ୍ନ କ୍ଲିନିକରେ ଏହି ଡାକ୍ତରମାନେ ସ୍ବାସ୍ଥ୍ୟସେବାକୁ ବ୍ୟବସାୟୀକରଣ କରିଛନ୍ତି। ଅବସରପ୍ରାପ୍ତ ଡାକ୍ତରମାନଙ୍କ ପାଇଁ ଏହା ସ୍ବାଗତଯୋଗ୍ୟ ହୋଇଥିବାବେଳେ ସରକାରୀ ଚାକିରିରେ ଥିବା ଡାକ୍ତରମାନେ ଅନେକ ସମୟରେ ତାଙ୍କ କର୍ତ୍ତବ୍ୟରେ ଅବହେଳା କରୁଥିବାରୁ ସାଧାରଣ ରୋଗୀ ହଇରାଣ ହେଉଥିବା ନଜିର ରହିଛି। ସାମାଜିକ କର୍ମୀ ରାଜେଶ କୁମାର ରାଉତ କୁହନ୍ତି, ଏଠାରେ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ନିହାତି ଆବଶ୍ୟକ। ଯଦି ତୁରନ୍ତ ପଦକ୍ଷେପ ନ ନିଅନ୍ତି ତେବେ ଆଗକୁ ବ୍ୟାପକ ଆନ୍ଦୋଳନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ପୁରୁଷୋତ୍ତମପୁର,୨୬ା୫( ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯନଗର ଥାନା ଅନ୍ତର୍ଗତ ବଡଖରିଡା କାଳେଶ୍ବର ମନ୍ଦିର ନିକଟରେ ରବିବାର ରାତିରେ ଜଣେ ଯୁବକଙ୍କୁ...

ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌: ଗ୍ରାହକ ସାଜି ମାଡ଼ି ବସିଲା ବନବିଭାଗ

ଖଡ଼ିଆଳ,୨୬।୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ଏକ କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ...

୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା

ଛତ୍ରପୁର୨୬।୫(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମା ଫାଣ୍ଡି ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ...

ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିଲା ହରିଣ ଛୁଆ: ଆଉ ତାପରେ…

ମୋହନା,୨୬ା୫(ମନ୍ମଥ ମିଶ୍ର୍ର): ମୋହନା ସଦର ମହକୁମାର ତାରିଣୀ ମନ୍ଦିର ସାମ୍ନାରେ ଥିବା ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିବା ଏକ ହରିଣ ଛୁଆକୁ କେତେକ ବୁଲା କୁକୁର...

ଯାତ୍ରୀ ଓହ୍ଲାଇବା ବେଳେ ସବାରୀ ଗାଡ଼ି ଉପରକୁ ମାଡିଗଲା ଟ୍ରକ: ଜଣେ ମୃତ, ୮ ଆହତ

ବାରିପଦା,୨୬।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଅସନଯୋଡ଼ା ନିକଟ ୧୮ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି।...

ମଧ୍ୟରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬।୫: ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ରବିବାର ମଧ୍ୟରାତିରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଝିରେ ବାଂଲାଦେଶ...

ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌

ଛତ୍ରପୁର,୧୬।୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ୨ଟା...

ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା

ଛତ୍ରପୁର,୨୬।୫(ଦିଲ୍ଲୀପ ସାମଲ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୪ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri