ଉପଖଣ୍ଡ ଡାକ୍ତରଖାନା ପ୍ରତିଶ୍ରୁତି ଧୂଆଁବାଣ

ଯାଜପୁର ଅଫିସ, ୯ା୭: ଯାଜପୁର ଜିଲାର ଅନ୍ୟତମ ସହର ଯାଜପୁର ରୋଡ୍‌ ସବୁ କ୍ଷେତ୍ରରେ ଅବହେଳିତ। ସହରର ଆୟତନ ଓ ଲୋକସଂଖ୍ୟା ବଢ଼ି ଚାଲିଥିଲେ ହେଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ ହୋଇପାରୁନାହିଁ। ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଅଭାବ ସହରବାସୀଙ୍କୁ ଚିନ୍ତିତ କରୁଛି। ପ୍ରାୟ ୨ ଦଶନ୍ଧି ହେଲା ଏହି ସହରରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ମାନ୍ୟତା ଦାବି ହୋଇଆସୁଛି। ନେତା, ମନ୍ତ୍ରୀ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ କୌଣସି ଏକ ଅଦୃଶ୍ୟ ଶକ୍ତି ଏହିସବୁ ବିକାଶମୂଳକ କାର୍ଯ୍ୟରେ ଅନ୍ତରାୟ ସାଜୁଛନ୍ତି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଏଥିପାଇଁ ଜନଆନ୍ଦୋଳନର ଆବଶ୍ୟକତା ରହିଥିବା ଅନୁଭବ କରି କେତେକ ସଂଗଠନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।
ଜିଲାର ପ୍ରାୟ ସମସ୍ତ ଅଞ୍ଚଳରେ ଡିଏମ୍‌ଏଫ୍‌(ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ) ପାଣ୍ଠିର ବିନିଯୋଗ ହେଉଥିବାବେଳେ ଯାଜପୁରରୋଡ୍‌ ଏଥିରୁ ବଞ୍ଚିତ ରହିଛି। ୨୦୧୯ରେ ତତ୍କାଳୀନ ଜିଲାପାଳ ଯାଜପୁର ରୋଡ୍‌ରେ ଡିଏମଏଫ୍‌ ପାଣ୍ଠି ବିନିଯୋଗ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ବି ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ବିଶେଷକରି ସ୍ବାସ୍ଥ୍ୟକ୍ଷେତ୍ର ଅବହେଳିତ ଥିବାର ସୁଯୋଗରେ ବହୁ ବେସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ମାଲାମାଲ ହେଉଛନ୍ତି। ଧନୀ ଶ୍ରେଣୀର ଲୋକେ ବେସରକାରୀ ଅନୁଷ୍ଠାନରେ ଚିକିତ୍ସା ସୁବିଧା ପାଇ ପାରୁ ଥିବାବେଳେ ଗରିବ ରୋଗୀ ନିଜ ଭାଗ୍ୟକୁ ଆଦରି ପଡ଼ି ରହୁଛନ୍ତି। ଚିକିସତ୍ା ବିଜ୍ଞାନ କ୍ଷେତ୍ରରେ ଅନେକ ନୂଆ ଉଦ୍ଭାବନ ହୋଇଚାଲିଛି। ଏଥିଯୋଗୁ ବହୁ ଜଟିଳ ରୋଗର ଚିକିତ୍ସା ସମ୍ଭବ ହେଲାଣି। କିନ୍ତୁ ଯେତେ ଯାହା ହେଲେ ବି ଯାଜପୁରରୋଡ ସହରବାସୀଙ୍କ ପାଇଁ ରୋଗଦୁଃଖ ଚିର ସହଚର ହୋଇଛି। ୩୦ ଶଯ୍ୟା ବିଶିଷ୍ଟ ଯାଜପୁରରୋଡ ସିଏଚ୍‌ସି ଲୋକସଂଖ୍ୟା ତୁଳନାରେ ଯଥେଷ୍ଟ ହେଉନାହିଁ। ଏଠାରେ ୧୦୦ ଶଯ୍ୟା ସମେତ ଏକ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ଆବଶ୍ୟକ ରହିଥିବାବେଳେ ମାତ୍ର ୫ ଜଣ ଡାକ୍ତରରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ଚାଲିଛି। ସାଧାରଣତଃ ବ୍ଲକ ହେଡକ୍ବାର୍ଟର୍ସ କିମ୍ବା ଗ୍ରାମାଞ୍ଚଳରେ ସିଏଚ୍‌ସି ରହିବାର ପ୍ରାବଧାନ ରହିଥିବାବେଳେ ପ୍ରାୟ ଦେଢଲକ୍ଷ ଜନସଂଖ୍ୟା ବିଶିଷ୍ଟ ପୌରାଞ୍ଚଳରେ ସିଏଚ୍‌ସି କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି।
୨୫ା୨ା୨୦୧୯ରେ ଯାଜପୁର ରୋଡ୍‌ ସିଏଚ୍‌ସି ବହିର୍ବିଭାଗ ଉଦ୍‌ଘାଟନ ସମୟରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯୋଗେଦେଇ ଏଠାରେ ଏକ ଉପଖଣ୍ଡସ୍ତରୀୟ ଡାକ୍ତରଖାନା କିମ୍ବା ଏକ ସୁପରସ୍ପେଶିଆଲିଟି ଡାକ୍ତରଖାନା ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରାୟ ସାଢେ ୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସେହି ପ୍ରତିଶ୍ରୁତି ଧୁଆଁବାଣ ହୋଇଛି। ଅନ୍ୟପକ୍ଷେ ଏହି ସିଏଚ୍‌ସିରେ ଏକ ଅଲଟ୍ରାସାଉଣ୍ଡ ମେଶିନର ଆବଶ୍ୟକତା ରହିଥିବାବେଳେ ତାହା ମଧ୍ୟ ପୂରଣ ହୋଇପାରିନାହିଁ। ପୁରୁଣା ଏକ୍ସ-ରେ ମେଶିନ ରହିଛି, ଯାହା ରୋଗୀଙ୍କ ଆବଶ୍ୟକତା ପୂରଣ କରି ପାରୁନାହିଁ। ରାଜୀବ ଗାନ୍ଧୀ ଷ୍ଟାଡିୟମ ନିକଟରେ ଅର୍ବାନ ସିଏଚ୍‌ସି ପାଇଁ ପରିକଳ୍ପନା କରାଯାଇ ଜମି ଅଧିଗ୍ରହଣ ହୋଇସାରିଥିଲେ ହେଁ ତାହାର ପରବର୍ତ୍ତୀ ଅଗ୍ରଗତି ଶୂନ ହୋଇଛି। ଲୋକଙ୍କ ଘନ ଘନ ଅଭିଯୋଗ ଡାକ୍ତର ନାହାନ୍ତି, ଶଯ୍ୟା ନାହିଁ, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯନ୍ତ୍ରପାତି ନାହିଁ, କେତେକସ୍ଥଳେ ଯନ୍ତ୍ରପାତି ଅଛି ହେଲେ କାମକୁ ନାହିଁ। କିନ୍ତୁ କେହି ଶୁଣୁ ନାହାନ୍ତି। ଏହାର ସୁଯୋଗରେ କଟକ, ଭୁବନେଶ୍ୱର, ଯାଜପୁରର ବିଭିନ୍ନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନଙ୍କ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଲଟିଛି ଯାଜପୁର ରୋଡ୍‌। ସହରରେ ଥିବା ୨୦ରୁ ଊର୍ଦ୍ଧ୍ୱ ମେଡିସିନ ଷ୍ଟୋର ସମେତ ବିଭିନ୍ନ କ୍ଲିନିକରେ ଏହି ଡାକ୍ତରମାନେ ସ୍ବାସ୍ଥ୍ୟସେବାକୁ ବ୍ୟବସାୟୀକରଣ କରିଛନ୍ତି। ଅବସରପ୍ରାପ୍ତ ଡାକ୍ତରମାନଙ୍କ ପାଇଁ ଏହା ସ୍ବାଗତଯୋଗ୍ୟ ହୋଇଥିବାବେଳେ ସରକାରୀ ଚାକିରିରେ ଥିବା ଡାକ୍ତରମାନେ ଅନେକ ସମୟରେ ତାଙ୍କ କର୍ତ୍ତବ୍ୟରେ ଅବହେଳା କରୁଥିବାରୁ ସାଧାରଣ ରୋଗୀ ହଇରାଣ ହେଉଥିବା ନଜିର ରହିଛି। ସାମାଜିକ କର୍ମୀ ରାଜେଶ କୁମାର ରାଉତ କୁହନ୍ତି, ଏଠାରେ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ନିହାତି ଆବଶ୍ୟକ। ଯଦି ତୁରନ୍ତ ପଦକ୍ଷେପ ନ ନିଅନ୍ତି ତେବେ ଆଗକୁ ବ୍ୟାପକ ଆନ୍ଦୋଳନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ମମତାଙ୍କ ବଡ଼ ବୟାନ

କୋଲକାତା,୩୦ା୪: ପଶ୍ଚିମବଙ୍ଗରେ ଏଥର ଭାଜପା ଏବଂ ଟିଏମ୍‌ସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କେତେକ ପୋଲ୍‌ ଏଜେନ୍ସି ଆକଳନ କରିଥିଲାବେଳେ ଭାଜପା ସର୍ବାଧିକ ଆସନ ପାଇ…

TMCର ବଡ଼ ଅଭିଯୋଗ, ‘ବାଲଟ ବକ୍ସ ଖୋଲିବାକୁ ଚେଷ୍ଟା’, ଆସିଲା ସିସିଟିଭି ଫୁଟେଜ!

କୋଳକାତା,୩୦।୪: ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ପୁଣିଥରେ ରାଜନୀତି ଉଷ୍ମ ହୋଇଛି। ନେତାଜୀ ଇଣ୍ଡୋର ଷ୍ଟାଡିୟମ ବାହାରେ ଥିବା ଷ୍ଟ୍ରଙ୍ଗ ରୁମ ସମ୍ମୁଖରେ ଟିଏମସି ନେତା ଶଶି…

୪,୪,୪,୪,୪… ଗୋଟିଏ ଓଭରରେ କ୍ରମାଗତ ୫ଟି ଚୌକା ମାରି ଇତିହାସ ସୃଷ୍ଟି କଲେ ବିରାଟ କୋହଲି, ଏହି ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଲେ

ନୂଆଦିଲ୍ଲୀ,୩୦।୪: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ବିରାଟ କୋହଲି ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କାଗିସୋ ରାବାଡାଙ୍କ ଦ୍ୱାରା ବୋଲ୍ଡ ହୋଇଥିବା ଗୋଟିଏ ଓଭରରେ ସେ…

ରାଗ ରଖି ଛୁରୀରେ ବେକ କାଟି ହତ୍ୟା: ଆସିଲା ମାମଲାର ରାୟ,ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ଭବାନୀପାଟଣା,୩୦।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗାଁରେ ଗତ ୨୦୨୪ ରେ ହୋଇଥିବା ଏକ ବର୍ବର ହତ୍ୟାକାଣ୍ଡ ମାମଳାର ରାୟ ଗୁରୁବାର…

ଶ୍ରମିକ କର୍ମଚାରୀମାନଙ୍କୁ ଛଟେଇ କରିବା ନିଷ୍ପତ୍ତିର ପ୍ରତିବାଦ: ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ପକ୍ଷରୁ ବିକ୍ଷୋଭ

ଦେବଗଡ,୩୦ା୪(ଶଶାଙ୍କ ଶେଖର ଝାଙ୍କର): ଖର୍ଚ୍ଚକାଟ ନାମରେ ଶ୍ରମିକ କର୍ମଚାରୀ ମାନଙ୍କୁ ଛଟେଇ କରିବା ନିଷ୍ପତ୍ତିର ପ୍ରତିବାଦରେ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ , ଦେବଗଡ ଜିଲା…

କୋକସରା ଅଞ୍ଚଳରେ ପୁଣି ମୃଦୁ ଭୂମିକମ୍ପ, ଆତଙ୍କିତ ହୋଇ…

କୋକସରା,୩୦।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ଗୁରୁବାର ସା ୭.ଟା ୨୦.ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଝଟକା…

ନିର୍ବାଚନ ଫଳାଫଳ ପୂର୍ବରୁ ବଡ଼ ବୟାନ ଦେଲେ ସଞ୍ଜୟ

ନୂଆଦିଲ୍ଲୀ,୩୦।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଅଧିକ ରହିଛି। ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରକାଶିତ ଅଧିକାଂଶ ଏକଜିଟ ପୋଲରେ ଭାଜପା ଆଗୁଆ ରହିବ ବୋଲି…

IPL 2026 ଛାଡ଼ି ରାତାରାତି ଫେରିଗଲେ ପର୍ପଲ କ୍ୟାପ୍‌ ଖେଳାଳି, ଏହି ଟିମ୍‌ର ୩ ଖେଳାଳି ହଠାତ୍‌…

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୬ ସିଜନ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ଅଧାରୁ ଅଧିକ ମ୍ୟାଚ ଶେଷ ହୋଇଥିବା ବେଳେ ଖେଳାଳିଙ୍କ ଆହତ ସମସ୍ୟା ଟିମ୍‌ଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri